Advertisement
Photo Details/zeeodisha/odisha2645513
photoDetails0hindi

Pulwama Attack 2025: ପ୍ରେମ ଦିବସରେ ଛାତିରେ କୋହ ଭରିଥିଲା ପୁଲୱାମା ଆକ୍ରମଣ, ଦେଶ ହରାଇଥିଲା ୪୪ ବାହାଦୁର ଯବାନ

Pulwama Attack 2025: ସେଦିନର କଥା ମନେ ପଡିଲେ ଆଜିବି ଆଖି ଛଳ ଛଳ ହୋଇ ଯାଉଛି।  ୨୦୧୯ ମସିହା ୧୪ ଫେବୃଆରୀରେ ପ୍ରେମ ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ।  ଆଉ ଏହି ଆକ୍ରମଣରେ ଶହୀଦ ହୋଇଥିଲେ ୪୪ ଜଣ ବୀର ଯବାନ। ହସି -ହସି ଦେଶ ମାତୃକା ପାଇଁ ସବୁ ଦିନ ପାଇଁ ଆଖିବୁଜି ଦେଇଥିଲେ। ଏହି ଖବର ସାରା ବିଶ୍ବକୁ ଦୋହଲେଇ ଦେଇଥିଲା। ପ୍ରତିଶୋଧ ନେବାକୁ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍। ଆଜି ଏହି ପୁଲୱାମା ଆତଙ୍କୀ ଆକ୍ରମଣକୁ ୬ ବର୍ଷ ପୁରୁଛି। ଏହି ଦିନକୁ ଦେଶର ସବୁଠୁ କଳା ଦିନ ବୋଲି ବିବେଚନା କରାଯାଏ। 

1/5
  ପୁଲୱାମା ଆକ୍ରମଣ କିପରି ଘଟିଥିଲା? ଆକ୍ରମଣ ଦିନ (୨୦୧୯, ଫେବୃଆରୀ ୧୪) ତାରିଖ , ସମୟ ୩ଟା ବାଜି ୩୦ ମିନିଟ୍ ସମୟରେ  ସିଆରପିଏଫ ୧୮୦ ବାଟାଲିଅନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତରିତ ହେଉଥିଲେ । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ୍ ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ ଟାଟା ସୁମୋ ସେନା ବସକୁ ଧକ୍କା ଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଫଳରେ ରକ୍ତ ରଂଜିତ ହୋଇପଡିଥିଲା ରାଜରାସ୍ତା। ଫଳରେ ଏଥିରେ ୪୪ ଜଣ ବୀର ଯବାନ ଶହୀଦ ହୋଇଥିଲେ । ଶହୀଦ ହୋଇଥିବା ୪୪ ଜଣ ବୀରପୁତ୍ରଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଥିଲେ ।

2/5
ଯବାନଙ୍କ ସହିଦ ଏବଂ ଜାତୀୟ ଶୋକ: ଆକ୍ରମଣ ପରେ ତୁରନ୍ତ ଆହତ ଯବାନମାନଙ୍କୁ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅନେକ ସେନା ଘଟଣାସ୍ଥଳରେ ହିଁ ଶହୀଦ ହୋଇଥିଲେ।  ଏହି ଘଟଣାକୁ ନେଇ ଭାରତରେ ପାକିସ୍ତାନ ବିରୋଧି ସ୍ବର ତେଜିଥିଲା। ସହିଦମାନଙ୍କ ପାର୍ଥିବ ଶରୀରକୁ ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା, ଯେଉଁଠାରେ ସେମାନଙ୍କୁ ପାଲମ ବାୟୁସେନା ଘାଟିରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମନ୍ତ୍ରୀ ରାଜନାଥ ସିଂହ, ଉଚ୍ଚ ସେନା ଅଧିକାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

3/5
ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ: ଏହି ଆକ୍ରମଣର ଠିକ୍ ୧୨ ଦିନ ପରେ, ଭାରତ ଏହାର ସହୀଦ ଯବାନଙ୍କ ପ୍ରତିଶୋଧ ନେଇଥିଲା। ୨୬ ଫେବୃଆରୀ ୨୦୧୯ରେ, ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଅବସ୍ଥିତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଏକ ବିମାନ ଆକ୍ରମଣ କରିଥିଲା। ଭୋର ପ୍ରାୟ ୩ଟାରେ, ଭାରତୀୟ ବାୟୁସେନାର ୧୨ଟି ମିରେଜ୍ ୨୦୦୦ ଲଢ଼ୁଆ ବିମାନ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଜୈଶର ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିଥିଲେ। ଏହି ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ଆସିଥିଲା। ଭାରତୀୟ ବାୟୁସେନା ପ୍ରାୟ ୧୦୦୦ କିଲୋଗ୍ରାମ ବିସ୍ଫୋରକ ପକାଇ ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ୱଂସ କରିଥିଲା। ପୁଲୱାମାରେ ସିଆପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆତ୍ମଘାତୀ ବୋମା ଆକ୍ରମଣର ପ୍ରତିଶୋଧ ଭାବରେ ଏହି ସାହସିକତାପୂର୍ଣ୍ଣ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ।

4/5
ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଆକ୍ରମଣର ମାଷ୍ଟରମାଇଣ୍ଡ ଆଦିଲ ଅହମ୍ମଦ ଡାର ଏବଂ ତାଙ୍କ ସହଯୋଗୀମାନଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ଖୁବ୍ ଶୀଘ୍ର ହତ୍ୟା କରାଯାଇଥିଲା। ଭାରତୀୟ ସେନା, NIA ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକ୍ରମଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। NIA ପ୍ରାୟ ୧୩,୫୦୦ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ଅନେକ ଆତଙ୍କବାଦୀଙ୍କ ନାମ ପ୍ରକାଶ କରାଯାଇଥିଲା। ଏହି ଘଟଣା ପରେ, ବିଶ୍ୱର ଅନେକ ଦେଶ ଭାରତ ପ୍ରତି ସହାନୁଭୂତି ପ୍ରକାଶ କରିଥିଲେ ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ସମର୍ଥନ କରିଥିଲେ।

5/5
ପୁଲୱାମା ଆକ୍ରମଣର ବାର୍ଷିକୀରେ ଦେଶର ସଂକଳ୍ପ ଆଜି ଏହି ଆକ୍ରମଣକୁ ଛଅ ବର୍ଷ ବିତିଗଲାଣି, କିନ୍ତୁ ଦେଶ ସହିଦ ଯବାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ। ପ୍ରତିବର୍ଷ ୧୪ ଫେବୃଆରୀରେ, ସାରା ଭାରତରେ ଏହି ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ପୁଲୱାମା ଆକ୍ରମଣ କେବଳ ଏକ ଘଟଣା ନୁହେଁ ବରଂ ଦେଶର ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା, ଯାହାର ଭାରତ କଡ଼ା ଜବାବ ଦେଇଥିଲା। ଏହି ଦିନଟି ଆମକୁ ସେହି ସାହସୀ ସୈନିକମାନଙ୍କୁ ମନେ ପକାଇ ଦିଏ ଯେଉଁମାନେ ଦେଶକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।