Advertisement
Photo Details/zeeodisha/odisha2641272
photoDetails0hindi

Subhadra Yojana 2025: ଆକାଉଣ୍ଟକୁ ଆସିନି କି ସୁଭଦ୍ରା ଟଙ୍କା? କରନ୍ତୁ ଏହି କାମ ;ଏକା ସାଙ୍ଗେ ପାଇବେ ୨ଟି କିସ୍ତି

Subhadra Yojana 2025: ହିତାଧିକାରୀଙ୍କ ପାଇଁ ବଡ଼ ଖବର। ସୁଭଦ୍ରା ଟଙ୍କା ଯଦି ଆପଣଙ୍କ ଆକାଉଣ୍ଟକୁ ଯାଇନି । ତେବେ, ବ୍ୟସ୍ତ ହୁଅନ୍ତୁନି। ଏହିସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ଟଙ୍କା ପାଇବାକୁ ହେଲେ କଣ ସବୁ କରିବାକୁ ପଡିବ। ପଢନ୍ତୁ ଏହି ରିପୋର୍ଟ... 

1/5
ସୁଭଦ୍ରା ଯୋଜନା ପାଇଁ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ପୋର୍ଟାଲ୍ ରେ  ଇ- କେଓ୍ବାଇସି କରି ନାହାଁନ୍ତି।  କିନ୍ତୁ ଓଟିପି ମାଧ୍ୟମରେ  ଇ-କେଓ୍ବାଇସି କରିଛନ୍ତି। ଏହି ହିତାଧିକାରୀମାନଙ୍କ ଏକ ତାଲିକା ବ୍ଲକ୍, ମୁନସିପାଲଟି ଜିଲ୍ଲା ସ୍ତର ସହ  ସୁଭଦ୍ରା ପୋଟାଲ୍ ରେ  ଉପଲବ୍ଧ ଅଛି। 

ALSO READ: Shukra Vakri 2025: ହୋଲି ପୂର୍ବରୁ ଶୁକ୍ରଙ୍କ ଓଲଟା ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ପୁରୁଣା ବିନିଯୋଗରୁ ପାଇବେ ଲାଭ!

ALSO READ: Varsha Priyadarshini Video: ରୋଷେଇ ଘରୁ ଭାଇରାଲ୍ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ

2/5
ବର୍ତ୍ତମାନ ସୁଧା ଲାଭ ପାଇ ନଥିବା ଯୋଗ୍ୟ ଅଦରକାରୀ ଏହି ତାଲିକାକୁ  ଯାଞ୍ଚ କରନ୍ତୁ।  ଯଦି ୫ରୁ ତାଲିକାରେ ତାଙ୍କର ନାମ ନାହିଁ ବୋଲି ଜଣାପଡିବ। ତାହେଲେ ଯେଉଁ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି। ସେହି ଆକାଉଣ୍ଟକୁ ସିଧା ସଳଖ  ଦେୟ ହସ୍ତାନ୍ତର ଯୋଗ୍ୟ  କରିବାକୁ ପଡିବ। 

3/5

 ସୁଭଦ୍ରା ପୋର୍ଟାଲ୍ ରେ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେଓ୍ବାଇସି  କରିବାକୁ ପଡିବ।  ସିଧାସଳଖ ଦେୟ  ହସ୍ତାନ୍ତର ଯୋଗ୍ୟ  ହୋଇଗଲେ ଓ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେଓ୍ବାଇସି ହୋଇଗଲେ ସେମାନେ ଆସନ୍ତା ମାର୍ଚ୍ଚ ୮ତାରିଖ ସୁଧା ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।   

4/5

ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ହିତାଧିକାରୀଙ୍କୁ  ସୁଭଦ୍ରା ଅର୍ଥ  ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮ ଲକ୍ଷ ହିତାଧିକାରୀ ଅର୍ଥ ପାଇସାରିଲେଣୀ। ଟଙ୍କା ହିତାଧିକାରୀଙ୍କ ନିକଟରେ ସିଧା-ସଳଖ ଭାବରେ  ପହଞ୍ଚିବା ନିଶ୍ଚିତ କପିବାରେ ନ୍ୟାସନାଲ୍ ପେମେଣ୍ଟ  କର୍ପୋରେସନ୍ (ଏନପିସିଆଇ) ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯାହାଙ୍କ ଆକାଉଣ୍ଟରେ  ଦେୟ  ହସ୍ତାନ୍ତର କଲେ  ତାହା ପହଚିଂବା  ଏକ ପ୍ରକାର ନିଶ୍ଚିତ। ସେହିଭଳି ହିତାଧିକାରୀ ଚିହ୍ନଟ  କରିବାରେ ଏନପିସିଆଇ ବିଶେଷ ଭାବରେ ସହାୟକ ହୋଇଛି। 

5/5
ସୁଭଦ୍ରା ଟଙ୍କା ପାଇନଥିଲେ କରନ୍ତୁ ଏହି ସବୁ କାମ :   ସୁଭଦ୍ରା ଅଧିନରେ ଦେୟ ପ୍ରାପ୍ତି ନିମନ୍ତେ ଯୋଗ୍ୟ ହିତାଧିକାରୀମାନେ ୪ ଦିଗରେ ଧ୍ୟାନ ଦେଇପାରିବେ।    1ସୂଚନା ଅନୁସାରେ, ସେମାନଙ୍କ ଏକକ ଧାରକ ବ୍ୟାଙ୍କ୍ ଆକାଉଣ୍ଟ ଥିବା ଆବଶ୍ୟକ।  2-ଏହି ଆକାଉଣ୍ଟଟି ହିତାଧିକାରୀଙ୍କ ଆଧାର ସଂଖ୍ୟା ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ।   3-ଆକାଉଣ୍ଟଟି ସିଧାସଳଖ ଦେୟ ହସ୍ତାନ୍ତର ନିମନ୍ତେ ସକ୍ଷମ ହୋଇଥିବା ଆବଶ୍ୟକ ।  4-ସୁଭଦ୍ରା ପୋର୍ଟାଲ୍ ରେ ସେମାନେ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେଓ୍ବାଇସି କରିଥିବା ଆବଶ୍ୟକ।