Ollywood News: ଏଥର ଦଶହରାରେ ୪ଟି ନୂଆ ସିନେମା ରିଲିଜ୍ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସିନେମା ଗୁଡିକ ମଧ୍ୟରେ ରହିଛି- ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ', ଅଭିନେତା ସ୍ୱରାଜ ବାରିକଙ୍କ ଅଭିନିତ ସିନେମା 'ଖୋକା ଭାଇ ତମ ପାଇଁ', ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଅଭିନିତ ସିନେମା 'ଭିଲେନ୍' ସେହିପରି ବିନି ପଟ୍ଟନାୟକଙ୍କ 'ସନମ ତୁ ସୁହାନା' ମଧ୍ୟ ଅକ୍ଟୋବର ୯ରେ ରିଲିଜ ପାଇଁ ସ୍ଥିର ହୋଇଛି । ତେବେ ନୂଆ ସିନେମା ମଧ୍ୟରେ ପୁଣିଥରେ ପୁରୁଣା ସିନେମା 'ଦମନ' ଯୋଡି ହେବାକୁ ନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।
Trending Photos
Entertainment News: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରେକର୍ଡ ସୃଷ୍ଟି କରିଥିବା ସିନେମା 'ଦମନ' ପୁଣିଥରେ ରିଲିଜ୍ ହେବାକୁ ଯାଉଛି । ଦଶହରା ବଜାର ଅର୍ଥାତ୍ ଅକ୍ଟୋବର ୯ ତାରିଖରେ ସିନେମା ରିଲିଜ୍ ହେବ ବୋଲି ଅଭିନେତା ବାବୁସାନ ମହାନ୍ତି ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଦଶହରା ବଜାରରେ ରିଲିଜ୍ ହେବାକୁ ଥିବା ନୂଆ ସିନେମା ଗୁଡିକ ପ୍ରଭାବିତ ହେବ କି ?
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏଥର ଦଶହରାରେ ୪ଟି ନୂଆ ସିନେମା ରିଲିଜ୍ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସିନେମା ଗୁଡିକ ମଧ୍ୟରେ ରହିଛି- ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ', ଅଭିନେତା ସ୍ୱରାଜ ବାରିକଙ୍କ ଅଭିନିତ ସିନେମା 'ଖୋକା ଭାଇ ତମ ପାଇଁ', ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଅଭିନିତ ସିନେମା 'ଭିଲେନ୍' ସେହିପରି ବିନି ପଟ୍ଟନାୟକଙ୍କ 'ସନମ ତୁ ସୁହାନା' ମଧ୍ୟ ଅକ୍ଟୋବର ୯ରେ ରିଲିଜ ପାଇଁ ସ୍ଥିର ହୋଇଛି । ତେବେ ନୂଆ ସିନେମା ମଧ୍ୟରେ ପୁଣିଥରେ ପୁରୁଣା ସିନେମା 'ଦମନ' ଯୋଡି ହେବାକୁ ନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।
ମିଡିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି ଯେ, ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ହଲ୍ ନାହିଁ । ୪ଟା ଫିଲ୍ମ ଆଗରୁ ପ୍ରଚାର ପ୍ରସାର କରି ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଦମନର ପୁନଃ ଶୁଭମୁକ୍ତି ଶୁଣି ଆମ ଭିତରେ ଏକତା ନଥିବା ପରିପ୍ରକାଶ ବୋଲି ମୋ ମତ। ଏଥିରେ ଭିଲାନ୍ କିଏ ? "କର୍ମ" କରି ଚାଲ "ଖୋକା ଭାଇ" ଙ୍କୁ ମନେ ପକାଉ ଥାଅ, "ଭିଲେନ୍" ହେଲେ "ଦୁର୍ଗା"ର ଆବିର୍ଭାବ ହେବ।
ସିନେ ସମୀକ୍ଷକ ଗୁରୁପ୍ରସାଦ ନାଥ କହିଛନ୍ତି ଯେ, ମୁଁ ଷ୍ଟାରର ଅଂହକାର ଭିତରେ କି ବାବୁସାନ ମହାନ୍ତି ? ଓଲିଉଡ଼ର ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସେ ଅନ୍ୟ ସିନେମାକୁ ସପୋର୍ଟ କରିବା ବଦଳରେ ନିଜର "ଦମନ"ସିନେମାକୁ ପୁଣି ରି ରିଲିଜ କରିବାର ମାନେ କ'ଣ ? ଦୁର୍ଗାପୂଜା ଅବସରରେ ଓଲିଉଡ଼ରେ ରିଲିଜ ହେଉଥିବା ନୂତନ ଫିଲ୍ମଲୁ ହଲ ମିଳୁ ନ ଥିବା ବେଳେ ପୁରୁଣା ଫିଲ୍ମ କରିବାକୁ ଯାଇ କ'ଣ ଦର୍ଶାଇବାକୁ ଚାଁହୁଛନ୍ତି ଦମନ ଟିମ ? ମୁଁ ପ୍ରଯୋଜକ, ମୁଁ ନିର୍ଦ୍ଦେଶକ, ମୁଁ ହିରୋର ଗର୍ବ ଭିତରେ କି "ଦମନ" ଟିମ । ଯଦି କୌଣସି ଫିଲ୍ମ ରିଲିଜ କରିବାରେ ଥିଲା ତେବେ ନୂତନ ଫିଲ୍ମ କରିବା ବଦଳରେ ଏଭଳି ରିରିଲିଜ କରିବାର ମାନେ କ'ଣ ? ଏହା ସୁସ୍ଥ ପ୍ରତିଯୋଗିତା ନୁହେଁ ଯଦି ରଜନୀକାନ୍ତଙ୍କ ପାଇଁ ସୂର୍ଯ୍ୟାଙ୍କ ଭଳି ଷ୍ଟାର ନିଜ ଫିଲ୍ମର ତାରିଖକୁ ପରିବର୍ତ୍ତନ କରିପାରୁଛନ୍ତି ତେବେ ଓଲିଉଡ଼ରେ ଏଭଳି ଆତ୍ମ ଗର୍ବ କ'ଣ ପାଇଁ ?
ପ୍ରଯୋଜକ ସ୍ଥିତ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସବୁ ଫିଲ୍ମ ଦେଖି ପାରିବିନି କିନ୍ତୁ 'ଭିଲିୟାନ୍', 'ଖୋକା ଭାଇ ତୁମ ପାଇଁ', 'କର୍ମ' ନିଶ୍ଚିତ ଦେଖିବି ଏବଂ ଆପଣ ମାନଙ୍କ ପାଖରେ ରିଭ୍ୟୁ ପହଞ୍ଚାଇବି ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଦମନ ଫିଲ୍ମ ପୋଷ୍ଟରରେ OTT ରିଲିଜ୍ କଥା ଲେଖାଯାଇଥିବା ସମୟରେ ଅଭିନେତା ବାବୁସାନ ଲେଖିଛନ୍ତି ଯେ, ଦେଖାହେବ ଥିଏଟରରେ । ତେବେ ପ୍ରକୃତରେ ସିନେମା OTT ପ୍ଲାଟଫର୍ମରେ ରିଲିଜ ହେବ ନା ଥିଏଟରରେ ରିଲିଜ୍ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
Also Read- Air Force Helicopter: ବନ୍ୟା ଜଳରେ ଗଳିପଡିଲା ବାୟୁସେନା ହେଲିକପ୍ଟର
Also Read- Top 10 News Today: ପଦଯାତ୍ରାରେ BJPକୁ BJDର ନିଶାନା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର