ବିଦ୍ୟାଳୟରେ ପାଠ ପଢା ଛାଡି ଶିକ୍ଷକଙ୍କ ନିର୍ଦେଶରେ ଛାତ୍ର କରୁଛନ୍ତି କାମ
Advertisement
Article Detail0/zeeodisha/odisha1201336

ବିଦ୍ୟାଳୟରେ ପାଠ ପଢା ଛାଡି ଶିକ୍ଷକଙ୍କ ନିର୍ଦେଶରେ ଛାତ୍ର କରୁଛନ୍ତି କାମ

ପାଟ ପଢିବା ବଦଳରେ ବିଦ୍ୟାଳୟରେ କାଠ ହାଣୁଛନ୍ତି ଛାତ୍ର।

ବିଦ୍ୟାଳୟରେ ପାଠ ପଢା ଛାଡି ଶିକ୍ଷକଙ୍କ ନିର୍ଦେଶରେ ଛାତ୍ର କରୁଛନ୍ତି କାମ

ବୌଦ୍ଧ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ପର୍ଦ୍ଦାଫାଶ କରିଛି ୧୯ ସେକେଣ୍ଡ ଅବଧି ବିଶିଷ୍ଟ ଏକ ଭିଡ଼ିଓ। ଦଣ୍ଡ ମୁକ୍ତ ଅଞ୍ଚଳରେ ପିଲାଙ୍କ ହାତରେ କଲମ ବଦଳରେ ଟାଙ୍ଗିଆ ଭଳି ଧାରୁଆ ଅସ୍ତ୍ର ଧକାଇ କାଠ କାଟିବା ପାଇଁ କୁହାଯାଉଛି। ପାଟ ପଢାଇବା ବଦଳରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିର୍ଦେଶକ୍ରମେ ହେଉଛି ଏହି କାର୍ଯ୍ୟ। 

ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି ଛାତ୍ର। ହେଲେ ବିଦ୍ୟାଳୟରେ ପ୍ରାଧାନ ଶିକ୍ଷକ ପିଲାଙ୍କୁ ପଠାପଢିବା ବଦଳରେ କାଠ ଚିରାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି। କେଉଁ ପିଲା ଟାଙ୍ଗିଆ ଧରି କାଠ ଚିରୁଛି ଆଉ କିଏ କାଠ ବୋହୁଛି। ଗତକାଲି ଶନିବାର ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିବା କିଛି ଛାତ୍ରଙ୍କୁ ଏଭଳି କାଠ ଚିରିବା କାର୍ଯ୍ୟରେ ନିୟୋଜିତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ। ଆଉ ପିଲାଙ୍କ ସହିତ ନିଜେ ପ୍ରଧାନଶିକ୍ଷକ ମଧ୍ୟ କାମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଛି।

ଏହି ଭିଡିଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ରେଘାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।