CBSE Board Result 2022: ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ନେଇ ବୋର୍ଡର ବଡ଼ ଘୋଷଣା
Advertisement
Article Detail0/zeeodisha/odisha1248942

CBSE Board Result 2022: ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ନେଇ ବୋର୍ଡର ବଡ଼ ଘୋଷଣା

CBSE ଟର୍ମ ୨ ଫଳାଫଳକୁ ଠିକ ସମୟରେ ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ, CBSE ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ୨୦୨୨ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ। ତେବେ ବୋର୍ଡ ଅଧିକାରୀମାନେ ଏପର୍ଯ୍ୟନ୍ତ ସିବିଏସ୍ଇ ଫଳାଫଳ ତାରିଖ ଏବଂ ସମୟ ବିଷୟରେ କିଛି କହି ନାହାନ୍ତି। 

ପ୍ରତିକାତ୍ମକ ଫଟୋ

CBSE Board Result 2022: ଶୁକ୍ରବାର କେନ୍ଦ୍ରୀୟ ଶିକ୍ଷା ପରିଷଦ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଚଳିତ ମାସ ଶେଷ ସପ୍ତାହରେ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ବୋର୍ଡ ଅଧିକାରୀମାନେ ସୂଚନା ଦେଇଛନ୍ତି। cbseresults.nic.in ଓ cbse.gov.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ। ଏହି ସୂଚନା CBSEର ଜନ ସମ୍ପର୍କ ଅଧିକାରୀ ରାମ ଶର୍ମା ଦେଇଛନ୍ତି।

CBSE ଟର୍ମ ୨ ଫଳାଫଳକୁ ଠିକ ସମୟରେ ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ, CBSE ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ୨୦୨୨ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ। ତେବେ ବୋର୍ଡ ଅଧିକାରୀମାନେ ଏପର୍ଯ୍ୟନ୍ତ ସିବିଏସ୍ଇ ଫଳାଫଳ ତାରିଖ ଏବଂ ସମୟ ବିଷୟରେ କିଛି କହି ନାହାନ୍ତି। CBSE ଦଶମ ଟର୍ମ ୨ ବୋର୍ଡ ପରୀକ୍ଷା ୨୦୨୨ ମେ ୨୪ରେ ଶେଷ ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ରେ ସମାପ୍ତ ହୋଇଥିଲା।

ଚଳିତ ବର୍ଷ, ଏପ୍ରିଲ ୨୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ CBSE ଦଶମ ଓ ଦ୍ୱାଦଶ ଟର୍ମ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷ ଦେଇଛନ୍ତି। ଚଳିତ ଜୁଲାଇ ଶେଷ ସପ୍ତାହରେ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପିଲାମାନେ ସେମାନଙ୍କ ରେଜଲ୍ସ ଜାଣି ପାରିବେ।

Also Read: IT cell ମୁଖ୍ୟଙ୍କୁ ବିଦା କଲା BJP, ଜାଣନ୍ତୁ କେଉଁ କାଣ୍ତ କରିଥିଲେ Arun Yadav

CBSE 10th, 12th Results 2022: କେମିତି ସ୍କୋରକାର୍ଡ ଡାଉନଲୋଡ୍ କରିବେ?

  • ଅଫିସିଆଲ୍ ୱେବସାଇଟ୍- cbse.gov.in, cbresults.nic.in ଭିଜିଟ୍ କରନ୍ତୁ।
  • ମେନପେଜରେ ଥିବା CBSE 10th, 12th Results 2022 ଲିଙ୍କରେ କ୍ଲିକ୍ କରନ୍ତୁ।
  • ଆବଶ୍ୟକ ବିବରଣୀ ଏଣ୍ଟ୍ରି କରନ୍ତୁ - registration number/ roll number।
  • Class 10th, 12th Results 2022 ସ୍କ୍ରୀନରେ ଦେଖାଯିବ।
  • ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ପରବର୍ତ୍ତୀ ରେଫରେନ୍ସ ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ।

SMS ମାଧ୍ୟମରେ ଯାଞ୍ଚ କରନ୍ତୁ:

CBSE 10th, 12th Results 2022 ଅଫଲାଇନରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ନିଜ ରେଜଲ୍ଟ ଯାଞ୍ଚ କରିବାକୁ ସମର୍ଥ ହେବେ। ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ CBSE ଫଳାଫଳ କିପରି ଯାଞ୍ଚ କରିବେ ଜାଣିବା ପାଇଁ ଏଠାରେ ପଢିପାରିବେ।

  • ଆପଣଙ୍କ ଫୋନରେ SMS ଆପ୍ ଖୋଲନ୍ତୁ।
  • ମେସେଜ୍ ଟାଇପ୍ କରନ୍ତୁ - cbse10 <ସ୍ପେସ୍> ରୋଲ୍ ନମ୍ବର।
  • 7738299899କୁ ପଠାନ୍ତୁ।
  • ଆପଣଙ୍କର CBSE ଦଶମ ଫଳାଫଳ SMS ମାଧ୍ୟମରେ ଆସିଯିବ।