Advertisement
Photo Details/zeeodisha/odisha2651358
photoDetails0hindi

Shukra Budh Yuti: ୨୭ ଫେବୃଆରୀରୁ ବୁଧ-ଶୁକ୍ରଙ୍କ ବଡ଼ ପ୍ରଭାବ, ୩ ରାଶିରେ କୁବେର ଢାଳିବେ ଧନ !

ଶୁକ୍ର ଗ୍ରହଙ୍କୁ ଧନ, ସମୃଦ୍ଧି, ସୌନ୍ଦର୍ଯ୍ୟ, ବିଳାସ ଏବଂ ପ୍ରେମର କାରକ ଭାବେ ବିବେଚନା କରାଯାଏ । ଯେତେବେଳେ ବୁଧ ଏବଂ ଶୁକ୍ରଙ୍କ ସ୍ଥିତି ପରିବର୍ତ୍ତନ ହୁଏ ସେତେବେଳେ ତାହାର ପ୍ରଭାବ ସିଧାସଳଖ ଭାବେ ସମସ୍ତ ରାଶିରେ ପଡିଥାଏ ।

1/6

ଏହି ଚଳନ ସମୟରେ ଏକ ଭଲ ସଂଯୋଗ ମଧ୍ୟ ରହିଛି । ୨୭ ଫେବୃଆରୀରେ ଫାଲଗୁନ ଅମାବାସ୍ୟା ପାଳନ କରାଯିବ । ଏହି କାରଣରୁ ରାଜଯୋଗ ଅଧିକ ଫଳପ୍ରଦ ହେବ । କେବଳ ଏତିକି ନୁହେଁ, ରାହୁ ମଧ୍ୟ ମୀନ ରାଶିରେ ଉପସ୍ଥିତ ରହିବେ।

2/6

ବୁଧ-ଶୁକ୍ର-ରାହୁଙ୍କ ପ୍ରଭାବରୁ ସମସ୍ତ ୧୨ଟି ରାଶିର ବ୍ୟକ୍ତି ପ୍ରଭାବିତ ହେବେ । କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତି ସକାରାତ୍ମକ ଭାବେ ଉପକୃତ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କିଏ ସେ ଭାଗ୍ୟଶାଳୀ ରାଶି ଯାହାଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷିବ।

3/6

ଧନୁ ରାଶି

ଆପଣଙ୍କ ପାଇଁ, ଶୁକ୍ର ଏବଂ ବୁଧଙ୍କ ସଂଯୋଗ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ବିଶେଷ କରି ଆର୍ଥିକ ଲାଭ ପାଇବେ । ପରିବାର ସହିତ ସୁଖଦ ସମୟ ବିତାଇବେ । ଜୀବନରେ ହସ ଖୁସି ଭରିଯିବ । ଦୀର୍ଘଦିନର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ତାହା ଦୂର ହେବ । ସମାଜରେ ମାନ ସମ୍ମାନ ମିଳିବ । ରିଅଲ ଇଷ୍ଟେଟ୍ ସମ୍ବନ୍ଧୀୟ ବ୍ୟବସାୟରେ ଆପଣ ପ୍ରଚୁର ଲାଭ ପାଇପାରିବେ।

4/6

କନ୍ୟା ରାଶି

ଏହି ଗ୍ରହ ଚଳନରୁ ଆପଣ ବିଶେଷ ଲାଭ ହାସଲ କରିବେ । ପ୍ରେମ ଜୀବନ ସୁଖଦ ରହିବ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ସମ୍ଭାବନା ରହିଛି । ଭ୍ରମଣ ସମୟରେ ଖୁସି ଖବର ପାଇବେ ।

5/6

କର୍କଟ ରାଶି

ଆପଣ ଭୌତିକ ସୁଖ ପାଇବେ । ପରିବାର ସହିତ ସୁଖଦ ମୁହୂର୍ତ୍ତ ବିତାଇବେ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇପାରନ୍ତି। ଏହି ସମୟରେ ଧାର୍ମିକ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ହାସଲ କରିବାର ସୁଯୋଗ ମିଳିବ। ଗାଡ଼ି, ଘର ଏବଂ ଅନ୍ୟାନ୍ୟ ସମ୍ପତ୍ତି କିଣିବାର ସୁଯୋଗ ପାଇବେ । ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ପୁରୁଣା ସ୍ୱପ୍ନ ପୂରଣ ହେବାର ସମ୍ଭାବନା ରହିଛି ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।