Weekly Matrimony horoscope: ବିବାହ ଏକ ପବିତ୍ର ବନ୍ଧନ । ତେବେ ବିବାହ ପାଇଁ ଅନେକ ସମୟରେ ବିଭିନ୍ନ ପ୍ରତିବନ୍ଧକ ଆସିଥାଏ । ଆସନ୍ତୁ ଜାଣିବା ଏହି ସପ୍ତାହରେ ଆପଣଙ୍କ ପାଇଁ କିପରି ଫଳାଫଳ ରହିବ ।
ମେଷ ରାଶି
ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ । ଘରର ଉତ୍ତର ଦିଗରୁ ଏକ ବିଶେଷ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ମଧ୍ୟସ୍ଥି ଆପଣଙ୍କ ବିବାହ ପ୍ରସ୍ତାବକୁ ଆଗକୁ ବଢାଇବେ ।
ବୃଷ ରାଶି
ଆପଣଙ୍କୁ ମନଲାଖି ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି । ଯଦି ଅନଲାଇନ ମାଧ୍ୟମରେ ଆପଣ ସାଥୀ ଖୋଜୁଛନ୍ତି ତେବେ ଏକ ଭଲ ପ୍ରୋଫାଇଲ ମିଳିପାରେ ।
ମିଥୁନ ରାଶି
ସପ୍ତାହଟିରେ ଆପଣଙ୍କୁ ନିରାଶା ହେବାକୁ ପଡିପାରେ । ଆପଣଙ୍କ ପ୍ରସ୍ତାବକୁ କେହି ଅସ୍ୱିକାର କରିପାରନ୍ତି । ତେବେ ସପ୍ତାହର ଶେଷ ଭାଗରେ ଶୁଭ ସମ୍ଭାଦ ମିଳିବାର ସମ୍ଭାବନା ରହିଛି ।
କର୍କଟ ରାଶି
ବିବାହକୁ ନେଇ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ସଠିକ୍ ସମୟରେ ଆପଣଙ୍କ ପାଇଁ ସାଥୀ ମିଳିଯିବ । ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ସ୍ୱଭାବ ସାଥୀଙ୍କୁ ପସନ୍ଦ ଆସିବ ।
ସିଂହ ରାଶି
କେତେକାଂଶରେ ଆପଣ ନିଜର ଭୁଲ ପାଇଁ ଅନୁତାପ କରିବେ । ସେହି ଭୁଲ୍ ଗୁଡିକୁ ସଜାଡିବାକୁ ଚେଷ୍ଟା କରିବେ । ତେବେ ବିବାହ ପ୍ରସ୍ତାବ ପାଇଁ ସପ୍ତାହଟି ଅନୁକୂଳ ନୁହେଁ ।
କନ୍ୟା ରାଶି
ଆପଣଙ୍କ ପାଇଁ ପ୍ରେମ ବିବାହର ଯୋଗ ରହୁଛି । ତେବେ ବିବାହ ପାଇଁ ତାରିଖ ଚୁଡାନ୍ତ ହୋଇପାରେ ।
ତୁଳା ରାଶି
ଆପଣଙ୍କ ସହିତ କିଛି ଠକାମୀ ହୋଇପାରେ ତେଣୁ ସାବଧାନ ରହିବା ଆବଶ୍ୟକ । ବିବାହ ପାଇଁ ଦାୟିତ୍ୱ ନେଇଥିବା ମଧ୍ୟସ୍ଥିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ ।
ବିଛା ରାଶି
ବିବାହ ପାଇଁ ଆପଣ ଯଦି ଉପଯୁକ୍ତ ପାତ୍ର ଖୋଜୁଛନ୍ତି ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ । ଏହି ସମୟରେ ଆପଣ ନିରାଶ ହୋଇପାରନ୍ତି ।
ଧନୁ ରାଶି
୩୦ ବର୍ଷ ବୟସରୁ ଅଧିକ ବ୍ୟକ୍ତିର ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଚୁଡାନ୍ତ ହେବାର ସମ୍ଭାବନା ରହିଛି । ଆପଣଙ୍କ ସାଥୀ ଆପଣଙ୍କ ମନର କଥାକୁ ବୁଝିପାରିବେ ।
ମକର ରାଶି
ଅନଲାଇନ ସାଇଟ୍ ଗୁଡିକରେ ନିଜ ପାଇଁ ଆପଣ ନିଜେ ପ୍ରସ୍ତାବ ଦେଖିପାରନ୍ତି । ଆପଣ ବିବାହ ପ୍ରସ୍ତାବ ଦେବା ଆଗରୁ ନିଜ ସହ ଘଟିଥିବା ପ୍ରତିଟି କଥା ସାଥୀଙ୍କ ସହ ଖୋଲା ଖୋଲି ଆଲୋଚନା କରିନିଅନ୍ତୁ ।
କୁମ୍ଭ ରାଶି
ବିବାହ ପାଇଁ ଆପଣଙ୍କ ପିତା ମାତା ବ୍ୟସ୍ତ ହେଉଥିଲେ ମଧ୍ୟ ବର୍ତ୍ତମାନ ଆପଣଙ୍କୁ ଆଉ ଅଳ୍ପଦିନ ଅପେକ୍ଷା କରିବାକୁ ପଡିବ । ସପ୍ତାହର ଶେଷ ଭାଗରେ ଆପଣଙ୍କୁ ଭଲ ପ୍ରସ୍ତାବଟିଏ ମିଳିପାରେ ।
ମୀନ ରାଶି
କୌଣସି କାରଣରୁ ଆପଣ ଚୟନ କରିଥିବା ପ୍ରସ୍ତାବଟି ଭାଙ୍ଗିଯାଇପାରେ । କିନ୍ତୁ ବ୍ୟସ୍ତ ହେବା ଉଚିତ ନୁହେଁ କାରଣ ଆପଣଙ୍କୁ ଆଉ ଏକ ଭଲ ପ୍ରସ୍ତାବ ମିଳିବ । ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़