Accident News: ଟ୍ରକ ପିଟିଲା ପରେ ଖାତକୁ ଖସିପଡ଼ିଲା ବସ, ୧୦ରୁ ଅଧିକ ଗୁରୁତର
Advertisement
Article Detail0/zeeodisha/odisha1619579

Accident News: ଟ୍ରକ ପିଟିଲା ପରେ ଖାତକୁ ଖସିପଡ଼ିଲା ବସ, ୧୦ରୁ ଅଧିକ ଗୁରୁତର

 ଘଟଣା ସ୍ଥଳରେ ବସଟି ରାସ୍ତାର ୩ ଫୁଟ ତଳକୁ ଖସି ପଡ଼ିଥିଲା। ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। 

Accident News: ଟ୍ରକ ପିଟିଲା ପରେ ଖାତକୁ ଖସିପଡ଼ିଲା ବସ, ୧୦ରୁ ଅଧିକ ଗୁରୁତର

ବୌଦ୍ଧ: ୫୭ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ। ଏହି ଦୁର୍ଘଟଣାରେ ୧୦ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି। ୪ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ। ସାହିଲ ନାମକ ଯାତ୍ରୀବାହୀ ବସ ବଡମ୍ବା ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା। ସୂଚନାମୁତାବକ ସାହିଲ ବସରୁ କିଛି ଯାତ୍ରୀ ପରିସ୍ରା କରିବା ପାଇଁ ଗାଡିଟି ଚାରିଛକରେ ଅଟିକି ରହିଥିଲା। 

 

ଠିକ ସେତିକି ବେଳେ ପଛପଟୁ ଆସୁଥିବା ଏକ ଟ୍ରକ ପଛପଟୁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବସଟି ରାସ୍ତାର ୩ ଫୁଟ ତଳକୁ ଖସି ପଡ଼ିଥିଲା। ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ୧୦ଜଣ ଆହତ ଓ ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଖବର ଅପଡେଟ ହେଉଛି।