ଭୟଙ୍କର ରୂପ ନେଇ ସୁନ୍ଦରବନ ଉଜାଡ଼ିବ ଅମ୍ଫାନ !
Advertisement
Article Detail0/zeeodisha/odisha683144

ଭୟଙ୍କର ରୂପ ନେଇ ସୁନ୍ଦରବନ ଉଜାଡ଼ିବ ଅମ୍ଫାନ !

ସାମୁଦ୍ରିକ ଝଡ଼ ଅମ୍ଫାନ ମହାବାତ୍ୟାର ରୂପ ନେଇଛି। ଘଣ୍ଟାକୁ ୮ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ସ୍ଥଳ ଭାଗ ଛୁଇଁବ। ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।   ଶ୍ରୀ ମହାପ

ଭୟଙ୍କର ରୂପ ନେଇ ସୁନ୍ଦରବନ ଉଜାଡ଼ିବ ଅମ୍ଫାନ !

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ଅମ୍ଫାନ ମହାବାତ୍ୟାର ରୂପ ନେଇଛି। ଘଣ୍ଟାକୁ ୮ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ସ୍ଥଳ ଭାଗ ଛୁଇଁବ। ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  

ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି କି, ସ୍ଥଳ ଭାଗ ଛୁଇଁବା ବେଳକୁ ଏହି ବାତ୍ୟା ଭୟଙ୍କର ରୂପ ନେବ। ବର୍ତ୍ତମାନ ସୁଦ୍ଧା ପାରାଦୀପ ଠାରୁ ୭୭୦ କିଲୋମିଟର ଦୂରରେ ଏହି ବାତ୍ୟା ରହିଛି। ତେବେ ଆସନ୍ତା ୨୦ ତାରିଖ ସନ୍ଧ୍ୟାରେ ଦୀଘା ଓ ବାଂଲାଦେଶର ହାତିଆ ଅଞ୍ଚଳର ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ବାତ୍ୟାର ବେଗ ଘଣ୍ଟାପ୍ରତି ୧୬୫ ରୁ ୧୭୫ କିଲୋମିଟର ରହିବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡ଼ିବ ନାହିଁ। କିନ୍ତୁ ବାତ୍ୟା ପ୍ରଭାବରେ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ରରେ ୬ ମିଟର ଉଚ୍ଚର ଜୁଆର ଆସିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି।  

ତେବେ ଆସନ୍ତାକାଲି ସକାଳୁ ବର୍ଷା ଓ ପବନ ଆରମ୍ଭ ହେବାର ସମ୍ଭାବନା ରହିଛି। ଆସନ୍ତା କାଲି ଓଡ଼ିଶା ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଓ ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବୁଧବାର ସକାଳୁ ଏହାର ବେଗ ବଢିବାର ସମ୍ଭାବନା ରହିଛି। ସେହିପରି ଏହି ବାତ୍ୟା ଆମ୍ଫନ ପ୍ରଭାବରେ ସମଗ୍ର ରାଜ୍ୟରେ ମୋଟ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଅନ୍ୟ ୬ଟି ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  

ଶ୍ରୀ ମହାପାତ୍ରଙ୍କ ସୂଚନା ମୁତାବକ ୧୮୯୧ ମସିହାରୁ ଯେତିକି ବାତ୍ୟା ହୋଇଛି ତାହା ମଧ୍ୟରେ ସବୁଠାରୁ ୧୯୯୯ ମସିହା ବାତ୍ୟା ଭୟଙ୍କର ତଥା ବଡ଼ ବାତ୍ୟା ରହିଥିଲା। ୧୯୯୯ ମସିହାରେ ହୋଇଥିବା ବାତ୍ୟା ପ୍ରାୟ ୩୦ ଘଣ୍ଟା ରାଜ୍ୟରେ ତାଣ୍ଡବ ରଚିଥିଲା। ତାହା ଥିଲା ବଙ୍ଗୋପସାଗରର ପ୍ରଥମ ସାମୁଦ୍ରିକ ବାତ୍ୟା। ସେହିପରି ୨୦୦୬ ମସିହାରେ ତାମିଲନାଡୁକୁ ହିଟ କରିଥିବା ବାତ୍ୟା ସବୁଠାରୁ ଛୋଟ ବାତ୍ୟା ରହିଥିଲା। ତେବେ ଏହି ଆମ୍ଫନ ଦ୍ୱିତୀୟ ସାମୁଦ୍ରିକ ବାତ୍ୟା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।  

ବାତ୍ୟା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଏହି ବାତ୍ୟା ପରିଚାଳନା ପାଇଁ ରାଜ୍ୟ ସରକାର ମଧ୍ୟ ଚାରି ଜଣ ଦକ୍ଷ ପ୍ରଶାସକଙ୍କୁ ଦାୟିତ୍ୱ ଦେଇଛନ୍ତି।  ବାଲେଶ୍ୱର ପାଇଁ ମଧୁସୂଦନ ପାଢୀ, ଭଦ୍ରକ ସୁଶିଲ ଲୋହାନି, କେନ୍ଦ୍ରାପଡ଼ା ହେମନ୍ତ ଶର୍ମା ଓ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।