khordha News: ପ୍ରଦୂଷଣ ବଢାଉଛି ବେଆଇନ କ୍ରସର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ
Advertisement
Article Detail0/zeeodisha/odisha1680674

khordha News: ପ୍ରଦୂଷଣ ବଢାଉଛି ବେଆଇନ କ୍ରସର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

khordha News: ଖୋର୍ଦ୍ଧା ବ୍ଲକ ଛତ୍ରମା ଗ୍ରାମରେ କ୍ରସର ଗୁଣ୍ଡ ଯୋଗୁଁ ଅନେକ ଯକ୍ଷ୍ମା ଓ ହୃଦ୍‌ରୋଗରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ସ୍ଥିତି ଏମିତି ହୋଇଛି ଯେ ଏହି ରାସ୍ତା ଦେଇ ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ଆମେ ବେଆଇନ କ୍ରସର ଉପରେ ଚଢାଉ ଜାରି ରହିଛି ।

khordha News: ପ୍ରଦୂଷଣ ବଢାଉଛି ବେଆଇନ କ୍ରସର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

khordha News: ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇଛି କ୍ରସର ଶିଳ୍ପ । ସେପେଟେ ମାଳ ମାଳ କ୍ରସର ଯୋଗୁଁ ଦିନକୁ ଦିନ ପ୍ରଦୂଷଣର ମାତ୍ରା ମଧ୍ଯ ବଢିବାରେ ଲାଗିଛି । ସରକାରୀ ଅନୁମତିପ୍ରାପ୍ତ ଯେତିକି ଷ୍ଟୋନ କ୍ରସର ରହିଛି ତାହା ଠାରୁ ଢେର ମାତ୍ରାରେ ବେନିୟମ କ୍ରସର ଚାଲିଛି । ଏକାଧିକ କ୍ରସର ଯୋଗୁଁ ଧୂଳି ଧୁଆଁରେ ରୁନ୍ଧି ହୋଇପଡୁଛନ୍ତି ସ୍ଥାନୀୟ ଲୋକେ । ବିଶେଷ କରି ଖୋର୍ଦ୍ଧା ବ୍ଲକ ଛତ୍ରମା ଗ୍ରାମରେ କ୍ରସର ଗୁଣ୍ଡ ଯୋଗୁଁ ଅନେକ ଯକ୍ଷ୍ମା ଓ ହୃଦ୍‌ରୋଗରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ସ୍ଥିତି ଏମିତି ହୋଇଛି ଯେ, ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ ପ୍ରଶାସନିକ ଅଧିକାରୀ କହିଛନ୍ତି ବେଆଇନ କ୍ରସର ଉପରେ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ଯ, ଯୁଆଡ଼େ ଦେଖିବ ସିଆଡ଼େ ଛତୁ ଫୁଟିଲା ପରି ଗଢି ଉଠିଛି ମାଳ ମାଳ କ୍ରସର । ନା ଅଛି ପ୍ରଶାସନକୁ ଭୟ ନା ଅଛି ପ୍ରଦୂଷଣ ବୋର୍ଡକୁ ଖାତିର । କ୍ରସର ବସାଇବା ପାଇଁ ସମସ୍ତ ସରକାରୀ ନିୟମ ସତେ ଯେପରି ମୂଲ୍ୟହୀନ ହୋଇପଡ଼ିଛି । ପ୍ରଦ୍ୟୁଷଣ ବୋର୍ଡ଼ର କଟକଣାକୁ ଫୁ କରି କ୍ରସର ଚଳାଉଛନ୍ତି ଅଧିକାଂଶ କ୍ରସର ମାଲିକ । ସରକାରୀ ନିୟମ ଅନୁଯାୟୀ, ଜାତୀୟ ରାଜପଥଠାରୁ ୨୦୦ ମିଟର ଓ ଜନବସତିଠାରୁ ୫୦୦ ମିଟର ବ୍ୟବଧାନରେ କ୍ରସର ବସିବା କଥା । କିନ୍ତୁ ବାସ୍ତବରେ, ସ୍ଥିତି ପୂରା ଓଲଟା ରହିଛି । