Trigrahi Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୁଧ ଓ ସୂର୍ଯ୍ୟଙ୍କ ଚଳନ ଆଜି ସକାଳ ୫ ଟା ୨୦ ମିନିଟ୍ ସମୟରେ ହୋଇଛି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ଶୁଭ ଚଳନ ତ୍ରିଗ୍ରାହୀ ଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ତ୍ରିଗ୍ରାହୀ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ଶନି-ସୂର୍ଯ୍ୟ-ବୁଧଙ୍କ ସ୍ଥିତିଙ୍କ ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବା ସହିତ କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ତ୍ରିଗ୍ରାହୀ ଯୋଗ କେଉଁ ରାଶିର ଭାଗ୍ୟ ଚମକାଉଛି...
ALSO READ: Rahu Gochar 2025: ଏହିସବୁ ରାଶିଙ୍କ ପାଇଁ ରାହୁ ଆଣୁଛନ୍ତି ଶୁଭ ସମୟ, ଧନୀ ହେବା ସହ...
ବୃଷ: ତ୍ରିଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ କମ୍ପିଟେଟିଭ ଏକଜାମ୍ ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ନିବେଶରୁ ଲାଭ ପାଇବେ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ, କାରବାର ବଢିବା ସହ ଭଲ ଦ୍ବି-ପଇସା ଲାଭ ପାଇବେ। ପିତାମାତାଙ୍କ ସହ ଦୂର ଯାତ୍ରା କରିବେ।
ମିଥୁନ: ତ୍ରିଗ୍ରାହୀ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। କର୍ମକ୍ଷେତ୍ରରୁ ସମ୍ମାନୀତ ହେବେ। ନୂଆ ଚାକିରି ପାଇବାର ଯୋଗ ରହିଛି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର ମିଳିବ। ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା ସହିତ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଦଳ ପକ୍ଷରୁ ବଡ ଦାୟିତ୍ବ ମିଳିବ। ପିତାମାତାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ହେଲେ ଲଭ୍ ମେଟ୍ ଙ୍କ ପାଇଁ ସମୟ ଖାସ୍ ରହିବ ନାହିଁ।
ସିଂହ: ତ୍ରିଗ୍ରାହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଫିଟାଇବ। ବିଶେଷକରି, ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପ୍ରଚୁର ଟଙ୍କା ରୋଜଗାର କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।
ट्रेन्डिंग फोटोज़