Top 10 News: ମହାକୁମ୍ଭ ଦଳାଚକଟାରେ ୩୦ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2622873

Top 10 News: ମହାକୁମ୍ଭ ଦଳାଚକଟାରେ ୩୦ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines:  ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମହାକୁମ୍ଭରେ ଦଳାଚକଟାରେ ମୃତକଙ୍କ ସରକାରୀ ସଂଖ୍ୟା ପ୍ରଶାସନ ଜାରି କରିଛି। ପ୍ରଶାସନ ଅନୁଯାୟୀ ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 26 January 2025

Top 10 News Headlines 29 January 2025: H1. Odisha to establish a Women industrial Park: ମହିଳା ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବେ। ଏଥିଲାଗି ଏକ ସ୍ୱତନ୍ତ୍ର ମହିଳି ଶିଳ୍ପ ପାର୍କ ରାଜ୍ୟରେ ପ୍ରତିଷ୍ଠା କରାଯିବ। ଏହା ସହ ଇପିକଲ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ସେଲ୍‍ ଖୋଲାଯାଇ ଆଗ୍ରହୀ ଉଦ୍ୟୋଗୀ ମହିଳାଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। 

H2. Govt Expedites Ethanol blending programme: ଚିନି ବାହାର କରାଯିବା ପରେ ଯେଉଁ ଗୁଡ଼ ରହିଲା ତାହାକୁ ସରକାର ଲିଟର ପିଛା  ୫୭ ଟଙ୍କା ୯୭ ପଇସା ଦରରେ କିଣିବେ। ପୂର୍ବରୁ ଏହି ଦର ୫୬ଟଙ୍କା ୫୮ ପଇସା ଥିଲା।  ପେଟ୍ରୋଲ୍‍ ନିର୍ଭରଶୀଳତାକୁ କମ୍‍ କରିବା ଲାଗି ଆପଣାଯାଇଥିବା ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ୨୦ ପ୍ରତିଶତକୁ ବୃଦ୍ଧି ପରିବା ଲାଗି କେନ୍ଦ୍ର ସରକାର ଚାଷୀଙ୍କୁ ଅଧିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

H3. 1st phase Rathakatha arrived: ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଆଗାମୀ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ ବନଖଣ୍ଡରୁ ତିନୋଟି ଟ୍ରକ ଯୋଗେ ୧୦୧ଖଣ୍ଡ ଧଉରା ଓ ଅସନ କାଠ ରଥଖଳାରେ ପହଞ୍ଚିଛି। ଏଥିରେ ୧୨ଫୁଟିଆ ଅସନ ୩୦ଖଣ୍ଡ ଓ ୧୨ଫୁଟିଆ ଧଉରା କାଠ ୩୫ଖଣ୍ଡ ରହିଥିବା ବେଳେ ୨୦ଫୁଟିଆ ଅସନ ଓ ଧଉରା ୧୮ ଖଣ୍ଡ ଲେଖାଏଁ ରହିଛି। ମୋଟାମୋଟି ଭାବେ ଅସନ ୪୮ଖଣ୍ଡ ଓ ଧଉରା ୫୩ଖଣ୍ଡ ମୋଟ ୧୦୧ ଖଣ୍ଡ ରଥକାଠ ରଥଖଳାରେ ପହଞ୍ଚିଛି। 

H4. National Mineral Mission Approved: କେନ୍ଦ୍ର ସରକାର ଜାତୀ୍ରୟ ଜଟିଳ ଖଣିଜ ମିଶନକୁ ଅନୁମୋଦନ କରିଛନନ୍ତି। ଏହାଦ୍ୱାରା ଜଟିଳ ଖଣିଜ ଖନନ, ଅଧିକ ସଂଖ୍ୟାରେ ଖଣିଜ ବ୍ଲକ୍‍ ଅଧିଗ୍ରହଣ, ଟେକ୍ନୋଲୋଜି ବିକାଶ ଏବଂ ଜଟି, ଖଣିଜର ପୁନଃ ଉପଯୋଗ ସମ୍ଭବ ହୋଇପାରିବ।  ଏହି ମିଶନ ଲାଗି କେନ୍ଦ୍ର ସରକାର ୧୬ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି। 

H5. 30 dead, 60 injured in Maha Kumbh stampede: ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମହାକୁମ୍ଭରେ ଦଳାଚକଟାରେ ମୃତକଙ୍କ ସରକାରୀ ସଂଖ୍ୟା ପ୍ରଶାସନ ଜାରି କରିଛି। ପ୍ରଶାସନ ଅନୁଯାୟୀ ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି। ୯୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ କଲେଜରେ ୩୬ ଜଣ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ସରକାରୀ ଖର୍ଚ୍ଚରେ ସମସ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