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଛତ୍ରମାଗଡ଼ରେ ଅନେକ ଗୁଡ଼ିଏ କ୍ରସର ଜନବସତି ଓ ଜାତୀୟ ରାଜପଥଠାରୁ ମାତ୍ର କେଇ ମିଟର ଦୂରତାରେ ଚାଲୁ ରହିଛି । ଏଥିରୁ ବାହାରୁ ଥିବା ପଥର ଗୁଣ୍ଡ ଯୋଗୁଁ ଦିନ ବେଳେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । କ୍ରସର ଗୁଣ୍ଡ ଯୋଗୁଁ ଚାଷ ଜମିରେ ଚାଷ କାର୍ଯ୍ୟ ଏକ ରକମ ବନ୍ଦ ହୋଇଗଲାଣି । ଅନେକ ଗାଈ ଗୋରୁ ଡ଼ଷ୍ଟ ମିଶା ଘାସ ଖାଇ ମୃତ୍ୟୁବରଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ, କାଇପଦର ମୌଜାରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମୁଗୁନିପଥର ମୁଣ୍ଡିଆ । ଏହି ମୁଣ୍ଡିଆକୁ ଲାଗି କୁଟୀର ଶିଳ୍ପ ଭାବେ ଗଢି ଉଠିଛି ୫ ଶହରୁ ଉର୍ଦ୍ଧ୍ବ ଛୋଟ ବଡ଼ କ୍ରସର । ଏଥି ମଧ୍ୟରୁ ଅନେକ କ୍ରସର ବେନିୟମ ଭାବେ ଚାଲୁ ରହିଛି । ଜଙ୍ଗଲ ଓ ପରିବେଶ ବିଭାଗର ନିୟମକୁ ଫୁ କରି ମନଇଚ୍ଛା କ୍ରସର ଚଳାଉଛନ୍ତି ମାଲିକ । ସେପଟେ କ୍ରସର ଗୁଣ୍ଡ ଉଡି଼ ନିକଟସ୍ଥ ଜଳାଶ୍ରୟମାନଙ୍କରେ ଏକ ଆସ୍ତରଣ ସୃଷ୍ଟି କରିବା ସହ ବ୍ୟାପକ ଫସଲହାନୀ ମଧ୍ଯ ଘଟୁଛି । ଏନେଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ପ୍ରଦୂଷଣ ବିଭାଗ ମିଳିତ ଚଢାଉ କରି ଅନେକ କ୍ରସରକୁ ସିଜ୍ କରିଛି, ଆଉ ଯେଉଁମାନେ ଅନ ଅଥରାଇଜ୍ କ୍ରର୍ସର ଚଳାଉଛନ୍ତି ବା ପ୍ରଦୂଷଣ ବୋର୍ଡ଼ର ନିୟମ ଉଲଙ୍ଘନ କରୁଛନ୍ତି, ସେମାନଙ୍କ କ୍ରସର ଖୁବଶୀଘ୍ର ସିଜ୍ କରାଯିବ । ପ୍ରଦୂଷଣ ବୋର୍ଡ଼ର ଖାମଖିଆଲ ମନୋଭାବ ଯୋଗୁଁ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛତ୍ରମା ଗ୍ରାମବାସୀ । ତେବେ ଜିଲ୍ଲାପାଳଙ୍କ କଥାକୁ ପ୍ରଦୂଷଣ ବୋର୍ଡ଼ କେତେ ଦିନ ମଧ୍ୟରେ କାର୍ଯ୍ୟକାରୀ କରୁଛି, ତାହାକୁ ସମସ୍ତଙ୍କ ଅପେକ୍ଷା । ନଚେତ୍ ଆଗାମୀ ଦିନରେ ଏହା ଏକ ବିରାଟ ଆନ୍ଦୋଳନର ରୂପ ନେବ, ଏଥିରେ ସନ୍ଦେହ ନାହିଁ ।