Howrah-Puri Vande Bharat express: ମଇ ୧୫ ନୁହେଁ, ଏହି ଦିନ ଓଡି଼ଶା ମାଟିରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1692019

Howrah-Puri Vande Bharat express: ମଇ ୧୫ ନୁହେଁ, ଏହି ଦିନ ଓଡି଼ଶା ମାଟିରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

Howrah-Puri Vande Bharat express: ଓଡ଼ିଶା ମାଟିରେ ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୂର୍ବରୁ ମଇ ୧୫ ତାରିଖରେ ଏହାର ଶୁଭାରମ୍ଭ ନେଇ ଦିନ ଧାର୍ଯ୍ୟ କରାଯାଇଥିଲା ତେବେ ପରେ ଏହାକୁ ପରିବର୍ତ୍ତନ କରାଯାଇ ୧୮ ତାରିଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟରେ ଏହି ସେମି ହାଇ ସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ। ଏହି ସମାରୋହରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ରହିଛି। 

ସୌ(ସୋସିଆଲ ମିଡିଆ)

Howrah-Puri Vande Bharat express new Inauguration date: ଅପେକ୍ଷାର ଘଟିବ ଅନ୍ତ । ଓଡ଼ିଶା ମାଟିରେ ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ମଇ ୧୮ ତାରିଖରେ ରାଜ୍ୟରେ ପ୍ରଥମ ଥର ଗଡ଼ିବ ହାୱାଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ (Puri Howrah vande bharat) । ପୂର୍ବରୁ ମଇ ୧୫ ତାରିଖରେ ଏହାର ଶୁଭାରମ୍ଭ ନେଇ ଦିନ ଧାର୍ଯ୍ୟ କରାଯାଇଥିଲା ତେବେ ପରେ ଏହାକୁ ପରିବର୍ତ୍ତନ କରାଯାଇ ୧୮ ତାରିଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଭର୍ଚୁଆଲ ମାଧ୍ୟରେ ଏହି ସେମି ହାଇ ସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ। ଏହି ସମାରୋହରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ରହିଛି। ପ୍ରକାଶ ଥାଉ କି, ଏନେଇ ଗତ ମାସ ଏପ୍ରିଲ ମାସ ୨୮ ତାରିଖପେ ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) କରାଯାଇଥିଲା। ଟ୍ରାଏଲ ରନ୍‌ ପାଇଁ ହାୱାଡାରୁ (Howrah to Puri) ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର,ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ (puri) ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା । ତେବେ, ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) ସଫଳ ହେଲା ପରେ ମଇ ମାସ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ବନ୍ଦେ ଭାରତର ସେବା ରାଜ୍ୟବାସୀ ପାଇପାରିବେ ବୋଲି ସୂଚନା ମିଳିଥିଲା। 

ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ(Vande Bharat Express)  ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ (Vande Bharat Express )ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତ ବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) ଗଡିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ଟ୍ରେନ୍ ସର୍ବାଧିକ ୧୮୦ କିଲୋମିଟର ବେଗରେ ଚାଲିପାରି

(Vande Bharat Express) ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ (Odisha Tourism) କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଏ-ହି ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ନିର୍ମିତ କୋଚମାନଙ୍କୁ ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ କୋଲକାତା ପଠାଯାଇଛି । ଏହି କୋଚମାନେ ଉଦଘାଟନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ରକ୍ଷଣାବେକ୍ଷଣ ପାଇଁ ଓଡିଶାକୁ ଆସିବେ ।

ଏହା ବି ପଢନ୍ତୁ-CBSE Result 2023: ପ୍ରକାଶ ପାଇଲା CBSE ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ, ବାଜି ମାରିଲେ ଛାତ୍ର