ଲୋକସଭାରେ ପାସ୍ ହେଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଜାଣନ୍ତୁ ଏହା କାହିଁକି ସ୍ୱତନ୍ତ୍ର?
Advertisement
Article Detail0/zeeodisha/odisha1286973

ଲୋକସଭାରେ ପାସ୍ ହେଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଜାଣନ୍ତୁ ଏହା କାହିଁକି ସ୍ୱତନ୍ତ୍ର?

Parliament Monsoon Session: ମୌସୁମୀ ଅଧିବେଶନରେ ବୁଧବାର ଦିନ ଲୋକସଭାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୨ପାରିତ ହୋଇଛି । ଏହାର ପ୍ରଣୟନ ପରେ ରାଷ୍ଟ୍ରୀୟ ରେଳ ଓ ପରିବହନ ସଂସ୍ଥାନକୁ ଗତିଶକ୍ତି ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରାଯାଇପାରିବ ।

ସାଙ୍କେତିକ ଫଟୋ

Parliament Monsoon Session: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୨ (Central Universities (Amendment) Bill, 2022) ବୁଧବାର, ୩ ଅଗଷ୍ଟରେ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୯ ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ରହିଛି । ସେଣ୍ଟ୍ରାଲ୍ ୟୁନିଭର୍ସିଟିସ୍ (ସଂଶୋଧନ) ବିଲ୍ ୨୦୨୨ ରେ, ରାଷ୍ଟ୍ରୀୟ ରେଳ ଓ ପରିବହନ ସଂସ୍ଥାନକୁ ଗତିଶକ୍ତି ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରାଯିବାର ବ୍ୟବସ୍ଥା ଅଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ଅଗଷ୍ଟ ଅର୍ଥାତ ମଙ୍ଗଳବାର ଦିନ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ ।

ମୌସୁମୀ ଅଧିବେଶନରେ ବୁଧବାର ଦିନ ଲୋକସଭାରେ ଏହି ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍ ଆଣିଛନ୍ତି ।

ଏହି ବିଲ୍ ଲାଗୁ ହେବା ପରେ ବଡୋଦରାସ୍ଥିତ ରାଷ୍ଟ୍ରୀୟ ରେଳ ଓ ପରିବହନ ସଂସ୍ଥାନ (ଡିମିଡ୍ ୟୁନିଭରସିଟି) କୁ ଗତି ଶକ୍ତି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ରାସ୍ତା ସଫା ହେବ । ଏହା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେବ । ରାଷ୍ଟ୍ରୀୟ ରେଳ ଓ ପରିବହନ ସଂସ୍ଥାନ UGC ଅଧିନିୟମ ୧୯୫୬ ଅନୁଯାୟୀ ଡିମେଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ।ଗତି ଶକ୍ତି ବିଶ୍ୱବିଦ୍ୟାଳୟକୁ ପ୍ରାୟୋଜକ ସହିତ ରେଳ ମନ୍ତ୍ରଣାଳୟ ଦ୍ୱାରା ଅର୍ଥ ପ୍ରଦାନ କରାଯିବ ।

ପରିବହନ, ପ୍ରଯୁକ୍ତିବିଦ୍ୟା ଓ ପରିଚାଳନା ସମ୍ବନ୍ଧୀୟ ବିଭାଗରେ ଗୁଣାତ୍ମକ ଶକ୍ତି ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ବିଲ୍ ରେ ଦର୍ଶାଯାଇଛି । ଯଦି ଆବଶ୍ୟକ ହୁଏ, ଏହା ଭାରତର ଅନ୍ୟାନ୍ୟ ଅଞ୍ଚଳରେ ତଥା ବିଦେଶରେ ମଧ୍ୟ କେନ୍ଦ୍ର ସ୍ଥାପନ କରିପାରିବ । ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପରିବହନ କ୍ଷେତ୍ରରେ ତାଲିମପ୍ରାପ୍ତ ପ୍ରତିଭାର ଆବଶ୍ୟକତା ପୂରଣ କରିବ ।

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନ: ଧନଖର ନା ଆଲଭା? ଏହି ପ୍ରାର୍ଥୀକୁ ସମର୍ଥନ ଦେବାକୁ ଘୋଷଣା କଲା ​​AAP

ଏହା ବି ପଢ଼ନ୍ତୁ: କ’ଣ ଏହି 'ଆର୍ଟ ଅଫ୍ ୱାର୍'? ଯାହା ଦ୍ୱାରା ଯୁଦ୍ଧ ନକରି ତାଇୱାନ ଜିତିବାକୁ ଚାହୁଁଛି ଚୀନ୍

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କୁ ଅଶ୍ଵସ୍ତି; ସମର୍ଥନ ଘୋଷଣା କଲା ଏହି ବଡ ଦଳ