Price Hike: ୧୫ ଦିନରେ ଚାଉଳ ଦର ବଢିଲାଣି ୬ ଟଙ୍କା, ମୁଣ୍ଡ ବିନ୍ଧାଇବ ବନ୍ୟା
Advertisement
Article Detail0/zeeodisha/odisha1324178

Price Hike: ୧୫ ଦିନରେ ଚାଉଳ ଦର ବଢିଲାଣି ୬ ଟଙ୍କା, ମୁଣ୍ଡ ବିନ୍ଧାଇବ ବନ୍ୟା

ଖାସ୍ କରି ନିତିଦିନିଆ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃ୍ଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚାଉଳ, ଅଟା, ମଇଦା ସୁଜି ଉପରେ ଖାସ୍ ଦର ବୃଦ୍ଧି ହୋଇଛି । 

Price Hike: ୧୫ ଦିନରେ ଚାଉଳ ଦର ବଢିଲାଣି ୬ ଟଙ୍କା, ମୁଣ୍ଡ ବିନ୍ଧାଇବ ବନ୍ୟା

Price Hike: ଭୁବନେଶ୍ୱର/ପୁରୀ: ଚିନ୍ତା ବଢାଇଲାଣି ଖାଉଟି ସାମଗ୍ରୀର ଦରଦାମ । ନିଯୁକ୍ତି ଓ ପାରିଶ୍ରମିକକୁ ନେଇ ଚିନ୍ତାରେ ଥିବା ନାଗରିକ ଏବେ ରାତି ପାହିଲେ ଦରଦାମ୍ ବୃଦ୍ଧି ଦେଖି ଘର ଚଳାଇବାକୁ ଡରିଲାଣି । ଏମିତି ତ ପେଟ୍ରୋଲ ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦାମ ରେକଟ୍ ଭଳି ଥିବା ବେଳେ ରାସନ ସାମଗ୍ରୀ ଦାମ୍ ଏବେ ପୁଣି ବଢିବାରେ ଲାଗିଛି । ଖାସ୍ କରି ବନ୍ୟା ପାଇଁ ପରିବା ଦର ବଢି ଥିବା ବେଳେ ଶସ୍ୟ ଜାତୀୟ ଖାଦ୍ୟ ଯେମିତି ଚାଉଳ ଗହମ ଏହି ଜାତୀୟ ଖାଦ୍ୟର ଦାମ ୧୦ ରୁ ୨୦ ଟଙ୍କା ବୃଦ୍ଧି ପାଇଛି । ବଜାର ବିଶେଷଜ୍ଞ କହିଛନ୍ତି ଯଦି ସରକାର ଏଫସିଆଇରୁ ଖାଦ୍ୟ ଶସ୍ୟ ଖୋଲା ବଜାରକୁ ଛାଡନ୍ତେ ତାହାଲେ କିଛିଟା ଆଶ୍ବସ୍ତି ଖାଉଟି ପାଇ ପାରନ୍ତେ ।

ଖାଉଟିଙ୍କୁ ବାଧିଲାଣି ବଜାର ଦର । ନିୟମିତ ଅନ୍ତରରେ ସମସ୍ତ ସାମଗ୍ରୀର ଦାମ୍ ବଢି ଚାଲିଥିବାରୁ ଚିନ୍ତାରେ ଖାଉଟି ଚିନ୍ତାରେ ବ୍ୟବସାୟୀ । କାରଣ ଲୋକମାନେ ଅଧିକ କିଣିବାକୁ ପସନ୍ଦ କରୁନାହାନ୍ତି । ଗ୍ରାହକଙ୍କର ପର୍ଚେଚିଙ୍ଗ ପାୱର ବା କିଣିବା କ୍ଷମତା ହ୍ରାସ ହେବାରେ ଲାଗିଛି । ନିଯୁକ୍ତି କ୍ଷେତ୍ରରେ ମାନ୍ଦାବସ୍ଥା ଓ କମ୍ ପାରଶ୍ରମିକ ସହ ଦରଦାମ ବୃଦ୍ଧି ପାଇଁ ଲୋକମାନେ ଅତି ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି । ବଜାର ଦରଦାମ ଉପରେ ଲଜର ପକାଇଲେ ଗୋଟିଏ ଗୋଟିଏ ଜିନିଷର ଦାମ ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଛି । 

ଖାସ୍ କରି ନିତିଦିନିଆ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃ୍ଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚାଉଳ, ଅଟା, ମଇଦା ସୁଜି ଉପରେ ଖାସ୍ ଦର ବୃଦ୍ଧି ହୋଇଛି । ଗତ ୧୫ ଦିନ ମଧ୍ୟରେ ଚାଉଳ କିଲୋ ପିଛା ୫ରୁ ୬ ଟଙ୍କା, ଅଟା ୨ରୁ ୩ ଟଙ୍କା, ସୁଜି ୩ରୁ ୪ ଟଙ୍କା ଓ ମଇଦା ୫ ଟଙ୍କା ବୃଦ୍ଧି ପାଇଛି । ଏପରିକି ହରଡ ଡାଲି ୯୦ ଟଙ୍କାରୁ ବଢି ୧୧୦ରୁ ୧୨୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀ କହିଛନ୍ତି ସରକାର ଏଫସିଆଇ ଦ୍ବାରା ସଂଗୃହିତ ଚାଉଳ ଗହମ ଯଦି ଖୋଲ ବଜାରକୁ ସାମୟିକ ପ୍ରଦାନ କରନ୍ତେ ତାହେଲେ କିଛିଟା ଦର ହ୍ରାସ ହୋଇ ପାରନ୍ତା ।

ସେପଟେ ଅର୍ଥନୀତି ବିଶେଷଜ୍ଞ କହିଛନ୍ତି କେନ୍ଦ୍ର ସରକାର ଏବେ ଗହମ, ଅଟା, ଚାଉଲ ରପ୍ତାନୀ ଉପରେ ରୋକ ଲଗାଇବାକୁ ଚିନ୍ତା କରୁଛନ୍ତି । ବିଶ୍ବ ବଜାରକୁ ଭଙ୍ଗା ଚାଉଳ ରପ୍ତାନୀରେ ୪୦ ପ୍ରତିଶତ ଅଂଶିଦାର ରହୁଛି । ଯଦି ଏହା ବନ୍ଦ ହୁଏ ତାହାଲେ ଚିନ ସମେତ ବହୁରାଷ୍ଟ୍ରୀୟ କଂପାନୀ ଏହା ଦ୍ବାରା ପ୍ରଭାବିତ ହେବାର ଆଷଙ୍କା ରହିଛି ।

ଏମିତିରେ ପେଟ୍ରୋଲ ଡିଜେଲ ଦର ଶହେ ତଳକୁ ଖସିବାର ନାମ ନେଉନାହିଁ । ସେପଟେ ଖାଉଟି ସାମଗ୍ରୀ ଦର ବୃଦ୍ଧି ବେଡି ଉପରେ କୋରୋଡା ମାଡ ସଦୃଶ୍ୟ ।

ପୁରୀରୁ ସଂଜୟ ମହାପାତ୍ର ଓ ଭୁବନେଶ୍ବରରୁ ରାଜେଶ ସାମନ୍ତରାୟ