Deepika Ranveer: ବିବାହର ୫ ବର୍ଷ ପରେ ଆସିଲା ଦୀପିକା ଓ ରଣବୀରଙ୍କ ବିବାହ ଭିଡ଼ିଓ, ଦେଖନ୍ତୁ
Advertisement
Article Detail0/zeeodisha/odisha1931222

Deepika Ranveer: ବିବାହର ୫ ବର୍ଷ ପରେ ଆସିଲା ଦୀପିକା ଓ ରଣବୀରଙ୍କ ବିବାହ ଭିଡ଼ିଓ, ଦେଖନ୍ତୁ

Deepika Ranveer : କରଣ ଜୋହରଙ୍କ ଚିଟଟାଟ୍ ସୋ କଫି ୱିଥ କରଣ- ସିଜନ (୮) ପହଁଞ୍ଚିଥିଲେ ବଲିଉଡ଼ର ଷ୍ଟାର କପଲ ରଣବୀର ସିଂ ଓ ଦୀପିକା ପାଦୁକୋନ (Deepika Padukone Ranveer singh) । ତେବେ କରଣଙ୍କ ଏହି ଶୋରେ ପ୍ରଥମ ଥର ନିଜ ବିବାହ ଭିଡ଼ିଓ (Deepika Padukone Ranveer Singh wedding video) ଦର୍ଶକଙ୍କ ସହ ସେୟାର କରିଛନ୍ତି ଏହି ଷ୍ଟାର ଦମ୍ପତ୍ତି ।

ସୌ(ସୋସିଆଲ ମିଡିଆ)

Deepika Padukone Ranveer singh: ଆରମ୍ଭ ହୋଇଯାଇଛି କରଣ ଜୋହରଙ୍କ ଚିଟଟାଟ୍ ସୋ କଫି ୱିଥ କରଣ- ସିଜନ (୮) (koffee with karan season 8) । ତେବେ ସିଜର ପ୍ରଥମ ଏପିସୋଡ଼ରେ ଅତିଥି ହୋଇ ପହଁଞ୍ଚିଥିଲେ ବଲିଉଡ଼ର ଷ୍ଟାର କପଲ ରଣବୀର ସିଂ ଓ ଦୀପିକା ପାଦୁକୋନ (Deepika Padukone Ranveer singh) । ତେବେ କରଣଙ୍କ ଏହି ଶୋରେ ପ୍ରଥମ ଥର ନିଜ ବିବାହ ଭିଡ଼ିଓ (Deepika Padukone Ranveer Singh wedding video) ଦର୍ଶକଙ୍କ ସହ ସେୟାର କରିଛନ୍ତି ଏହି ଷ୍ଟାର ଦମ୍ପତ୍ତି ।

୨୦୧୮ ମସିହାରେ ପରସ୍ପରକୁ ଜୀବନ ସାଥୀ କରିଥିଲେ ଦୀପିକା ପାଦୁକୋନ ଓ ରଣଭୀର ସିଂ । ଏବେ ବିବାହର ଦୀର୍ଘ ୫ ବର୍ଷ ପରେ ଦୀପିକା ଓ ରଣବୀର ସେମାନଙ୍କର ବିବାହ ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡ଼ିଓରେ ବିବାହର ସମସ୍ତ ରୀତିନୀତି ଦେଖାଯାଇଛି । ତେବେ ଉଭୟଙ୍କ ବିବାହ ଦୁଇଟି ରୀତନୀତିରେ ଅନୁଯାୟୀ ହୋଇଥିବା ବେଳେ ଉଭୟ ବିବାହର କ୍ଲିପ୍ ଏଥିରେ ରହିଛି । ଭିଡିଓର ଏକ କ୍ଲପରେ ବିବାହ ମଣ୍ତପକୁ ଯିବା ପୂର୍ବରୁ ରଣବୀର ଦୀପିକାଙ୍କୁ ଭେଟିବାକୁ ଜିଦ୍ ଧରିଥିବା ଦେଖିବାକୁ ମିଳୁଛି । ଏଥିରେ ସ୍ତ୍ରୀ ଦୀପିକାଙ୍କ ପାଇଁ ତାଙ୍କ ମନରେ ଥିବା ଭଲ ପାଇବା ସହଜରେ ବାରି ହୋଇପଡୁଛି ।

 

ସେହିପରି ଅନ୍ୟ ଏକ କ୍ଲିପରେ ଦୀପିକାଙ୍କ ପିତା ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ (Prakash Padukone) ମଧ୍ୟ ନିଜ ଜ୍ବାଇଁଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ରଣବୀରଙ୍କ ପ୍ରଶଂସା କରି ସେ କହିଛନ୍ତି, ‘ସେ ଆମ ପରିବାରରେ ଜୀବନ ଭରିଦେଇଛନ୍ତି। ଚାରି ଜଣ ସଦସ୍ୟ ଥିବା ଆମ ପରିବାର ବେଶ ବୋରିଂ । ତେଣୁ ରଣବୀର ଆମ ପରିବାର ପାଇଁ ପୁରା ଫରଫେଟ୍ ଅଟନ୍ତି’। ପ୍ରକାଶ ଥାଉ କି, ଇଟାଲୀରେ ଦୀପିକା ଓ ରଣବୀର ବିବାହ କରିଥିବା ବେଳେ ଉଭୟ ବେଙ୍ଗାଲୁରୁ ଓ ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଦେଇଥିଲେ । ସେହି ପାର୍ଟିରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ ।

Also Read-ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା, ଫଟୋ ସେୟାର କରି କହିଲେ...