Advertisement
Photo Details/zeeodisha/odisha2656753
photoDetails0hindi

ICC Champions Trophy 2025: ବଡ଼ ଭୁଲ୍ କରିଦେଲା ପାକିସ୍ତାନ, ବାଜିଲା ଭାରତର ଜାତୀୟ ସଙ୍ଗୀତ

ଖେଳ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବାଜିବାର ଥିଲା କିନ୍ତୁ ଭୁଲରେ ବାଜିଗଲା ଭାରତୀୟ ଜାତୀୟ ସଙ୍ଗୀତ । ଗୀତ ବାଜୁ ବାଜୁ ଏହାକୁ ତୁରନ୍ତ ବନ୍ଦ କରିଦେଇଥିଲେ କର୍ତ୍ତୁପକ୍ଷ ଏବଂ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବଜାଯାଇଥିଲା ।

1/5

ଆପଣଙ୍କୁ କହିରଖୁଛୁ ଯେ, ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମ୍ୟାଚ ଆରମ୍ଭ ହେଉଛି । ଆଜି ୨୨ ଫେବ୍ରୁଆରୀରେ ଲାହୋରରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳ ଆରମ୍ଭ ହୋଇଛି ।

2/5

ଟସ୍ ହାରି ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଏହି ସମୟରେ ଏପରି ଅଘଟଣ ଘଟିଥିଲା । ଘଟଣାକୁ ନେଇ ଫ୍ୟାନମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକାଶ କରିଥିଲେ ।

3/5

ମ୍ୟାଚ ଆରମ୍ଭ ପୂର୍ବରୁ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପକ୍ଷରୁ ନିଜ ନିଜର ଜାତୀୟ ସଙ୍ଗୀତ ଗାନ କରାଯିବାର ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳରେ ଭୁଲରେ ଭାରତର ଜାତୀୟ ସଙ୍ଗୀତ ଶୁଭିବା ଆରମ୍ଭ ହେଇଥିଲା । ଭୁଲ୍ ଜଣାପଡିବା ପରେ ଅଧିକାରୀମାନେ ତୁରନ୍ତ ଭାରତର ଜାତୀୟ ସଙ୍ଗୀତକୁ ବନ୍ଦ କରି ଦେଇଥିଲେ ।

4/5

ଘଟଣା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହି ଭୁଲ୍ ପାକିସ୍ତାନର ବୋଲି ଲୋକେ କହୁଛନ୍ତି । ଏହି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଗୋଟିଏ ବି ମ୍ୟାଚ ପାକିସ୍ତାନରେ ଖେଳୁନାହିଁ । ୮ଟି ଦେଶ ଖେଳୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ସବୁତକ ମ୍ୟାଚକୁ ଦୁବାଇରେ ରଖାଯାଇଛି ।

5/5

ଏହି ଅଘଟଣ ପରେ ପାକିସ୍ତାନରେ ଖୋଳତାଡ଼ ଆରମ୍ଭ ହୋଇଛି। କେମିତି ଏପରି ଭୁଲ ହେଲା ଓ ଭାରତର ଜାତୀୟ ସଙ୍ଗୀତ ବାଜିଲା ସେନେଇ କିଛି କର୍ମଚାରୀ ପରସ୍ପରକୁ ଦୋଷ ଦେଉଥିବା କୁହାଯାଉଛି