Dr Raseswari Panigrahi: ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଜଣେ ଟାଣୁଆ ନେତ୍ରୀ ଭାବେ ଜଣାଶୁଣା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ରାଜନୀତିରୁ ଓହରିବା ପରେ ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି। ତେବେ ଏହାରି ମଧ୍ୟରେ ଭାଇରାଲ ହେଉଛି ରାଶେଶ୍ୱରୀଙ୍କର 10ଟି ଫଟୋ।
ରାସେଶ୍ୱରୀ ପାଣିଗ୍ରାହୀ ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ତାଙ୍କର ଦଶମ ଶ୍ରେଣୀ ପାଶ୍ କରିଥିଲେ । ଦଶମ ଶ୍ରେଣୀ ପରୀକ୍ଷା ପାଶ୍ ପରେ ସେ ସମ୍ବଲପୁରର ଜିଏମ୍ କଲେଜରେ ପାଠ ପଢ଼ିଥିଲେ ।
Also Read: Barsha Singh Bariha: ବିଜେଡି ବିଧାୟିକାଙ୍କ ୧୦ଟି ଫଟୋ ହେଉଛି ଭାଇରାଲ, ମିଳୁଛି ଲୋକଙ୍କ ସମର୍ଥନ
Also Read: Actress Sofia Alam: 'ଭାଗ୍ୟ ବିଧାତା'ରୁ ଯାତ୍ରା ଆରମ୍ଭ କରିଥିବା ରାଜନେତ୍ରୀ ସୋଫିଆ ଆଲମଙ୍କ ୮ ଟି ଫଟୋ ଭାଇରାଲ
Also read: Dipali Das: ବାପାଙ୍କ ମୃତ୍ୟୁକୁ ନେଇ ବୟାନ ଦେବା ପରେ ଏବେ ଚର୍ଚ୍ଚାରେ ଦୀପାଳି ଦାସ
ପିଲାବେଳୁ ତାଙ୍କର ଜଣେ ଡାକ୍ତର ହେବାର ଇଚ୍ଛା ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଚିକିତ୍ସା ବିଭାଗରେ ପାଠ ପଢ଼ିଥିଲେ । ରାସେଶ୍ୱରୀ ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଯୋଗ ଦେଇଥିଲେ।
ସେଠାରୁ ସେ ଏମ୍ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଡାକ୍ତର ଭାବରେ ଚାକିରୀରେ ଯୋଗ ଦେଇଥିଲେ।
ସେ ପ୍ରଥମ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଚାକିରୀରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ତାଙ୍କର ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ରାସେଶ୍ୱରୀ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ସକ୍ରିୟ ଅଛନ୍ତି । ତାଙ୍କ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା। ମାତ୍ର ରାସେଶ୍ୱରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।
ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ରାସେଶ୍ୱରୀ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ
ପୂର୍ବରୁ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କୌଣସି ପ୍ରାର୍ଥୀ ଛିଡ଼ା କରିନଥିଲା। ୨୦୧୪ରେ ରାସେଶ୍ୱରୀଙ୍କୁ ସମ୍ବଲପୁରୁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଥିଲା ।
ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଲଗାତାର ତିନିଥର ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାର ୧୨ଶ, ୧୩ଶ ଓ ୧୪ଶ ସଭାକୁ ନିର୍ବାଚିତ ହୋଇଥିଲେ ଜୟ ନାରାୟଣ ମିଶ୍ର ।
୨୦୧୪ ନିର୍ବାଚନରେ ମଧ୍ୟ ଜୟ ନାରାୟଣ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ପୁଣିଥରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଜୟ ନାରାୟଣ ସମୁଦାୟ ୩୮, ୪୦୪ ଖଣ୍ଡ ଭୋଟ ପାଇଥିଲେ, ଯାହାକି ସମୁଦାୟ ଭୋଟର ୩୩.୯୩ ପ୍ରତିଶତ ଥିଲା।
ରାସେଶ୍ୱରୀ ଏହି ନିର୍ବାଚନରେ ସମୁଦାୟ ୪୮,୩୬୨ ଖଣ୍ଡ ଅର୍ଥାତ ୪୨.୭୩ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ରାସେଶ୍ୱରୀ ୯,୯୫୮ ଖଣ୍ଡ ଭୋଟରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ ।
ट्रेन्डिंग फोटोज़