Retd HM Sucide: ରେଳ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଛାଡି ଯାଇଛନ୍ତି ସୁଇସାଇଡ ନୋଟ୍
Advertisement
Article Detail0/zeeodisha/odisha1400459

Retd HM Sucide: ରେଳ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଛାଡି ଯାଇଛନ୍ତି ସୁଇସାଇଡ ନୋଟ୍

Retd HM Sucide:ରାଜ୍ୟରେ ଲଗାତର ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁସାରେ, ପ୍ରତ୍ୟକ ବୟସର ଲୋକ ଆତ୍ମହତ୍ୟା କରୁଛନ୍ତି। କିଶୋର ଓ ଯୁବକ ଯୁବତୀ ପ୍ରେମ ଓ ପାଠପଢା ଚାପରେ ଜୀବନ ହାରୁଛନ୍ତି। ତେଣୁ ପିଲାଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦିଆଯିବା ଉଚିତ ବୋଲି କୁହାଯାଉଛି। 

 

Retd HM Sucide: ରେଳ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଛାଡି ଯାଇଛନ୍ତି ସୁଇସାଇଡ ନୋଟ୍

Retd HM Sucide, ସମ୍ବଲପୁର: ସୁଇସାଇଟ ନୋଟ ଲେଖି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି! ମଙ୍ଗଳବାର ସକାଳେ ସମ୍ବଲପୁର ସିନ୍ଦୁରପଙ୍କ ଛକ ନିକଟ ଭାଲୁଡୁଙ୍ଗୁରି ଟ୍ରେନ ଲାଇନରେ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ ଆଗକୁ ଡେଇଁ ଅବସର ପ୍ରାପ୍ତ ଶିକ୍ଷକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଅବସରପ୍ରପ୍ତ ଶିକ୍ଷକଙ୍କ ନାମ କ୍ଷୀରୋଦ କୁମାର ନାଥ ବୋଲି ଚିହ୍ନଟ କରାଯାଇଛି। ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି।

ମଙ୍ଗଳାବାର ସକାଳେ ସିନ୍ଦୁରପ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁଡୁଙ୍ଗୁରି ଟ୍ରେନ ଲାଇନରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ନାଥଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ କ୍ଷିରୋଦ, ଟାମ୍ପରକେଲା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ। ସେ ଗତ ଜୁନ ମାସରେ ଅବସର ନେଇଥିଲେ। ତେବେ ମଙ୍ଗଳବାର ସକାଳେ ଟ୍ରେନ ଲାଇନକୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। 

Also Read: ଅଲୋଡ଼ା ହେଲା ଅତ୍ୟାଧୁନିକ ସେବା: ବୃନ୍ଦାବତି ନିବାସ ଛାଡିଲେ ହବିଷ୍ଯାଳୀ, ହଜାରେରୁ ଊର୍ଦ୍ଧ୍ୱ ଅସୁସ୍ଥ

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୋଲିସ ଓ ଜିଆରପି ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ସୁଇସାଇଡ ନୋଟ ଜବତ କରିଛି। ସୁଇସାଇଟ ନୋଟରେ କ୍ଷୀରୋଦ ଆତ୍ମହତ୍ୟା କାରଣ ଲେଖିଛନ୍ତି। ଏହି ଆତ୍ମହତ୍ୟା ପାଇଁ ସେ ୪ ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। କିଛି ଲୋକ ତାଙ୍କୁ ଷଡଯନ୍ତ୍ର କରି ଫସାଇଥିବା ସୁଇସାଇଡ଼ ନୋଟରେ ଉଲ୍ଲେଖ ରହିଛି। ତେବେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ଜିଆରପି ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

କ୍ଷୀରୋଦ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି, "ମୋର ମୃତ୍ୟ ପାଇଁ ସୁବଳ ବାରିକ, ମୁରାରୀ ପ୍ରସାଦ, ଜଗଦିଶ ସାହୁ ଓ ସଞ୍ଜିବ ପଟେଲ ଦାୟୀ। ଏମାନେ ସଙ୍ଘବଦ୍ଧ ଭାବରେ ଯୋଜନା କରି ମତେ ଫେସାଇ ଦେବାକୁ ଷଡଯନ୍ତ୍ର କରୁଥିଲେ। ଜଗଦିଶ ଓ ସଞ୍ଜିବ ମୁଖ୍ୟ ଷଡଯନ୍ତ୍ରକାରୀ... ମୋର ସରଳତାର ସୁଯୋଗ ନେଇ ମୋତେ ଅପଦସ୍ତରେ ପକାଇଛନ୍ତି। ତେଣୁ ଏହି ଭଦ୍ରମୁଖାଧାରୀଙ୍କୁ ଉଚିତ ଶାସ୍ତି ମିଳୁ।..."

Also Read: ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ

ରାଜ୍ୟରେ ଲଗାତର ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁସାରେ, ପ୍ରତ୍ୟକ ବୟସର ଲୋକ ଆତ୍ମହତ୍ୟା କରୁଛନ୍ତି। କିଶୋର ଓ ଯୁବକ ଯୁବତୀ ପ୍ରେମ ଓ ପାଠପଢା ଚାପରେ ଜୀବନ ହାରୁଛନ୍ତି। ୪୦ ବର୍ଷ ପରେ ଘରୋଇ କଳହ, ଋଣ, ନିଶା, ଚାକିରି ଓ ପିଲାଛୁଆଙ୍କ ଚିନ୍ତା ପାଇଁ ଆତ୍ମହତ୍ୟା କରୁଛନ୍ତି। ସେହିପରି ବୟସ୍କମାନେ ଜଟିଳ ରୋଗ ଓ ଅବହେଳା ପାଇଁ ଏହି ଚରମ ପଦକ୍ଷେପ ନେଉଛନ୍ତି। ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବା ସମାଜ ପାଇଁ ଚିନ୍ତାର ବିଷୟ। ତେଣୁ ପିଲାଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦିଆଯିବା ଉଚିତ ବୋଲି କୁହାଯାଉଛି।