Advertisement
Photo Details/zeeodisha/odisha2486548
photoDetails0hindi

Surya Gochar: ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବେ ସୂର୍ଯ୍ୟଦେବ, ଜାଣନ୍ତୁ କାହା ପାଇଁ ଭଲ ଓ ଖରାପ

Surya Gochar October Rashifal: ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାସକୁ ଥରେ ରାଶି ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥିତ ଅଛନ୍ତି । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଉପସ୍ଥିତି କେଉଁ ରାଶିଙ୍କୁ ଶୁଭଫଳ ଦେବ ।

1/13

ମେଷ ରାଶି

ଜ୍ୟୋତିଷଙ୍କ ଅନୁଯାୟୀ ଚାକିରି ପାଇଁ ଭଲ ସମୟ । ପ୍ରେମ ବିବାହର ସମ୍ଭାବନା ରହିଛି ।

2/13

ବୃଷ ରାଶି

ସୂର୍ଯ୍ୟଙ୍କ ଚଳନ ପ୍ରଭାବରୁ ଆପଣ ଶୁଭଫଳ ପାଇବେ । ଶତ୍ରୁମାନଙ୍କର ବିନାଶ ହେବ । ପ୍ରାୟ ଭଲ ସମୟ ବୋଲି କୁହାଯିବ ।

3/13

ମିଥୁନ ରାଶି

ଆପଣଙ୍ଗ କ୍ଷେତ୍ରରେ କ୍ରୋଧ ବଢିପାରେ । ତେଣୁ କାହାକୁ କିଛି କହିବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ ।

4/13

କର୍କଟ ରାଶି 

ଘରୋଇ କଳହ ବଢିପାରେ । ଆପଣଙ୍କ ଶକ୍ତି ସ୍ତର ହ୍ରାସ ହୋଇପାରେ । 

5/13

ସିଂହ ରାଶି

ଆପଣ ପୁରୁଣା ବିବାଦରୁ ମୁକୁଳିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

6/13

କନ୍ୟା ରାଶି

ସୂର୍ଯ୍ୟଙ୍କ ଚଳନ ପ୍ରଭାବରୁ ଆପଣ ସରକାରୀ ବ୍ୟବସ୍ଥାରେ ଉପକୃତ ହେବେ। ଶାସକ ଦଳ ସହ ଆପଣଙ୍କର ସୁସମ୍ପର୍କ ରହିବ । ଆପଣ ଉଚ୍ଚ ପଦାଧିକାରୀଙ୍କଠାରୁ ସମର୍ଥନ ପାଇବେ ।

7/13

ତୁଳା ରାଶି

ଶାରୀରିକ ଭାବରେ ସାମାନ୍ୟ ଖରାପ ପରିସ୍ଥିତି ଉପୁଜିପାରେ । ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ତଥାପି ଆପଣଙ୍କ ଆୟ ବୃଦ୍ଧି ପାଇବ ।

8/13

ବିଛା ରାଶି

ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ ।

9/13

ଧନୁ ରାଶି

ଚାକିରି ଏବଂ ବ୍ୟବସାୟରେ ମଧ୍ୟମ ଧରଣର ଫଳାଫଳ ପାଇବେ । ଘରୋଇ ବାବ ବିବାଦ ଶେଷ ହେବ ।

10/13

ମକର ରାଶି

ଆପଣ ବ୍ୟବସାୟରେ ଆଗକୁ ବଢିବେ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି ।

11/13

କୁମ୍ଭ ରାଶି 

କାର୍ଯ୍ୟରେ ବାଧା ବା ପ୍ରତିବନ୍ଧକ ଆସିପାରେ । ଏହି ଚଳନ ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଖରାପ ହେବାକୁ ଯାଉଛି ।

12/13

ମୀନ ରାଶି

ଆର୍ଥିକ କ୍ଷେତ୍ରରେ ଏତେଟା ଶୁଭଫଳ ପାଇବେ ନାହିଁ । ଧାର କରଜ ବଢିବାର ସମ୍ଭାବନା ଅଛି

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।