ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ
Advertisement
Article Detail0/zeeodisha/odisha2465015

ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ

Special ticket checking: ଏହି ସ୍ୱତନ୍ତ୍ର ଟିକଟ୍ ଯାଞ୍ଚ ଅଭିଯାନ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନୀଲ କୁମାର ଏସ୍ ଙ୍କ ନେତୃତ୍ଵରେ ବାଣିଜ୍ୟ ଅଧିକାରୀ, ବାଣିଜ୍ୟିକ ଇନ୍ସପେକ୍ଟର ଓ ରେଳ ସୁରକ୍ଷା ବଳ ସହିତ କରାଯାଉଛି। ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଉପଯୁକ୍ତ ଟିକଟ୍ ପ୍ରାଧିକରଣ ସହିତ ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଅନୁରୋଧ କରାଯାଇଛି।

ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ

ଭୁବନେଶ୍ଵର: ପାର୍ବଣ ସମୟକୁ ନଜରରେ ରଖି ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବିଭିନ୍ନ ରେଳ ଷ୍ଟେସନ୍ ଓ ଟ୍ରେନ୍ ରେ ସ୍ୱତନ୍ତ୍ର ଟିକଟ୍ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟତଃ ଟ୍ରେନ୍ ମାଧ୍ୟମରେ ଟିକଟ୍ ବିହୀନ ଓ ଅନିୟମିତ ଟିକଟ୍ ଯାତ୍ରାକୁ ରୋକିବା ଏବଂ ପ୍ରକୃତ ଟିକଟଧାରୀ ଯାତ୍ରୀଙ୍କ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏହି ଅଭିଯାନ କରାଯାଇଛି। ଏହି ସ୍ୱତନ୍ତ୍ର ଟିକଟ୍ ଯାଞ୍ଚ ଅଭିଯାନ ସମୟରେ ସଂରକ୍ଷିତ/ ଅଣସଂରକ୍ଷିତ କୋଚ୍ ରେ ଯାତ୍ରା କରୁଥିବା ଅନଧିକୃତ ଯାତ୍ରୀଙ୍କ ବିରୋଧରେ ରେଳବାଇ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଅନ୍ୟପଟେ ଭିଡ଼ ସମୟରେ ଟିକଟ୍ ବୁକିଂର ସହଜ କରିବା ପାଇଁ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟିକଟ୍ ବୁକିଂ କାଉଣ୍ଟର ଖୋଲାଯାଉଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ରେ ସୁବିଧାକାରୀଙ୍କ ସହିତ ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ର ସ୍ଥାପନ କରାଯାଇଛି। ସେହିପରି ପାର୍ବଣ ସମୟରେ ଟ୍ରେନ୍ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି। ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ (ଏନଟିଇଏସ୍), ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲୱେ) ଓ ଖୋର୍ଦ୍ଧାରୋଡ୍ ମଣ୍ଡଳର ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନ୍ ର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସମ୍ବନ୍ଧରେ ଯାତ୍ରୀଙ୍କୁ ଅବଗତ କରାଯାଉଛି।

ଏହି ସ୍ୱତନ୍ତ୍ର ଟିକଟ୍ ଯାଞ୍ଚ ଅଭିଯାନ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନୀଲ କୁମାର ଏସ୍ ଙ୍କ ନେତୃତ୍ଵରେ ବାଣିଜ୍ୟ ଅଧିକାରୀ, ବାଣିଜ୍ୟିକ ଇନ୍ସପେକ୍ଟର ଓ ରେଳ ସୁରକ୍ଷା ବଳ ସହିତ କରାଯାଉଛି। ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଉପଯୁକ୍ତ ଟିକଟ୍ ପ୍ରାଧିକରଣ ସହିତ ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଅନୁରୋଧ କରାଯାଇଛି।

ଅଧିକ ପଢନ୍ତୁ...

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ

https://zeenews.india.com/hindi/zeeodisha/state-news/ips-arun-sarangi-takes-charge-as-opsc-chairman/2464377