ମେଲାଣି ନେଲେ ମା ଲକ୍ଷ୍ମୀ, ଧୁମଧାମରେ ହେଲା ଭସାଣ ଉତ୍ସବ
Advertisement
Article Detail0/zeeodisha/odisha1398077

ମେଲାଣି ନେଲେ ମା ଲକ୍ଷ୍ମୀ, ଧୁମଧାମରେ ହେଲା ଭସାଣ ଉତ୍ସବ

ମା' ଲକ୍ଷ୍ନୀ ଠାକୁରାଣୀଙ୍କୁ ଆଜି ବାଲେଶ୍ୱରବାସୀ ମେଲାଣୀ ଦେଇଛନ୍ତି। ୭ ଦିନ ପରେ ପୂଜାର୍ଚ୍ଚନା ପରେ ଆଜି ଠାକୁରାଣୀଙ୍କର ବିସର୍ଜନ ଶେଷ ହୋଇଛି। ତେବେ ଏହି ବିସର୍ଜନ ସମୟରେ ଗ୍ରାମବାସୀ ଚାରାରୋପଣ କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ଜାମୁଝାଡ଼ି ଗୌଡ଼ପଡ଼ା ଗ୍ରାମରେ। 

ମେଲାଣି ନେଲେ ମା ଲକ୍ଷ୍ମୀ, ଧୁମଧାମରେ ହେଲା ଭସାଣ ଉତ୍ସବ

ବାଲେଶ୍ୱର (ଦେବେନ୍ଦ୍ର କୁମାର ନାୟକ): ମା' ଲକ୍ଷ୍ନୀ ଠାକୁରାଣୀଙ୍କୁ ଆଜି ବାଲେଶ୍ୱରବାସୀ ମେଲାଣୀ ଦେଇଛନ୍ତି। ୭ ଦିନ ପରେ ପୂଜାର୍ଚ୍ଚନା ପରେ ଆଜି ଠାକୁରାଣୀଙ୍କର ବିସର୍ଜନ ଶେଷ ହୋଇଛି। ତେବେ ଏହି ବିସର୍ଜନ ସମୟରେ ଗ୍ରାମବାସୀ ଚାରାରୋପଣ କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ଜାମୁଝାଡ଼ି ଗୌଡ଼ପଡ଼ା ଗ୍ରାମରେ। 

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଗୌଡ଼ପଡ଼ା ଗ୍ରାମରେ ମା ଲକ୍ଷ୍ମୀଙ୍କ ଭସାଣି ନିଡାମ୍ବର ଭାବେ ପାଳିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲାର ସୋର ସିମୁଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହୋଇଥିବା ମା'ଙ୍କ ମେଢକୁ ନିଡାମ୍ବର ଭାବେ ପୋଖରୀରେ ବିସର୍ଜନ କରିଛନ୍ତି ପୂଜା କମିଟିର ସଦସ୍ୟ ମାନେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୋଲିସ ମୃତୟନ ହୋଇଥିଲା ବେଳେ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗୌଡ଼ପଡ଼ାରେ ୬୯ତମ ମା ଲକ୍ଷ୍ମୀ ପୂଜାକୁ ପୂଜା କମିଟିର ସଦସ୍ୟମାନେ ବେଶ ଭଲ ଭାବେ ପରିଚାଳିତ କରିଥିବା ବେଳେ ଭକ୍ତଙ୍କ ପାଇଁ ମାଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। 

ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ମାଙ୍କ ପୂଜା ର ଶେଷ ଦିନ ପୂଜା କମିଟି ର ସଦସ୍ୟ ମାନଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ ଅନୁଯାୟୀ ଗ୍ରାମ ରାସ୍ତା ସଫେଇ କରିଥିବା ଚାରାରୋପଣ କରାଯାଇଥିଲା। ଏହି ପୂଜା କମିଟି ସଦସ୍ୟଙ୍କ ଦ୍ୱାରା ସମସ୍ତ ଭକ୍ତଙ୍କୁ ମା'ଙ୍କ ଦର୍ଶନ ସୁଚାରୁ ରୂପେ କରାଇ ଅନ୍ନପ୍ରସାଦ ବିତରଣ କରାଯାଇଥିଲା

ପୂଜା କମିଟି ସଦସ୍ୟଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସବୁ ବ୍ୟବସ୍ଥା କରାଯାଇଥିଲା। ଯାତ୍ରା, ମେଲୋଡି ବ୍ୟବସ୍ଥା କରା ଯାଇଥିବା ବେଳେ ଭଜନ କିର୍ତ୍ତନର ଆୟୋଜନ କରାଯାଇଥିଲା। ଭକ୍ତଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା ଅନ୍ୟପକ୍ଷେ ଅନ୍ନପ୍ରସାଦ କରାଯାଇ ଦୁଇ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା ୬୯ ବର୍ଷ ହେବ ସୁଚାରୁ ଭାବେ ପରିଚାଳିତ ହୋଇଆସୁଥିବା ଏହି ମା ଲକ୍ଷ୍ମୀଙ୍କ ପୂଜାରେ ଏହିଥର ଭକ୍ତମାନେ ଭୋଗ କରି ବେଶ ଆନନ୍ଦିତରେ ମା'ଙ୍କ ଦର୍ଶନ କରିଥିଲେ। ୭ ଦିନ ଧରି ମା’ଙ୍କ ପୂଜା ଦେଖିବା ପାଇଁ ଆଖପାଖ ଗ୍ରାମରୁ ଭକ୍ତଙ୍କର ସମାଗମ ହୋଇଥିବା ବେଳେ ସବୁ ସମ୍ପ୍ରଦାୟ ର ଲୋକେ ଆସି ପାଳନ କରି ଆନନ୍ଦ ନେଉଥିବାର ଦେଖିବାକୁ ମିଳିଛି ।

ଉଲ୍ଲେଖ ଯୋଗ୍ୟ ଦୁଇ ବର୍ଷ କୋରୋନା ମହାମାରୀ ପାଇଁ ବାଲେଶ୍ୱର ତଥା ରାଜ୍ୟରେ ପାର୍ବଣ ଫିକା ପଡ଼ିଥିଲା। ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଦି ପାର୍ବଣ ସମ୍ପୂର୍ଣ୍ଣ ଭାବେ ନିରାଶା ଢଙ୍ଗରେ ପାଳନ ହୋଇଥିଲା। ତେବେ ଚଳିତ ବର୍ଷ କୋରୋନା ମହାମାରୀ ଲୋପ ପାଇ ଯାଇଥିବାରୁ ବେଶ ଧୁମଧାମରେ ପାର୍ବଣକୁ ପାଳନ କରୁଛନ୍ତି। 

ଅଧିକ ପଢନ୍ତୁ: Congress President Election: ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ହେବ ମୁକାବିଲା, ସକlଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ହେବ ମତଦାନ

ଅଧିକ ପଢନ୍ତୁ: Paracetamol: ଗର୍ଭାବସ୍ଥା ସମୟରେ ଭୁଲରେ ବି କରନ୍ତୁନି ପାରାସିଟାମୋଲ ବ୍ୟବହାର, ପିଲାକୁ ହୋଇଥାଏ ଏସବୁ ରୋଗ