H6. Mahakumbh stampede Update: ମହାକୁମ୍ଭରେ ଦଳାଚକଟାରେ ପ୍ରାଣ ହରାଇଥିବା ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଏକ ତିନି ଜଣିଆ କମିଟି ମଧ୍ୟ ଗଠନ କରାଯାଉଛି। ଏହି ତଦନ୍ତ ପୋଲିସ ତଦନ୍ତଠାରୁ ପୃଥକ ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଗୁରୁବାର ଦିନ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ପ୍ରୟାଗରାଜ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

H7. Waqf Amendment Bill cleared by JPC: ୱାକଫ ସଂଶୋଧନ ବିଲ୍ ସମ୍ପର୍କରେ ଜେପିସି କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ କମିଟିର ଡ୍ରାଫ୍ଟକୁ ବହୁମତରେ ସ୍ୱୀକାର କରିଛନ୍ତି। ବୁଧବାର ଦିନ ଜଗଦମ୍ବିକା ପାଲ ସୂଚନା ଦେଇଛନ୍ତି ଯେ ଯେକୌଣସି ସାଂସଦ ନିଜର ମତଭେଦ ପଞ୍ଜିକୃତ କରିବାକୁ ଚାହାଁନ୍ତି, ସେମାନେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା କରିପାରିବେ। ବିରୋଧୀ ସାଂସଦମାନେ ଏହି ପଦକ୍ଷେପକୁ ଅଗଣତାନ୍ତ୍ରିକ ବୋଲି ବର୍ଣ୍ଣନା କରିଥିଲେ ଏବଂ ଦାବି କରିଥିଲେ ଯେ ସେମାନଙ୍କୁ ଡ୍ରାଫ୍ଟ ଅଧ୍ୟୟନ କରିବା ପାଇଁ ବହୁତ କମ୍ ସମୟ ଦିଆଯାଇଥିଲା।

H8. Saudi Arabia Road accident: ସାଉଦି ଆରବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ନଅ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଏ ବିଷୟରେ ସୂଚନା ଦେଇଛି। ଭାରତୀୟ ଦୂତାବାସ କହିଛି ଯେ ଦୁର୍ଘଟଣାଟି ପଶ୍ଚିମ ସାଉଦି ଆରବର ଜିଜାନ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି। ଏହା ବ୍ୟତୀତ ସେ ସାଉଦି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ସେମାନଙ୍କର ସମର୍ଥନ ବୃଦ୍ଧି କରୁଛନ୍ତି।

H9. Plane Crash in South Sudan: ବୁଧବାର ଦିନ ଦକ୍ଷିଣ ସୁଡାନର ୟୁନିଟି ରାଜ୍ୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଜାତିସଂଘ ରେଡିଓ ମିରାୟାର ରିପୋର୍ଟ ଅନୁଯାୟୀ, ଏହି ବିମାନଟି ଦକ୍ଷିଣ ସୁଡାନର ଏକ ଅଏଲଫିଲ୍ଡରୁ ଉଡ଼ାଣ କରୁଥିଲା।

H10. Indian Women's Hockey Team Announced: FIH ପ୍ରୋ ଲିଗ୍ ୨୦୨୪-୨୫ର ଭୁବନେଶ୍ୱର ପର୍ଯ୍ୟାୟ ଫେବ୍ରୁଆରୀ ୧୫ ରୁ ଆରମ୍ଭ ହେବ। ଏଥିରେ ଭାରତୀୟ ମହିଳା ଦଳ ମଧ୍ୟ ଖେଳୁଛି। ଯାହା ପାଇଁ ହକି ଇଣ୍ଡିଆ ଜାନୁଆରୀ ୨୯ ତାରିଖରେ ଦଳ ଘୋଷଣା କରିଛି। ହକି ଇଣ୍ଡିଆ FIH ପ୍ରୋ ଲିଗର ଭୁବନେଶ୍ୱର ପର୍ଯ୍ୟାୟ ପାଇଁ ୨୪ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଜଣେ ଖେଳାଳିଙ୍କୁ ମଧ୍ୟ ଷ୍ଟାଣ୍ଡବାଏ ରଖାଯାଇଛି। ଭାରତୀୟ ଦଳକୁ ଫେବ୍ରୁଆରୀ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ।