ବିପଦରେ ଗଜରାଜଙ୍କ ଜୀବନ; ସୁରକ୍ଷା ଦେବାରେ ବିଫଳ ବନ ବିଭାଗ
Advertisement
Article Detail0/zeeodisha/odisha1214151

ବିପଦରେ ଗଜରାଜଙ୍କ ଜୀବନ; ସୁରକ୍ଷା ଦେବାରେ ବିଫଳ ବନ ବିଭାଗ

ଆଠଗଡ ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ଛନ୍ତି ବନ୍ୟଜନ୍ତୁ। 

ବିପଦରେ ଗଜରାଜଙ୍କ ଜୀବନ; ସୁରକ୍ଷା ଦେବାରେ ବିଫଳ ବନ ବିଭାଗ

 

ଆଠଗଡ଼: ମୁଣ୍ଡଳୀ ହାତୀ ଉଦ୍ଧାର ଠାରୁ ଆରମ୍ଭ କରି ନରସିଂହପୁରରେ ଦାନ୍ତ ପାଇଁ ଦନ୍ତା ହାତୀ ଶିକାର, ହାତୀର ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ବନବିଭାଗ। ଏପରିକି ହାତୀ ଶିକାରୀଙ୍କ ଟେର୍ ପାଉନି ବନବିଭାଗ। ଆଠଗଡ ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ଛନ୍ତି ବନ୍ୟଜନ୍ତୁ। ଏବେ ଚର୍ଚ୍ଚା ହେଉଛି ହାତୀର ଦାନ୍ତ ମାଲେସିଆ ଏବଂ ମିଆଁମାର ଭଳି ଦେଶକୁ ଚାଲାଣ ହେଉଛି। ଆଠଗଡ ବନଖଣ୍ଡ ନରସିଂହପୁର ଜୟପୁର ଜଙ୍ଗଲରେ ଗୁଳି ମାଡ଼ ପରେ ଜୀବନ ସହ ସଂଘର୍ଷ କରୁଛି ୬ଟି ଦନ୍ତା ହାତୀ। ଗତକାଲି ଠାରୁ ନନ୍ଦନକାନନ ଏବଂ ସାତକୋଶିଆ ଅଭୟାରଣ୍ୟାରୁ ଡାକ୍ତରୀ ଟିମ୍ ଆସି ହାତୀଙ୍କ ଚିକିତ୍ସା କରୁଛନ୍ତି।

ଗୁଳିମାଡ଼ ପରେ ଅସୁସ୍ଥ ହୋଇଥିବା  ଦନ୍ତା ହାତୀକୁ ଗତକାଲି ଚିକିତ୍ସା କରଯିବା ପରେ ମଧ୍ୟ ଠିଆହୋଇ ପାରୁନାହିଁ। କାଦୁଅରେ ଛଟରଟ ହୋଇ ଜୀବନ ସହ ଲଢେଇ କରୁଛି ଦନ୍ତା। ଏବେ ଆଠଗଡ ବନଖଣ୍ଡରେ ଶିକାରୀ ସକ୍ରିୟ ରହିଥିବା ବେଳେ ବନବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ। କେମିତି ଓ କେଉଁ ପରିସ୍ଥିତିରେ ହାତୀ ଦେହରେ ଗୁଳି ବାଜିଲା ଗୁଳି?  ନା ମାଫିଆଙ୍କ ସହ ଯୋଗାଯୋଗରେ ରହିଛି ବନ ବିଭାଗ ଏହା ସବୁଠୁ ବଡ଼ ପ୍ରଶ୍ନ। ତଳତଳିଆ କର୍ମଚାରୀଙ୍କୁ ନେଇ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବେଶବିତ୍।

ଗତ ୨୦୨୦ ଅଗଷ୍ଟ ୨୭ ତାରିଖରେ ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅଞ୍ଚଶଳରେ ମୃତ ଦନ୍ତା ହାତୀକୁ ବନବିଭାଗ ଲୁଚାଇ ପୋତି ଦାନ୍ତ ନେଇଥିବା ଘଟଣା ଘଟିଥିଲା। ଗତ ଫେବୃୟାରୀରେ ନରସିଂହପୁର ଠାରେ STF ଟିମ୍ ମାଟି ଖୋଳି ଏକ ହାତୀ କଙ୍କାଳ ଉଦ୍ଧାର କରିଥିଲା। ଚଳିତ ମାସ ୬ ତାରିଖରେ ବଡମ୍ବା ରେଞ୍ଜ ଅଧିନରେ ଦୁଇଟି କଙ୍କାଳ ଉଦ୍ଧାର ହେବା ଘଟଣାରେ ୨ ଜଣକୁ ଅଟକ ରଖି ଜେରା କରୁଛି ବନବିଭାଗ। ଅଟକ ଥିବା ବ୍ୟକ୍ତି ହାତୀଦାନ୍ତ ଥିବା କହୁଥିବା ବେଳେ ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି।

ଗତ ୨୦୧୫ ବର୍ଷ ପର ଠାରୁ ୫୮ ହାତୀ ମରିଥିବା ବେଳେ ୨୦୦୦ ମସିହା ପରଠାରୁ ୧୧ ହାତୀକୁ ଶିକାରୀ ମାରିଥିବା ତଥ୍ୟ ଦେଇଛନ୍ତି ବନବିଭାଗ। ଏନେଇ ଆସାମ ଭଳି ଓଡିଶାରେ ମଧ୍ୟ ହାତୀ ଶିକାରୀଙ୍କ ପାଇଁ କଡା ଦଣ୍ଡ ଦେବା ଭଳି ଆଇନ ଆଣିବା ପାଇଁ ପରିବେଶବିତ୍ ଦାବି କରିଛନ୍ତି।