Unnao Rape Case: ଜଣେ ଯୁବକ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇ କଲେଜ ଛାତ୍ରଙ୍କ ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଅଭିଯୁକ୍ତ ଯନ୍ତ୍ରଣାରେ ଭୋଗୁଥିବା ପୀଡିତାଙ୍କୁ ଛାଡ଼ି ପଳାଇଥିଲା । ଘଟଣାର କିଛି ଘଣ୍ଟା ପରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ସେ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇଥିବା କଥା ଅଭିଯୁକ୍ତ ସ୍ୱୀକାର କରିଛି ।
Trending Photos
Unnao Rape Case: ସମାଜରେ ପ୍ରାୟ ଦିନ ଏପରି ଘଟଣା ଘଟିଥାଏ, ଯାହା ମାନବତାକୁ ଲଜ୍ଜିତ କରିଥାଏ । ସେଥିରୁ ମଧ୍ୟରୁ ଦୁଷ୍କର୍ମ (Rape) ପରି ଘଟଣା ଆମ ସମାଜ ଓ ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ଆମ ଦେଶରେ ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥାଏ । ଏହା କମ୍ ହେବାର ନାମ ନେଉନାହିଁ । ପ୍ରତିଦିନ ନିଜର ଯୌନ ଲାଲସା ପୂରଣ କରିବା ପାଇଁ ନର ରୂପୀ ପିଶାଚମାନେ ନିରୀହଙ୍କୁ ଶିକାର କରୁଛନ୍ତି । ଏପରି ଏକ ଘଟଣା ଉତ୍ତର ପ୍ରଦେଶ (Uttar Pradesh) ର ଉନ୍ନାଓ (Unnao Rape) ରୁ ସାମ୍ନାକୁ ଆସିଛି । ଜଣେ ଯୁବକ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇ କଲେଜ ଛାତ୍ରଙ୍କ ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଅଭିଯୁକ୍ତ ଯନ୍ତ୍ରଣାରେ ଭୋଗୁଥିବା ପୀଡିତାଙ୍କୁ ଛାଡ଼ି ପଳାଇଥିଲା । ଘଟଣାର କିଛି ଘଣ୍ଟା ପରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ ପୋଲିସ (UP Police) ଅଭିଯୁକ୍ତକୁ ଗିରଫ କରିଛି । ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ସେ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇଥିବା କଥା ଅଭିଯୁକ୍ତ ସ୍ୱୀକାର କରିଛି । ଉତ୍ତର ପ୍ରଦେଶ (UP) ରୁ ଆସିଥିବା ଏହି ଲଜ୍ଜାଜନକ ଘଟଣାରେ ଉନ୍ନାଓ ଜିଲ୍ଲାର ୨୫ ବର୍ଷୀୟ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଛାତ୍ରୀଙ୍କୁ ତାଙ୍କ ନିଜ ଘରେ ହିଁ ଦୁଷ୍କର୍ମ କରିଥିଲା । ପୋଲିସର ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ କଲେଜରେ ସେକେଣ୍ଡ ଇୟରର ଛାତ୍ରୀ ଥିଲେ । ଘଟଣା ସମୟରେ ପୀଡିତା ଜଣକ ଘରେ ଏକୁଟିଆ ଥିଲେ । ଏହି ସୁଯୋଗ ଦେଖି ଅଭିଯୁକ୍ତ ତାଙ୍କ ଘରେ ପଶିଥିଲା । ପୋଲିସ କହିଛି ଯେ, ପୀଡିତାଙ୍କ ମୃତଦେହ ତାଙ୍କ ସାନ ଭଉଣୀ ଦ୍ୱାରା ମିଳିଛି । ତାଙ୍କ ସାନ ଭଉଣୀ ଘରକୁ ଫେରିବା ପରେ ପୀଡିତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । ଏହାସହ ପୀଡ଼ିତାଙ୍କ ବ୍ୟକ୍ତିଗତ ପାର୍ଟରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ ।
ପୀଡିତାଙ୍କ ଭଉଣୀ ପୋଲିସ ଓ ପରିବାର ସଦସ୍ୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ପୀଡିତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଷ୍କର୍ମ ହୋଇଥିବା କଥା ପୋଷ୍ଟମର୍ଟମ ରିପୋର୍ଟରେ ନିଶ୍ଚିତ ହୋଇଛି । ପୋଲିସ କହିଛି ଯେ, ତାଙ୍କ ପ୍ରାଇଭେଟ୍ ପାର୍ଟରେ ଗୁରୁତର ଆଘାତ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ଘଟିଥିଲା । ଯେଉଁ କାରଣରୁ ତାଙ୍କ ମୃତ୍ୟୁର ଘଟିଛି । ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ ଶଙ୍କର କହିଛନ୍ତି ଯେ, ଏହି ଘଟଣାରେ ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାରେ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଓ ୬୫ ବର୍ଷ ବୟସ୍କା ମହିଳା ସମ୍ପୃକ୍ତ ଅଛନ୍ତି । ତେବେ ମୃତ ପୀଡ଼ିତାଙ୍କ ମୋବାଇଲ୍ ଫୋନରୁ ମିଳିଥିବା ତଥ୍ୟକୁ ଆଧାର କରି ଆମେ ରାଜ ଗୌତମଙ୍କୁ (୨୫) ଗିରଫ କରିଛୁ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ସେ ପୀଡିତାଙ୍କୁ ଜାଣିଥିଲେ ଓ ନିଜ ଅପରାଧ ସ୍ୱୀକାର କରିଛନ୍ତି । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ମଧ୍ୟ ଗିରଫ କରିଛି । ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ କହିଥିଲା ଯେ, ଯୁବତୀଙ୍କ ଘରକୁ ଯିବା ପୂର୍ବରୁ ସେ ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଟିକା ଖାଇଥିଲେ । ଅଭିଯୁକ୍ତ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛି । ପୀଡିତା ଚେତାଶୂନ୍ୟ ହେବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।
ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା
ଅଧିକ ପଢ଼ନ୍ତୁ:-ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍
ଅଧିକ ପଢ଼ନ୍ତୁ:-ପୁଣି ଆରମ୍ଭ ହେଲା ଟ୍ୱିଟର ୱାର୍; ଶାମିଙ୍କୁ ଜବାବ ଦେଲେ ଶୋଏବ ଅଖତର, ଜାଣନ୍ତୁ କ'ଣ କହିଲେ..
ସେପଟେ ଅଭିଯୁକ୍ତ ଛାତ୍ରଙ୍କ କହିବାନୁସାରେ, ତାଙ୍କର ଛାତ୍ରୀଙ୍କ ସହିତ ଏକ ବର୍ଷ ଧରି ଘନିଷ୍ଠତା ଥିଲା । ସେୟାର ଚାଟ୍ ଆପ୍ ମାଧ୍ୟମରେ ଦୁହେଁ ବନ୍ଧୁ ହୋଇଥିଲେ । ଧୀରେ ଧୀରେ ପରସ୍ପରର ନିକଟତର ହେଲେ । ଘର ଲୋକ ନ ଜାଣିପାରୁ ଏଥିପାଇଁ ଉଭୟ ଫୋନ୍ କଲ କରୁ ନଥିଲେ । ଛାତ୍ରଛାତ୍ରୀଙ୍କ ଚାଟ୍ ସହିତ ମେଳ ହେବା ପରେ ହିଁ ପୋଲିସ ଘଟଣାର ତଳ ଭାଗରେ ପହଞ୍ଚି ଏହାକୁ ପ୍ରକାଶ କରିଥିଲା । ପୋଲିସର ସୂଚନାନୁସାରେ, ପଚରାଉଚରା ବେଳେ ରାମବରଣ ଓରଫ ରାଜ କହିଛି ଯେ, ସେ ଛାତ୍ରୀଙ୍କୁ ଭଲ ପାଉଥିଲା । ଏହି ଘଟଣା ଘଟିବା ପୂର୍ବରୁ ଉଭୟେ ଗୁରୁବାର ଦିନ ଚାଟରେ କଥାବାର୍ତ୍ତା ହେଉଥିଲେ ।