Advertisement
Photo Details/zeeodisha/odisha2459516
photoDetails0hindi

Green Tea: କ'ଣ ସତରେ ଓଜନ କମାଏ ଗ୍ରୀନ ଟି ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗ୍ରୀନ୍ ଟି ଓଜନ ହ୍ରାସ କରିପାରିବ ନାହିଁ । ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି ହୋଇଥାଏ । ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କିନ୍ତୁ ଏହା ସତ୍ୟ ନୁହେଁ ଯେ, କେବଳ ଗ୍ରୀନ୍ ଟି ଦ୍ୱାରା ହିଁ ଓଜନ ହ୍ରାସ କରାଯାଇପାରିବ ।

1/6

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗ୍ରୀନ୍ ଟି ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ କିନ୍ତୁ ଏହାର ପ୍ରଭାବ ସେତେବେଳେ ପଡିବ ଯେତେବେଳେ ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ସଠିକ ଭାବେ ନିୟନ୍ତ୍ରଣ କରିବେ । ନିୟମିତ ବ୍ୟାୟାମ କରିବା ମଧ୍ୟ ଉଚିତ । ଗ୍ରୀନ୍ ଟି ଚର୍ବି କମ କରିବାରେ ସାହାଯ୍ୟ କରେ କିନ୍ତୁ ଶାରୀରିକ କାର୍ଯ୍ୟକଳାପ ବିନା ଏହି ପାନୀୟର ଲାଭ ମିଳିପାରିବ ନାହିଁ।|

2/6

ଓଜନ ହ୍ରାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଗ୍ରୀନ୍ ଟି ସେବନ କରିବା ସହିତ ଆପଣଙ୍କୁ ନିୟମିତ ଭାବରେ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ 

 

3/6

ଓଜନ ହ୍ରାସ ପାଇଁ ବିଶେଷକରି ଖାଇବା ପୂର୍ବରୁ ଏବଂ ପରେ ନିୟମିତ ଭାବେ ଗ୍ରୀନ୍ ଟି ଖାଇବା ଜରୁରୀ । ଗ୍ରୀନ୍ ଟିକୁ ସୁସ୍ଥ ଖାଦ୍ୟ ସହିତ ନେବାକୁ ପଡିବ, ଯେଉଁଥିରେ ଫଳ, ପନିପରିବା, ପୁରା ଶସ୍ୟ ଅନ୍ତର୍ଭୁକ୍ତ ରହିବା ଆବଶ୍ୟକ ।

4/6

ଦୈନିକ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ । ଯୋଗ, ଜଗିଂ କିମ୍ବା ସାଇକେଲ ଚଲାଇବା ପରି ପ୍ରତିଦିନ କିଛି ବ୍ୟାୟାମ କରନ୍ତୁ ।

5/6

ଗ୍ରୀନ୍ ଟିରେ ଏମିତି ଗୁଣ ରହିଛି ଯାହା ଭୋକ କମାଇବାରେ ସାହାଯ୍ୟ କରିଥାଏ । ଫ୍ୟାଟ୍ ବର୍ନିଂ- ଗ୍ରୀନ୍ ଟିରେ କ୍ୟାଟେଚିନ୍ ନାମକ ଉପାଦାନ ଥାଏ ଯାହା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

6/6

ଗ୍ରୀନ୍ ଟି ଶରୀରରେ ହାଇଡ୍ରେସନ୍ ବଜାୟ ରଖେ, ଯାହା ଓଜନ ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବଚନା କରାଯାଏ ।