Advertisement
Photo Details/zeeodisha/odisha2485313
photoDetails0hindi

Family Horoscope: ଗୁରବାର ଦିନ ପାରିବାରିକ ଜୀବନରେ ୬ ରାଶି ପାଇବେ ଖୁସି

Family Horoscope 24 october 2024: ଜ୍ୟୋତିଷଶାସ୍ତ୍ରରେ ରାଶି ଏବଂ ଗ୍ରହ ନକ୍ଷତ୍ରଙ୍କ ଗମନାଗମନକୁ ନେଇ ଅନେକ ତଥ୍ୟ ଦିଆଯାଇଛି । ତେବେ ଗୁରବାର ଦିନ ଆପଣଙ୍କ ଭାଗ୍ୟ ଆପଣଙ୍କ କେତେ ସପକ୍ଷରେ ରହିବ ଜାଣିବା ପାଇଁ ପଢନ୍ତୁ ରାଶିଫଳ ।

1/13

ମେଷ ରାଶି

ଟଙ୍କା ସମ୍ବନ୍ଧୀୟ ମାମଲାରେ ଆପଣଙ୍କ ଜୀବନସାଥୀଙ୍କ ସହ ବିବାଦ ଉପୁଜିପାରେ । କିନ୍ତୁ ଆପଣଙ୍କର ଶାନ୍ତ ପ୍ରକୃତି କାରଣରୁ ଆପଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ । ଛୋଟପିଲାମାନଙ୍କ ସହିତ ଘରେ ମଜା କରିବେ ।

2/13

ବୃଷ ରାଶି

ଘରକୁ ବନ୍ଧୁମାନଙ୍କ ଆଗମନ ହୋଇପାରେ । ପ୍ରତ୍ୟକ ପରିସ୍ଥିତି ଏବଂ ଆବଶ୍ୟକତା ବୁଝିସୁଝି ଆପଣ ଆଗକୁ ବଢିବେ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯନ୍ତ୍ର ନେବାର ଆବଶ୍ୟକତା ରହିଛି

 

3/13

ମିଥୁନ ରାଶି

ପାରିବାରିକ ସମ୍ପର୍କରେ କାହା ସହିତ କୌଣସି ତିକ୍ତତା ଥିଲେ ତାହା ଦୂର ହୋଇଯିବ । ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

4/13

କର୍କଟ ରାଶି

ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ପରିବାର ସଦସ୍ୟ ସାମାନ୍ୟ ଚିନ୍ତିତ ହୋଇପାରନ୍ତି । ଘରୁ କାର୍ଯ୍ୟରୁ ସମୟ ବାହାର କରି ସାମାଜିକ କାର୍ଯ୍ୟକଳାପ ମଧ୍ୟ ଯୋଡି ହେବେ ।

5/13

ସିଂହ ରାଶି

ଘର ସମ୍ପର୍କରେ ଯଦି କୌଣସି ନିଷ୍ପତ୍ତି ନେଉଛନ୍ତି ତେବେ ପ୍ରଥମେ ବରିଷ୍ଠ ସଦସ୍ୟଙ୍କୁ ଜଣାନ୍ତୁ । ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହେବ । ଅଧିକାଂଶ ସମୟ ଆପଣଙ୍କର ଘରେ ଅତିବାହିତ ହେବ ।

6/13

କନ୍ୟା ରାଶି

ପରିବାର ସଦସ୍ୟଙ୍କ ଭଲପାଇବା ଆପଣଙ୍କୁ ମିଳିବ । ଘରେ କିଛି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି । ଜୀବନରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଆପଣ ଚେଷ୍ଟିତ ହେବେ ।

7/13

ତୁଳା ରାଶି

ପାରିବାରିକ ବୁଝାମଣାରେ ସାମାନ୍ୟ ମତଭେଦ ଦେଖାଦେବ । ଘରୋଇ ଦାୟିତ୍ୱକୁ ସଠିକ ଭାବେ ତୁଳାଇବାରେ ଆପଣ ସକ୍ଷମ ହେବେ ନାହିଁ । ଫଳରେ ଘରର କିଛି ସଦସ୍ୟ ଆପଣଙ୍କ ଉପରେ ରାଗିପାରନ୍ତି ।

8/13

ବିଛା ରାଶି

ପରିବାରରେ ଉଭୟ ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଚିକିତ୍ସା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ଧର୍ଯ୍ୟର ସହ ସମୟ ଅତିବାହିତ କରନ୍ତୁ ।

9/13

ଧନୁ ରାଶି

ପରିବାର ସଦସ୍ୟଙ୍କଠାରୁ ପରାମର୍ଶ ନେଇ ପ୍ରତିଟି କାର୍ଯ୍ୟ କରନ୍ତୁ । ମାନସିକ ଶାନ୍ତି ପାଇବେ । ଘରର ଦାୟିତ୍ୱ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି ।

10/13

ମକର ରାଶି

ଆପଣ ଅନୁଭବ କରିବେ ଯେ, ଆପଣଙ୍କ ନିକଟରୁ ଅନ୍ୟମାନଙ୍କର ଅଧିକ ଆଶା ରହିଛି । ଅନ୍ୟମାନଙ୍କୁ ଖୁସି କରିବା ପାଇଁ ନିଜକୁ କଷ୍ଟ ଦିଅନ୍ତୁ ନାହିଁ । ଆପଣ ଏକ ରୋମାଞ୍ଚକର ପରିସ୍ଥିତିର ସାମ୍ନା କରିବେ ।

11/13

କୁମ୍ଭ ରାଶି

ପାରିବାରିକ କ୍ଷେତ୍ରରେ ସକରାତ୍ମକ ଫଳାଫଳ ପାଇବେ । ଆପଣଙ୍କ ଘରର ସମସ୍ୟା ହେଲେ ବନ୍ଧୁ ଏବଂ ପ୍ରିୟଜନ ସହାୟତା କରିବା ପାଇଁ ଆଗେଇ ଆସିବେ ।

12/13

ମୀନ ରାଶି

ପରିବାରକୁ ଅଧିକ ସମୟ ଦେବାରେ ସକ୍ଷମ ହେବେ । ଘରର କାର୍ଯ୍ୟ ପାଇଁ ସାମାନ୍ୟ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ପ୍ରିୟଜନଙ୍କ ସହିତ ସମୟ ବିତାଇବେ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।