ସମ୍ମାନଜନକ କେଏଲଏଫ୍ ପୁସ୍ତକ ପୁରସ୍କାର ୨୦୨୨ ଘୋଷଣା
Advertisement
Article Detail0/zeeodisha/odisha1544245

ସମ୍ମାନଜନକ କେଏଲଏଫ୍ ପୁସ୍ତକ ପୁରସ୍କାର ୨୦୨୨ ଘୋଷଣା

ବିଶିଷ୍ଟ ଲେଖକ ଏବଂ ସେମାନଙ୍କ ପୁସ୍ତକଗୁଡ଼ିକୁ ପ୍ରଦର୍ଶିତ କରାଯିବ । ସଂଜୀବ ସାନ୍ୟାଲଙ୍କ ପୁସ୍ତକ-ରିଭଲ୍ୟୁସନାରିଜ: ଦି ଅଦର ଷ୍ଟୋରି ଅଫ୍ ହାଓ ଇଣ୍ଡିଆ ଓନ୍ ଇଟ୍‌ସ ଫ୍ରିଡମ୍‌, କୈଳାସ ସତ୍ୟାର୍ଥୀଙ୍କ ପୁସ୍ତକ ତୁମ ପେହଲେ କ୍ୟୋଁ ନେହି ଆଏ, ହିନ୍ଦୋଳ ସେନଗୁପ୍ତାଙ୍କ ସିଙ୍ଗ, ଡ୍ୟାନ୍ସ ଆଣ୍ଡ୍ ପ୍ରେ: ଦି ଇନସ୍ପିରେସନାଲ୍ ଷ୍ଟୋରି ଓ ଶ୍ରୀଲ ପ୍ରଭୁପାଦ, ଇସ୍‌କନ୍‌ର ପ୍ରତିଷ୍ଠାତା-ଆଚାର୍ଯ୍ୟ, ରଣଜିତ ହସକୋଟେଙ୍କ ହଂଚପ୍ରୋଜ୍‌, ପ୍ରବୀଣ କୁମାରଙ୍କ ଅମର ଦେସବା, ଅକ୍ଷ ମୁକୁଳଙ୍କ ରାଇଟର, ରିବେଲ, ସୋଲଜର, ଲଭର: ଦି ମେନି ଲାଇଭ୍‌ସ ଅଫ୍ ଆଗ୍ୟେଗା ଏବଂ ଚଳିତ ବର୍ଷର କେଏଫ୍‌ଏଲ୍ ପୁସ୍ତକ ପୁରସ୍କାର ଲାଗି ଚୟନ ହୋଇଥିବା ପୁସ୍ତକଗୁଡ଼ିକୁ ପ୍ରଦର୍ଶିତ କରାଯିବ ।

ସମ୍ମାନଜନକ କେଏଲଏଫ୍ ପୁସ୍ତକ ପୁରସ୍କାର ୨୦୨୨ ଘୋଷଣା

klf book prize award: ଭୁବନେଶ୍ୱର: କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍ (KLF) ପକ୍ଷରୁ କେଏଲ୍‌ଏଫ୍ ପୁସ୍ତକ ପୁରସ୍କାର ୨୦୨୨ ଘୋଷଣା କରାଯାଇଛି। ଅଣ-ଉପନ୍ୟାସ, ଉପନ୍ୟାସ କାବ୍ୟ ପୁସ୍ତକ, ହିନ୍ଦୀ ଭାଷା ପୁସ୍ତକ, ଅନୁବାଦ ପୁସ୍ତକ, ଭାଷା ପ୍ରଥମ ପୁସ୍ତକ, ବିଜନେଓ ବୁକ, ପରିବେଶ ପୁସ୍ତକ, ଜୀବନ/ଆତ୍ମଜୀବନୀ, ଶିଶୁ ପୁସ୍ତକ, କ୍ରୀଡ଼ା ପୁସ୍ତକ, ଜୀବନଶୈଳୀ ଓ ଉଦୀୟମାନ ଧାରା ପୁସ୍ତକ ଆଦି ବର୍ଗରେ ଏହି ପୁରସ୍କାର ଦିଆଯିବ। ବିଭିନ୍ନ ବର୍ଗ ପାଇଁ ପ୍ରକାଶକମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପୁସ୍ତକଗୁଡ଼ିକ ମଧ୍ୟରୁ ବିଜେତା ଚୟନ କରାଯାଇଛି। ୨୦୨୩ ଫେବ୍ରୁଆରି ମାସ ୨୪-୨୬ ତାରିଖ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍ (କେଏଲ୍‌ଏଫ୍‌) ଅବସରରେ ଏହି ପୁରସ୍କାରଗୁଡ଼ିକୁ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ବିଶିଷ୍ଟ ଲେଖକ ଏବଂ ସେମାନଙ୍କ ପୁସ୍ତକଗୁଡ଼ିକୁ ପ୍ରଦର୍ଶିତ କରାଯିବ । ସଂଜୀବ ସାନ୍ୟାଲଙ୍କ ପୁସ୍ତକ-ରିଭଲ୍ୟୁସନାରିଜ: ଦି ଅଦର ଷ୍ଟୋରି ଅଫ୍ ହାଓ ଇଣ୍ଡିଆ ଓନ୍ ଇଟ୍‌ସ ଫ୍ରିଡମ୍‌, କୈଳାସ ସତ୍ୟାର୍ଥୀଙ୍କ ପୁସ୍ତକ ତୁମ ପେହଲେ କ୍ୟୋଁ ନେହି ଆଏ, ହିନ୍ଦୋଳ ସେନଗୁପ୍ତାଙ୍କ ସିଙ୍ଗ, ଡ୍ୟାନ୍ସ ଆଣ୍ଡ୍ ପ୍ରେ: ଦି ଇନସ୍ପିରେସନାଲ୍ ଷ୍ଟୋରି ଓ ଶ୍ରୀଲ ପ୍ରଭୁପାଦ, ଇସ୍‌କନ୍‌ର ପ୍ରତିଷ୍ଠାତା-ଆଚାର୍ଯ୍ୟ, ରଣଜିତ ହସକୋଟେଙ୍କ ହଂଚପ୍ରୋଜ୍‌, ପ୍ରବୀଣ କୁମାରଙ୍କ ଅମର ଦେସବା, ଅକ୍ଷ ମୁକୁଳଙ୍କ ରାଇଟର, ରିବେଲ, ସୋଲଜର, ଲଭର: ଦି ମେନି ଲାଇଭ୍‌ସ ଅଫ୍ ଆଗ୍ୟେଗା ଏବଂ ଚଳିତ ବର୍ଷର କେଏଫ୍‌ଏଲ୍ ପୁସ୍ତକ ପୁରସ୍କାର ଲାଗି ଚୟନ ହୋଇଥିବା ପୁସ୍ତକଗୁଡ଼ିକୁ ପ୍ରଦର୍ଶିତ କରାଯିବ ।

ସାହିତ୍ୟ ହେଉଛି ସମାଜର କେବଳ ଏକ ବୃହତ ପ୍ରତିଫଳନ ନୁହେଁ ଏହା ହେଉଛି ଉତମ ଭବିଷ୍ୟତ ପାଇଁ ବାର୍ତା । ଏହା ହେଉି ମଣିଷ ଆତ୍ମାର ଗଭୀର ପରିପ୍ରକାଶ। କୋଭିଡ୍‌-୧୯ ଆମକୁ ସମ୍ବେଦନଶୀଳତା ଓ ଅସହାୟତାକୁ ପ୍ରଦର୍ଶିତ କରିଥିଲା ଏବଂ ସେହି ସମୟରେ ଏକଜୁଟ ହୋଇ ତାହାର ମୁକାବିଲା କରିବା ଜଣାଇଥିଲା । ସମୟ ଅଟକିବ ନାହିଁ କିମ୍ବା ମଣିଷ ଜୀବନର ଅନୁଭୂତି । ଜୀବନର ସେହି ଭାବକୁ ପାଳନ କରିବା ଲାଗି କେଏଲ୍‌ଏଫ୍ ୨୦୨୩ ଏହାକୁ ଆସିଛି ଭାବ ଉଦ୍ରେକକାରୀ ଚିନ୍ତାଧାରା ଏବଂ ସ୍ଥିର ମାନବିକ ଭାବ ସହ ଯୋଡ଼ି ହେବାପାଇଁ । ସମସାମୟିକ ବକ୍ତୃତା ଉପରେ ଉତ୍ସର୍ଗୀକୃତ ଅଧିବେଶନ ଏବଂ ଜନ ସାଧାରଣଙ୍କ ଉପରେ ଆଲୋଚନା ବ୍ୟତୀତ କେଏଲ୍‌ଏଫ୍ ପୁସ୍ତକ ପୁରସ୍କାର ଚିନ୍ତାଧାରାଗୁଡ଼ିକୁ ବାଂଟିବ ଏବଂ ସେହି ସମୟରେ ଭାରତ ଓ ବିଶ୍ୱାସର ସାହିତ୍ୟ ସଂସ୍କୃତିକୁ ପୁନର୍ମାଜିତ ଓ ତାହାକୁ ଅବଦାନ ପ୍ରଦାନ କରିବ ।

କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍ ହେଉଛି ଅନ୍ୟତମ ସବୁଠୁ ସମ୍ମାନଜନକ ଆନ୍ତର୍ଜାତିକ ସାହିତ୍ୟ ଉତ୍ସବ ଯାହା ଭାରତର ପୂର୍ବାଚଂଳରେ ଥିବା ରାଜ୍ୟ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜନ କରାଯାଉଛି । କେଏଲ୍‌ଏଫ୍ ଅଧୀନରେ ବାର୍ଷିକ କାର୍ଯ୍ୟକ୍ରମ ବ୍ୟତୀତ ଏହାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ଯଥା କଳିଙ୍ଗ ସାହିତ୍ୟ ଉତ୍ସବ-କାଠମାଣ୍ଡୁ, ମିଷ୍ଟିକ କଳିଙ୍ଗ ଉତ୍ସବ, କନ୍ଧମାଳ ସାହିତ୍ୟ ଉତ୍ସବ, ମୈଥିଲି ସାହିତ୍ୟ ଉତ୍ସବ । କଳିଙ୍ଗ ସାହିତ୍ୟ ଉତ୍ସବ ଓ ମିଷ୍ଟିକ୍ କଳିଙ୍ଗ ଉତ୍ସବ ଭାରତର ଭାବ ଓ ଏହା ପ୍ରଦାନ କରୁଥିବା ବିବିଧ ସାହିତ୍ୟକୁ ପାଳନ କରୁଥିବା ବେଳେ ଓଡ଼ିଶା ବାହାର ଏବଂ ଭାରତର ସାହିତ୍ୟ ଦୁନିଆର ଶ୍ରେଷ୍ଠ ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନା ହେଉଛି । ଏହି ଉତ୍ସବର ରୋମାଂଚକ ପରିବେଶରେ ଲେଖକ, ଶିକ୍ଷାବିତ, ନୀତି ନିର୍ଧାରକ, ସାହିତ୍ୟ ସଂସ୍କୃତି, ରାଜନୀତି ଏବଂ ସାମାଜିକ କର୍ମୀ, ଆଇନ ପ୍ରଣେତା, ସରକାରୀ ଅଧିକାରୀ, କର୍ପୋରେଟ ଜଗତର ବିଶିଷ୍ଟ ବ୍ୟକ୍ତି, ଆଧ୍ୟାତ୍ମିକ ଚିନ୍ତାନାୟକ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ନିଜକୁ ସାମିଲ କରୁଛନ୍ତି ଏବଂ ସେମାନଙ୍କ ପ୍ରିୟ ଲେଖକ ଏବଂ କାର୍ଯ୍ୟ ଉପରେ ମତାମତର ଆଦାନପ୍ରଦାନ କରୁଛନ୍ତି ।

