Zodiac Signs: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ଫାଲଗୁଣ ଅମାବାସ୍ୟା ୨୭ ଫେବୃଆରୀ ଗୁରୁବାର ଦିନ ପଡୁଛି। ଏହି ଦିନଟିକୁ ପୂର୍ବପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଫାଲଗୁନ ଅମାବାସ୍ୟାରେ ସ୍ନାନ, ଦାନ, ପୂର୍ବପୁରୁଷଙ୍କୁ ତର୍ପଣ ଏବଂ ପିଣ୍ଡଦାନ କରିବା ଫଳପ୍ରଦ ବୋଲି ବିବେଚନା କରାଯାଏ। ଫେବୃଆରୀ ୨୭ ତାରିଖରେ ବୁଧ ନିଜର ରାଶି ପରିବର୍ତ୍ତନ କରିବେ । ଫଳରେ ଅମାବାସ୍ୟା ଦିନ ୩ଟି ରାଶିର ଭାଗ୍ୟ ଚମକିପାରେ।
ପଞ୍ଚାଙ୍ଗ ଅନୁସାରେ, ଗ୍ରହ ରାଜକୁମାର ବୁଧ ବୃହସ୍ପତିଙ୍କ ରାଶି ମୀନରେ ଚଳନ କରିବେ। ୨୭ ଫେବୃଆରୀ ଗୁରୁବାର ରାତି ୧୧:୪୬ ସମୟରେ ବୁଧ ମୀନ ରାଶିରେ ଚଳନ କରିବେ ବୋଲି ଜ୍ୟୋତିଷ ସୂଚନା ରହିଛି। ଏହାର ପ୍ରଭାବରେ କେଉଁ ୩ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
ଆପଣଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ଶେଷ କରିବା ବିଷୟରେ ଚିନ୍ତା କରିବେ । ବୈବାହିକ ଜୀବନରେ ଖୁସି ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ। ସମାଜରେ ମାନ ସମ୍ମାନ ମିଳିବ । ଧର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ ।
ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଫଳପ୍ରଦ ହେବ। କାହା ସହ କୌଣସି ତିକ୍ତତା ଥିଲେ ତାହାର ସମାଧାନ ହେବ । ଯୁକ୍ତିତର୍କରୁ ଆପଣ ଦୂରରେ ରହିବେ। ଭଲ ଖବର ପାଇବା ପରେ ମନ ଖୁସି ହେବ। ସମ୍ପର୍କୀୟମାନଙ୍କ ସମର୍ଥନ ଆପଣ ପାଇବେ । ପରିବାର ସଦସ୍ୟଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରିବେ। ବ୍ୟବସାୟରେ ଲାଭଦାୟକ ଫଳାଫଳ ମିଳିବ । ଧନ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଧିରେ ଧିରେ ମଜବୁତ ହେବ ।
କୁମ୍ଭ ରାଶି
ଆପଣଙ୍କ ପାଇଁ ଏହି ସମୟ ଶୁଭ ସାବ୍ୟସ୍ତ ହେବ । ପ୍ରେମ ଜନିତ ମାମଲାରେ ସଫଳତା ହାସଲ କରିବେ । ସମ୍ପର୍କୀୟମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଭଲ ଲାଭ ମିଳିବ । କିନ୍ତୁ ତରବର ଭାବେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜୀବନସାଥୀଙ୍କ କଥା ନିଶ୍ଚିତ ଭାବରେ ଶୁଣନ୍ତୁ। ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़