70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍
Advertisement
Article Detail0/zeeodisha/odisha2465070

70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ନିର୍ଦ୍ଦେଶକ ।  ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଛନ୍ତି ।

70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍

70th National Film Awards: ଆଜି ଅକ୍ଟୋବର ୮ ମଙ୍ଗଳବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି ।

ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ । ପ୍ରତିକ୍ରିୟାରେ ସେ କହିଥିଲେ ଯେ, ପୂର୍ବରୁ ମୁଁ ଭଗବାନଙ୍କ ନିକଟରେ ଅନେକ ଅଭିଯୋଗ କରୁଥିଲି କିନ୍ତୁ ବର୍ତ୍ତମାନ ମୋର କୌଣସି ଅଭିଯୋଗ ନାହିଁ । ଇଶ୍ବର ସବୁକିଛି ମତେ ଦେଇଛନ୍ତି ।

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ନିର୍ଦ୍ଦେଶକ ।  ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଛନ୍ତି ।

ଅନ୍ୟପଟେ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ଶ୍ରୀପଥଙ୍କୁ ପୁରସ୍କାର ମିଳିଛି । ନିଜ ଜନ୍ମଦିନରେ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇ ଖୁବ ଖୁସି ପ୍ରକାଶ କରିଛନ୍ତି ଶ୍ରୀପଥ । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆର୍ ରହମାନ୍ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏହା ହେଉଛି ଆର୍ ରହମାନଙ୍କର ସପ୍ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ପାଇଁ ରଜତ କମଲ ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୁଲମୋହାରଙ୍କୁ ପୁରସ୍କାର ମିଳିଛି । ଚିତ୍ରନାଟ୍ୟ ଲେଖକ ରାହୁଲ ଭି ଚିତ୍ତେଲା ଗୁଲମୋହରଙ୍କ ପାଇଁ ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଜାତୀୟ ପୁରସ୍କାର ସମାରୋହରେ ଗୁଲମୋହର ଫିଲ୍ମ ଏକ ବିଶେଷ ସ୍ଥାନ ପାଇଥିଲା। ମନୋଜ ବାଜପେୟୀ ଏହି ପୁରସ୍କାର ପାଇବାକୁ ଆସିଥିଲେ। ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ଭାବରେ 'କେଜିଏଫ୍ ପାର୍ଟ ୨'କୁ ସମ୍ମାନ ମିଳିଛି । 

ଶ୍ରେଷ୍ଠ ଅଭିନେତା ଭାବେ ରିଷବ ସେଟ୍ଟୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଫିଲ୍ମ 'କାନ୍ତାରା' ପାଇଁ ରିଷବଙ୍କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିତ୍ୟା ମେନନ ଓ ମାନସୀ ପାରେଖ ପୁରସ୍କୃତ ହୋଇଛନ୍ତି । 'ଉଁଚାଇ' ଫିଲ୍ମ ପାଇଁ ସୂରଜ ବଡ଼ଜାତ୍ୟା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି ।

Also Read- ୫୦ ବର୍ଷ ପରେ ଦୁର୍ଗା ମହାଷ୍ଟମୀରେ ବିରଳ ସଂଯୋଗ, ୩ଟି ରାଶିକୁ ମା'ଙ୍କ ବିଶେଷ ଆଶୀର୍ବାଦ

Also Read- JK Assembly Poll: କଂଗ୍ରେସ ଆସନକୁ ଛଡେଇଥିଲା BJP ଏବେ ଆପ୍ କବଜାରେ ଡୋଡା