କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି
Advertisement
Article Detail0/zeeodisha/odisha899163

କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି

ଜିଲ୍ଲାର ଭବାନୀପାଟଣା (Bhabanipatna) ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ। ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା (Vedanta Alumina) ।

ଡିଜାଇନ ଫଟୋ

କଳାହାଣ୍ଡି: ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର। ମହାମାରୀକୁ ମାତ୍ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସ୍ପିଟାଲ। ୨୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

ଜିଲ୍ଲାର ଭବାନୀପାଟଣା (Bhabanipatna) ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ। ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା (Vedanta Alumina) । କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋରୋନା ସଂକ୍ରମଣ ସମୟରେ ପ୍ରଥମ କୋଭିଡ ହସ୍ପିଟାଲ କରାଯାଇଥିଲା। ତେବେ ଜିଲ୍ଲାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ପାଇଁ ଜନସାଧାରଣ ଦାବି କରିଥିଲେ ଏହାକୁ ନେଇ ଜିଲ୍ଲାପାଳ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Also Read: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ମଦ, Lockdownରେ ଖୋଲିଲା Wine Shop 

ଜିଲ୍ଲାରେ କୋଭିଡ୍ ପରିଚାଳନାରେ (Covid Management) ଏହି ଦ୍ୱିତୀୟ କୋଭିଡ ମେଡ଼ିକାଲ (Covid Hospital) ବେଶ୍ ସହାୟକ ହେବ । କୋରୋନାର ଦ୍ବିତୀୟ ଲହର ରାଜ୍ୟ ବିଭିନ୍ନ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ମହାମାରୀକୁ ରୋକିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। କୋରୋନା (Coronavirus) ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି।

fallback