୩ ଦିନ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବାତିଲ କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
Trending Photos
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅମ୍ଫାନ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶକ୍ତି ବଢ଼ାଇବାରେ ଲାଗିଛି । ଗତକାଲିଠୁ ଏହା ଅବପାତ ଓ ପରେ ବାତ୍ୟାର ରୂପ ନେଇସାରିଛି । ଏବେ ଏହା ପାରାଦୀପଠାରୁ ୧୦୨୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଆସୁଛି 'ଅମ୍ଫାନ' । ତେବେ ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବାତିଲ କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ତେବେ ବାତ୍ୟା ଯୋଗୁ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଞ୍ଜାମ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୧୮ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ କୋଷ୍ଟାଲ ଏରିଆରେ ବାତିଲ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା ।
Balasore, Bhadrak, Jajpur, Ganjam may be affected due to the cyclonic storm.The Chief Secy has requested Union Cabinet Secy to consider suspending 'shramik special' trains from May18 for 3 days in the coastal areas:PK Jena,Spl Relief Commissioner,Odisha on cyclonic Storm ‘AMPHAN’ pic.twitter.com/4kAz1vBtss
— ANI (@ANI) May 17, 2020
ସେହିପରି ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଆରଏଫ, ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି । ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ।