Dipali Das:ଗତ ୨୯ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ମୃତ୍ୟୁକୁ ପୂରିଛି ଦୁଇ ବର୍ଷ। ଏହି ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବିକୁ ଦୋହରାଇ ଚର୍ଚ୍ଚାକୁ ଆସିଛନ୍ତି । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି ।
ଏବେ ଚର୍ଚ୍ଚାରେ ରହିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି। କିଛି ଦିନ ହେବ ନିଜ ବାପାଙ୍କ ମୃତ୍ୟୁକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ଦୀପାଳି ଖବରର ଶିରୋନାମା ପାଲଟିଛନ୍ତି।
ନିଜ ବାପାଙ୍କ ମୃତ୍ୟୁକୁ ନେଇ ହେଉଥିବା କ୍ରାଇମ ବ୍ରାଞ୍ଚ ତଦନ୍ତ ପରିବର୍ତ୍ତେ ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି ।
ବାପାଙ୍କ ମୃତ୍ୟୁ ପରେ ଦୀପାଳି ଏବେ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ବାପା ନବ କିଶୋର ଦାସଙ୍କ ପରେ ୨୦୨୩ ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ।
ଏଠାରେ କହି ରଖୁକି ୨୦୨୩ ମସିହାରେ ଏକ ରାଲି ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଗୁଳିମାଡ଼ ଘଟଣାରେ ଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା ।
୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧ ଲକ୍ଷ ୭ ହଜାର ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।
ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୮,୭୨୧ ଖଣ୍ଡ ଭୋଟରେ ପରାସ୍ତ କରି୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୫ ଜୁନ ୨୦୨୪ ଯାଏଁ, ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ କାମ କରିଥିଲେ।
୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ।
ଦୀପାଳି ୧୯୯୭ ମସିହାର ଜାନୁଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ନବ କିଶୋର ଦାସ ଜଣେ ରାଜନେତା ଥିଲେ ଏବଂ ତାଙ୍କ ମାଆଙ୍କ ନାମ ମୀନତି ଦାସ।
ତେବେ ରାଜନୀତିରେ ହାରିଯାଇଥିଲେ ମଧ୍ୟରେ ଝାରସୁଗୁଡାରେ ସେ ଜନସେବାରେ ନିଜକୁ ସାମିଲ କରିଛନ୍ତି।
ବିଭିନ୍ନ ସମୟରେ ଝାରସୁଗୁଡ଼ାର ଦଳୀୟ କର୍ମଚାରୀଙ୍କ ସହିତ ମଧ୍ୟରେ ଅଧିକାଂଶ ସମୟରେ ନଜର ଆସୁଛନ୍ତି। ଝାରସୁଗୁଡାରେ ଦଳକୁ କିପରି ମଜଭୁତ କରାଯାଇପାରିବ ତାହା ଉପରେ ସେ କାର୍ଯ୍ୟ କରିଆସୁଥିବାର ଦେଖିବାକୁ ମିଳିଛି।
ट्रेन्डिंग फोटोज़