Advertisement
Photo Details/zeeodisha/odisha2627459
photoDetails0hindi

Lucky Zodiac Sign: ୨ ଫେବୃଆରୀରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 2 February 2025: ୨ ଫେବୃଆରୀ ରବିବାର ଦିନ ସୂର୍ଯ୍ୟଙ୍କ ସଂଯୋଗ ବୁଧରେ ହେବା କାରଣରୁ ବୁଦ୍ଧାଦିତ୍ୟ ଯୋଗ ଗଠନ ହେଉଛି ।

1/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ବହୁତ ଭଲ ଲାଭ ମିଳିବ। ଲୁହା ଏବଂ ବସ୍ତ୍ର ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତି ବିଶେଷ ଲାଭ ପାଇବେ । ବିଦେଶୀ ଉତ୍ସରୁ ଧନ ପ୍ରାପ୍ତି ହୋଇପାରେ । ସମ୍ପତ୍ତିରେ ନିବେଶ କରିବାକୁ ଯୋଜନା କରୁଥିଲେ ସମୟ ଶୁବ । ରାଜନୈତିକ କ୍ଷେତ୍ର ସହ ଜଡିତ କାମରେ ସଫଳତା ମିଳିବାର ସମ୍ଭାବନା ଅଧିକ। ପାରିବାରିକ ଦୃଷ୍ଟିରୁ ଦିନଟି ଖୁସିରେ ବିତିବ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ମିଳିପାରେ ।

2/6

ସିଂହ ରାଶି

ସାମାଜିକ ଏବଂ ପାରିବାରିକ ଜୀବନରେ ବିଶେଷ ଲାଭବାନ ହେବେ । ବ୍ୟବସାୟରେ ଆୟ ବୃଦ୍ଧି ପାଇବ। ଫସି ରହିଥିବା ଟଙ୍କା ଫେରି ପାଇପାରନ୍ତି । ଏପରି ଏକ ଉତ୍ସରୁ ଲାଭ ମିଳିପାରେ ଯାହା ଆପଣ ଆଶା କରିନଥିବେ। ଯାନବାହାନ ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଦିନଟି ଅଧିକ ଲାଭଦାୟକ । ପିତାଙ୍କ ପରାମର୍ଶରୁ ଆପଣ ଉପକୃତ ହେବେ । ପିଲାମାନଙ୍କ ସହଯୋଗ ଆପଣଙ୍କୁ ମିଳିବା କାରଣରୁ ମନ ଖୁସି ରହିବ ।

3/6

ବିଛା ରାଶି

ଆପଣଙ୍କ ପାଇଁ ଏକ ଶୁଭ ଦିନ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିପାରେ । ଆପଣ କିଛି ପୁଣ୍ୟ କାର୍ଯ୍ୟ କରିପାରନ୍ତି । ବନ୍ଧୁ ଏବଂ ପରିଚିତ ଲୋକଙ୍କ ସାହାଯ୍ୟ ପାଇବେ । ସମ୍ପତ୍ତି ସମ୍ବନ୍ଧୀୟ ଚୁକ୍ତି ଚୂଡ଼ାନ୍ତ କରୁଥିଲେ ଦିନଟି ଶୁଭ । ଶିକ୍ଷା ଏବଂ ପ୍ରତିଯୋଗିତାରେ ଅଧିକ ସଫଳତା ମିଳିବ । ଦୀର୍ଘ ସମୟ ଧରି ପଡ଼ି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିବେ । ହଜିଯାଇଥିବା ଜିନିଷ ମିଳିପାରେ ।

4/6

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୁଳ ଫଳାଫଳ ପ୍ରଦାନ କରିବ । ରାଜନୈତିକ ଏବଂ ସାମାଜିକ କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ସଫଳତା ହାସଲ କରିବେ । ଘର ନିର୍ମାଣ ସହ ଜଡିତ ଜିନିଷ ବ୍ୟବସାୟରେ ଆୟ ଅଧିକ ବୃଦ୍ଧି ପାଇବ। ସମ୍ପତ୍ତି ଏବଂ ଯାନବାହାନ ସମ୍ବନ୍ଧୀୟ କ୍ଷେତ୍ରରେ କାମ କରୁଥିଲେ ଦିନଟି ଲାଭଦାୟକ । ସମାଜରେ ଆପଣଙ୍କ ପରିଚୟ ବଢିବ । ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ ଏବଂ ସମର୍ଥନରୁ ଉପକୃତ ହୋଇପାରନ୍ତି। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଥିଲେ ତାହା ସମାଧାନ ହୋଇପାରେ ।

5/6

ମକର ରାଶି

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଲାଭଦାୟକ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇଯିବ । ପିଲାମାନଙ୍କ ଶିକ୍ଷା ସମ୍ବନ୍ଧୀୟ ଚିନ୍ତା ଥିଲେ ସେଥିରୁ ଆଶ୍ୱସ୍ତି ପାଇବେ । ଘର ନିର୍ମାଣ ଏବଂ ସମ୍ପତ୍ତି କାର୍ଯ୍ୟରେ ଜଡିତ ଥିଲେ ଭଲ ଲାଭ ପାଇବେ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ମନୋଭାବ ଆପଣଙ୍କ ପ୍ରତି ରହିବ । ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ବ୍ୟବସାୟ କରୁଥିଲେ ଅଧିତ ଟଙ୍କା ରୋଜଗାର କରିପାରନ୍ତି । ଘରେ କିଛି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।