Weekly Tarot Horoscope Prediction 24 February to 02 March 2025: ଫେବୃଆରୀ ମାସର ଶେଷ ସପ୍ତାହରେ, ସୂର୍ଯ୍ୟ, ଶନି, ବୁଧ ଏବଂ ଚନ୍ଦ୍ର ଚାରି ଗ୍ରହର ସଂଯୋଗ କାରଣରୁ ଚତୁର୍ଗ୍ରାହୀ ଯୋଗ ଗଠନ ହେଉଛି ।
ମେଷ ରାଶି
ମନରେ ଥିବା ଭୟ ଏବଂ ଦ୍ୱିଧାକୁ ପଛରେ ପକାଇ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ବୁଲାବୁଲି କରିବା ପାଇଁ ସମୟ ଅନୁକୂଳ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମୟ ନେଇ ଭାବନ୍ତୁ । ନଚେତ୍ ଭବିଷ୍ୟତରେ କିଛି ଅସୁବିଧା ହୋଇପାରେ । ସାହସର ସହିତ ଆଗକୁ ବଢ଼ିବେ ।
ବୃଷ ରାଶି
ନୂଆ ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ପ୍ରମାଣିତ ହୋଇପାରେ । ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତିରେ ଧିରେ ଧିରେ ଉନ୍ନତି ହେବ । ପୂର୍ବରୁ କରିଥିବା ପ୍ରୟାସରୁ ଆପଣ ଲାଭ ପାଇବେ । ବ୍ୟବସାୟରେ ନିବେଶ ପାଇଁ ସମୟ ଭଲ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ପରିବାର ଏବଂ ପ୍ରିୟଜନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ସଠିକ ରହିବ । ପ୍ରେମ ଜୀବନରେ ସମୟ ଶୁଭ ସାବ୍ୟସ୍ତ ହେବ । ଏକାଠି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚାହୁଁଥିଲେ ସମୟ ଅନୁକୁଳ ।
କର୍କଟ ରାଶି
ନିଜର ଅନ୍ତର୍ଜ୍ଞାନ ଉପରେ ବିଶ୍ୱାସ କରିବା ଆବଶ୍ୟକ । ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଜ ଭାବନା ଏବଂ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପାଇଁ ଧ୍ୟାନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ।
ସିଂହ ରାଶି
ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଶକ୍ତି ଉଚ୍ଚ ସ୍ତରରେ ରହିବ। ଲକ୍ଷ୍ୟ ହାସଲ କରିବା ପାଇଁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ନୂଆ ସପ୍ତାହଟି ଆପଣଙ୍କୁ ସଫଳତା ପ୍ରଦାନ କରିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ କୌଣସି ପ୍ରତିବନ୍ଧକ ଥିଲେ ତାହା ଦୂର ହୋଇଯିବ । ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖନ୍ତୁ।
କନ୍ୟା ରାଶି
ଆପଣଙ୍କ ପାଇଁ ସପ୍ତାହଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ । କୌଣସି କାମରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ନିଜ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ଏବଂ ନୂଆ ପଦ୍ଧତି ଗ୍ରହଣ କରିବାର ସମୟ ଆସିଛି। ଭଲ ଭାବରେ ବିଚାର କରିବା ପରେ ନିଷ୍ପତ୍ତି ନିଅନ୍ତୁ ।
ତୁଳା ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ନ୍ୟାୟ ଏବଂ ସନ୍ତୁଳନର ସପ୍ତାହ ହୋଇପାରେ । ଆଇନଗତ କିମ୍ବା ସରକାରୀ ମାମଲାରେ ନିରପେକ୍ଷ ଭାବରେ କାର୍ଯ୍ୟ କରିବା ଉଚିତ ହେବ । ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ ନଚେତ୍ ଭବିଷ୍ୟତ ପ୍ରଭାବିତ ହୋଇପାରେ । ସତ୍ୟର ପଥ ଅନୁସରଣ କରିବା ଆପଣଙ୍କ ପାଇଁ ଭଲ ହେବ ।
ବିଛା ରାଶି
ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ପ୍ରଗତିରେ ବାଧା ସୃଷ୍ଟି ହେଉଥିଲେ ତାହା ଅନ୍ତ ହେବ । ନୂତନ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ନକାରାତ୍ମକତାକୁ ପଛରେ ଛାଡିବାରେ ଆପଣ ସକ୍ଷମ ହେବେ । ନୂତନ ସୁଯୋଗର ସଦୁପଯୋଗ କରିବେ ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ବିଶ୍ୱାସ ଏବଂ ଆଶାର ସପ୍ତାହ । ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ନିରନ୍ତର ପ୍ରୟାସ କରିବେ। ନିଜ ଉପରେ ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବ। ସକାରାତ୍ମକ ଶକ୍ତି ଏବଂ ସମର୍ଥନ ମିଳିବ। ନିଜ ଦକ୍ଷତା ଉପରେ ବିଶ୍ୱାସ ରଖି ଆଗକୁ ବଢନ୍ତୁ ।
ମକର ରାଶି
ଆପଣଙ୍କ ଜୀବନରେ ସଫଳତା ମିଳିବାର ସମୟ । ପ୍ରତିଟି ପ୍ରୟାସରେ ସଫଳତାର ସମ୍ଭାବନା ରହିଛି । ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପ୍ରଗତି କରିବେ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ ।
କୁମ୍ଭ ରାଶି
ନୂଆ ସପ୍ତାହରେ ଆପଣ କିଛି ସମୟ ଏକୁଟିଆ ବିତାଇପାରନ୍ତି । ଆନ୍ତରିକ ଶାନ୍ତି ଏବଂ ଆତ୍ମନିରୀକ୍ଷଣର ସମୟ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଧ୍ୟାନ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ଆପଣ ଶାନ୍ତି ପାଇବେ । ନିଜ ମଧ୍ୟରେ ବଢୁଥିବା ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ଲାଭଦାୟକ ହେବ।
ମୀନ ରାଶି
ଆପଣ କିଛି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ନିଜ ଚିନ୍ତାଧାରାରେ ସ୍ପଷ୍ଟତା ରହିବ ନାହିଁ। ନିଜ ଅନ୍ତର୍ଜ୍ଞାନ ଉପରେ ବିଶ୍ୱାସ କରନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଧ୍ୟାନର ସହ ବିଚାର କରନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़