ବିଗତ କିଛି ବର୍ଷ ଭିତରେ କେଏ୍‌ଏଫ୍ ଭାରତର ସାହିତ୍ୟ-ସଂସ୍କୃତି କ୍ୟାଲେଣ୍ଡରର ଏକ ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମ ଭାବେ ଉଭା ହେଉଛି ଯେଉଁଥିରେ ସାହିତ୍ୟକୁ ସୁଦୃଢ଼ କରିବା ଏବଂ ପଢ଼ିବା ଓ ଲେଖିବା ସଂସ୍କୃତିରେ ଉନ୍ନତି ଆଣିବା  ଏବଂ କୃତ୍ରିମ ପ୍ରତିବନ୍ଧକକୁ ଏଡ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଏକ ଗଣତାନ୍ତ୍ରିକ ଆଧ୍ୟାତ୍ମିକ ପ୍ଲାଟଫର୍ମ ପ୍ରଦାନ କରୁଛି ଯେଉଁଥିରେ ବିଶ୍ୱସ୍ତରୀୟ ଭାବ ରହିଛି ଏବଂ ଏହା ଇଂରାଜି ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଥିବା ଅନ୍ତରକୁ ଦୂର କରି ସମୃଦ୍ଧ ସାହିତ୍ୟକୁ ଉପସ୍ଥାପନ କରୁଛି । ୨୦୨୧ରେ କେଏଲ୍‌ଏଫ୍ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା କେଏଲ୍‌ଏଫ୍ ପୁସ୍ତକ ପୁରସ୍କାର ଉଭୟ ପ୍ରତିଷ୍ଠିତ ଏବଂ ନୂତନ ବର୍ଗର ଲେଖକଙ୍କୁ ଚିହ୍ନଟ, ମାନ୍ୟତା, ସ୍ୱୀକୃତି, ଉତ୍ସାହିତ ଓ ସମ୍ମାନିତ କରିବାର ସୁଯୋଗ ପ୍ରଦାନ କରୁଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଭବିଷ୍ୟତର ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିକୁ ଏକ ଆକାର ପ୍ରଦାନ କରିବା । ଭୁବନେଶ୍ୱରରେ ୨୦୨୩ ଫେବ୍ରୁଆରି ୨୪-୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କେଏଲ୍‌ଏଫ୍ ବାର୍ଷିକ କାର୍ଯ୍ୟକ୍ରମରେ ସ୍ୱାଧୀନ ପୁରସ୍କାର ବିଚାରକଙ୍କ ସୁପାରିସ ଅନୁସାରେ କେଏଲ୍‌ଏଫ୍ ପୁସ୍ତକ ପୁରସ୍କାର ପ୍ରଦାନ କରାଯିବ ।

ଆମେ ବହୁତ ଚମତ୍କାର ପୁସ୍ତକ ପାଇଛୁ ଏବଂ ପ୍ରତି ବର୍ଗର ଶ୍ରେଷ୍ଠ ପୁସ୍ତକ ଚୟନ କରିବା ବିଚାରକ ମଣ୍ଡଳୀ ସଦସ୍ୟମାନଙ୍କ ଲାଗି ବେଶ କଷ୍ଟକର କାମ ଥିଲା। ପରିବର୍ତନକାରୀ ଏବଂ ଭାବ ଉଦ୍ରେକକାରୀ ଯୋଗଦାକୁ ପ୍ରତି ବର୍ଗର ଶ୍ରେଷ୍ଠ ପ୍ରତିନିଧିତ୍ୱ ଭାବେ ଚିହ୍ନଟ କରାଯାଇଛି । କେଏଲ୍‌ଏଫ୍ ପୁସ୍ତକ ପୁରସ୍କାରର ଲକ୍ଷ୍ୟ ହେଉଛି ଜାତୀୟ ଓ ବିଶ୍ୱ ସାହିତ୍ୟ ଜନ ସମାନରେ ବକ୍ତୃତା ଓ ଆଲୋଚନାକୁ ଅବଦାନ ପ୍ରଦାନ କରିବା ଏବଂ ଏକ ଅଧିକ ପ୍ରତିଫଳିତ, ଚିନ୍ତାଶୀଳ ଓ ପ୍ରେରଣାଦାୟୀ ଯୋଗଦାନକୁ ଉତ୍ସାହିତ କରିବା। କଳିଙ୍ଗ ସାହିତ୍ୟ ଉତ୍ସବରେ ସାହିତ୍ୟ ଓ ବୌଦ୍ଧିକ ପରିବେଶକୁ ସମୃଦ୍ଧ କରିବା ଲାଗି ସମୀକ୍ଷକ ଏବଂ ଲେଖକମାନଙ୍କ ପୁସ୍ତକକୁ ନେଇ ଉତ୍ସର୍ଗୀକୃତ ଅଧିବେଶନର ଯୋଜନା କରାଯାଇଛି ବୋଲି କଳିଙ୍ଗ ସାହିତ୍ୟ ଉତ୍ସବର ପ୍ରତିଷ୍ଠାତା ଓ ନିର୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଛନ୍ତି।