Advertisement
Photo Details/zeeodisha/odisha2605952
photoDetails0hindi

Singapore President: ଓଡ଼ିଶାର ଖାଦ୍ୟ, କଳା ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କଲେ ସିଙ୍ଗାପୁର ରାଷ୍ଟ୍ରପତି

Singapore President: ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସଂପର୍କର ନୂଆ ଅଧ୍ୟାୟ । ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ଠାରେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ୍ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।  MOU ଦ୍ବାରା ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସଂପର୍କ ଆହୁରି ବଢିବ।  ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ଏମଓୟୁ ସ୍ୱାକ୍ଷର ପରେ ସିଙ୍ଗାପୁର ରାଷ୍ଟ୍ରପତି କଳାଭୂମିରେ ୪ ଘଣ୍ଟା ସମୟ ବିତାଇଥିଲେ ଏହାସହ ଓଡ଼ିଶାର ଖାଦ୍ୟ, କଳା ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଥିଲେ ଥରମନ୍ ସନମୁଗରତ୍ନମ୍। 

 

1/6

ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥରମନ୍ ସନମୁଗରତ୍ନମ୍ ଆଜି ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ।

Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଶନିବାର, ଜାଣନ୍ତୁ ଆଜିର ରାଶିଫଳ

2/6

ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

 

3/6

କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ।

4/6

ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ। ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ, ଭାରତର ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି। 

5/6

ଏହି ଅବସରରେ ରାଷ୍ଟ୍ରପତି ସେଠାରେ ରାତ୍ରୀ ଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ବୋଲି  ମନ୍ତବ୍ୟ ଦେଇଥିଲେ।

 

6/6

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହିତ ଓଡ଼ିଶା ଓ ସିଙ୍ଗାପୁରର ଏକ ଫୁଜନ୍ ନୃତ୍ୟ ପରିବେଷଣ କରାଯାଇଥିଲା।  ରାଷ୍ଟ୍ରପତି ସନମୁଗରତ୍ନମ୍  ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।