OAS Results: ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର
Advertisement
Article Detail0/zeeodisha/odisha2479803

OAS Results: ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

ଏକ ନମ୍ୱର ସ୍ଥାନରେ ରହିଛନ୍ତି ଭଦ୍ରକର ଶ୍ୱେତାଶ୍ରୀ ମହାପାତ୍ର । ତାଙ୍କର ଏହା ପ୍ରଥମ ଚେଷ୍ଟା ହୋଇଥିବାରୁ ସେ ଏଥିରେ ସଫଳତା ପାଇ ଖୁବ ଖୁସି ଅଛନ୍ତି ।

OAS Results: ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

OAS Results:  ୨୦୨୨ ମସିହାର ଓଏଏସ୍‌ ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାରେ ସମୁଦାୟ ୬୮୩ ଜଣ ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିଛି । ସେମଧ୍ୟରୁ ୫ଜଣ ପୁଅ ଏବଂ ୫ ଜଣ ଝିଅ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ।

ଏକ ନମ୍ୱର ସ୍ଥାନରେ ରହିଛନ୍ତି ଭଦ୍ରକର ଶ୍ୱେତାଶ୍ରୀ ମହାପାତ୍ର । ତାଙ୍କର ଏହା ପ୍ରଥମ ଚେଷ୍ଟା ହୋଇଥିବାରୁ ସେ ଏଥିରେ ସଫଳତା ପାଇ ଖୁବ ଖୁସି ଅଛନ୍ତି । ଶ୍ୱେତାଶ୍ରୀ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା କହିଛନ୍ତି । ସେ ପୂର୍ବରୁ ଏକ ଚାକିରି କରୁଥିଲେ କିନ୍ତୁ ଓଏଏସ ପାଇଁ ସେ ଚାକିରି ଛାଡିଥିଲେ । ଦୁର୍ଗାପୁର ସ୍ଥିତ ଏନଆଇଟି ରେ ଇଲେକ୍ଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଇଞ୍ଜିନିୟରିଂ କରିଛନ୍ତି ଶ୍ୱେତାଶ୍ରୀ ।

ସେହିପରି ପ୍ରିଙ୍କିଲ ପରବୀନ ପରିଡ଼ା, ଦୀପ୍ତିରଞ୍ଜନ ପତି, ପ୍ରଜ୍ଞା ପାରଙ୍ଗମ, ଆଜାଦ ସାହୁ, ଦୀପମ ରାଉତ, ଦେବବ୍ରତ ଗୌଡ଼, ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, କପିଳ କୁମାର ମହାନ୍ତି, ଅମ୍ରିତା ସାହୁ ଯଥାକ୍ରମେ ଦ୍ୱିତୀୟରୁ ଦଶମ ସ୍ଥାନରେ ରହିଛନ୍ତି ।

Also Read- Mars Transit 2024: କର୍କଟ ରାଶିରେ ମଙ୍ଗଳ ଚଳନ, କାଲିଠୁ ଫିଟିବ ୫ ରାଶିର ଭାଗ୍ୟ

Also Read- Weather Update: ଟୁଇନ୍ ସିଟିରେ ଆରମ୍ଭ ହେଲା ବର୍ଷା, ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି