Advertisement
Photo Details/zeeodisha/odisha2650913
photoDetails0hindi

Laxmi Narayan Yog 2025: ଏହି ତିନି ରାଶିଙ୍କ ଭାଗ୍ୟ ଫିଟାଇବ ଲକ୍ଷ୍ମୀ ନାରାୟଣ ଯୋଗ, ଚାକିରିରେ ମିଳିବ ପଦୋନ୍ନତି ସହ...

Laxmi Narayan Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଆସନ୍ତା ୨୭ ତାରିଖରେ ମୀନ ରାଶିକୁ ଗୋଚର କରିବେ। ତା ପରଦିନ ପ୍ରେମ, ସମ୍ପର୍କ ଓ ସୌନ୍ଦର୍ଯ୍ୟର କାରକ ଶୁକ୍ର ସେହି ରାଶିକୁ ଗୋଚର କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ରଙ୍କ ମିଳନ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି। ଯଦି ଜାତକରେ ବୁଧ-ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ସମସ୍ତ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହି ଲକ୍ଷ୍ମୀ ନାରାୟଣ ଯୋଗ କେଉଁ ରାଶିଙ୍କ ଭାଗ୍ୟ ବଦଳାଇବ।

1/3

କନ୍ୟା:  ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ।  କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କରୁଥିବା ଲୋକେ ଏହି ସମୟରେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିକ ଲାଭ ପାଇବେ। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ସାଥୀଙ୍କ ସହିତ ଦୂରଯାତ୍ରା କରିବେ। 

ALSO READ: Rahu Budh Yuti 2025: ଫେବୃଆରୀ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ ହେବ ଟଙ୍କା ବର୍ଷା

ALSO READ: Viral Video: ଏହି ବ୍ୟକ୍ତିଙ୍କୁ ବିବାହ କରିବେ ମୀରା ପରିଡା! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

2/3
  କର୍କଟ: ଲକ୍ଷ୍ମୀ ନାରାୟଣ ଯୋଗ ଏ-ହି ରାଶିଙ୍କ ଭାଗ୍ୟ ଚମକାଇବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନବଳିବ। କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ଭଲ ରେଜଲ୍ଟ କରିବେ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ଧାର-କରଜ ଆଣିଥିବା ଟଙ୍କା ସୁଝିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। 

3/3
  ଧନୁ: ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରାଇବ। ବିଶେଷକରି, ଇଣ୍ଟେରିୟର ଡିଜାଇନିଂ, ରିୟଲି ଇ-ଷ୍ଟେଟ୍  ଓ ଅନଲାଇନ୍ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ନୂଆ ଘର କିମ୍ବା ଫ୍ଲାଟ କିଣିବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଧାର୍ମିକ ଯାତ୍ରା କରିବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ଆର୍ଥିକ ସ୍ଥିତି ଅଧିକ ମଜବୁତ୍ ରହିବ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)