Jawan: ସାରା ବିଶ୍ଵରେ ଧମାଲ କରୁଛି ‘ଜୱାନ’, ୯ ଦିନରେ ପାର କଲାଣି ଏତିକି କୋଟି
Advertisement
Article Detail0/zeeodisha/odisha1873872

Jawan: ସାରା ବିଶ୍ଵରେ ଧମାଲ କରୁଛି ‘ଜୱାନ’, ୯ ଦିନରେ ପାର କଲାଣି ଏତିକି କୋଟି

Jawan Box Office Collection Day 9:  ଶାହାରୁଖ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ'  (Jawan) ବକ୍ସ  (Jawan Box Office Collection Day 9) ଅଫିସରେ ଧମାଲ ମଚାଉଛି । ଫିଲ୍ମଟି ରିଲିଜ୍ ହେବା ଦିନ ଠାରୁ ହିଁ ଭଲ କଲେକସନ୍ କରିବାରେ ଲାଗିଛି।  ତେବେ, ଆସନ୍ତୁ ଜାଣିବା ଫିଲ୍ମଟି ନବମ ଦିନରେ କେତେ କଲେକସନ୍ କରିଛି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Jawan Box Office Collection Day 9:  ଶାହାରୁଖ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ'  (Jawan) ବକ୍ସ  (Jawan Box Office Collection Day 9) ଅଫିସରେ ଧମାଲ ମଚାଉଛି । ଫିଲ୍ମଟିକୁ ରିଲିଜ୍ ହେବାର ୯ ଦିନ ପରେ ବି କମିନି କ୍ରେଜ୍ (Jawan box office collection Day 9) । କିଙ୍ଗ୍ ଖାନଙ୍କ ଫିଲ୍ମ ଦେଖିବା ପାଇଁ ଏବେବି ଦର୍ଶକଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍ସାହ । ଫିଲ୍ମଟି ରିଲିଜ୍ ହେବା ଦିନ ଠାରୁ ହିଁ ଭଲ କଲେକସନ୍ କରିବାରେ ଲାଗିଛି। ଖାସ୍ କରି ସେପ୍ଟେମ୍ବର ୭ରେ ରିଲିଜ ହୋଇଥିବା ଫିଲ୍ମଟି ପ୍ରଥମ ଦିନରେ ବମ୍ପର କଲେକସନ୍ କରିଥିଲା କେବଳ ଭାରତରେ ଏହି ଫିଲ୍ମ ପ୍ରଥମ ଦିନରେ ୭୫ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା। ଏହାପରେ 'ଜଓ୍ବାନ୍' ପ୍ରଥମ ରବିବାର ଦିନ ୮୦ କୋଟିରୁ ଅଧିକ କଲେକସନ୍ କରିଥିଲା। ଯାହା ଇତିହାସ ସୃଷ୍ଟି କରିଥିଲା। ତେବେ, ଆସନ୍ତୁ ଜାଣିବା ଫିଲ୍ମଟି ନବମ ଦିନରେ କେତେ କଲେକସନ୍ କରିଛି ।

 

ରିଲିଜ୍ ହେବାର ନବମ ଦିନରେ ଫିଲ୍ମଟି ଏତେ କୋଟି କଲେକସନ୍ କରିଛି:

ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତିଲାଣୀ । ତଥାପି ଫିଲ୍ମଟିକୁ ନେଇ କିଙ୍ଗ ଖାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ କମୁନି। ଦିନକୁ ଦିନ ଏହାର କଲେକସନ କମୁଥିଲେ ବି କ୍ରଜ୍ ବଢୁଛି ।  (According to Sacknilk's report) ସାକନିକ୍ ରିପୋର୍ଟ ଅନୁସାରେ ଫିଲ୍ମଟି ନବମ ଦିନରେ ୨୦ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି । ଏହା ସହିତ ଫିଲ୍ମଟି ବକ୍ସ ଅଫିସରେ 'ପଠାନ୍' ଓ 'ଗଦ୍ଦର -୨' ର ରେକର୍ଡ ଭାଙ୍ଗିଛି। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମଟି 'ପଠାନ୍' ଚଳିତ ବର୍ଷ ଜାନୁଆରୀରେ ରହିଜ୍ ହୋଇଥିଲା। ଏହି ଫିଲ୍ମଟି ୧୨ ଦିନରେ ୪୧୪.୫୦ କୋଟି ରୋଜଗାର କରିଥିବା ବେଳେ 'ଗଦ୍ଦର -୨' ବି ୧୨ ଦିନରେ  ୪୦୦ କୋଟି ପାର କରିଥିଲା। ସେହିପରି 'କେଜିଏଫ ୨ ' (KGF2) ୪୦୧.୮୦ କୋଟି ସଂଗ୍ରହ କରିବାକୁ ୧୫ ଦିନ ସମୟ ନେଇଥିଲା। ଏଭଳି ସ୍ଥିତିରେ 'ଜଓ୍ବାନ୍ ' ମାତ୍ର ୯ ଦିନରେ ୪୦୦ କୋଟି ପାର୍ କରି ସବୁଠୁ ଆଗରେ ରହିଛି । ଆଜି ଛୁଟି ଦିନ ଥିବାରୁ ଫିଲ୍ମଟିର କଲେକସନ୍ ଆହୁରୀ ବଢିବ ବୋଲି ଆଶା କରାଯାଉଛି।  ବର୍ତ୍ତମାନ ସୁଧା ଭାରତରେ 'ଜଓ୍ବାନ' ର କଲେକସନ୍ (410.88 ) ୪୧୦.୮୮ କୋଟି ଟଙ୍କାରେ ପହଞ୍ଚି ଥିବା ବେଳେ ବିଶ୍ବରେ ୬୯୬.୬୭  ( Rs 696.67 crore worldwide gross) କୋଟି ପାର୍ କରିଛି।

ସାଉଥ ନିର୍ଦ୍ଦେଶକ ଅଟଲିଙ୍କ (Atlee) ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ବଡ଼ ପରଦାରେ ରିଲିଜ ହୋଇଥିଲା । ଶାହରୁଖ ଖାନ ଓ ବିଜୟ ସେଥୁପଥୀଙ୍କ (vijay sethupathi) ଏହି ଫିଲ୍ମ ପ୍ରଥମ ଦିନ ୭୫ କୋଟି, ଦ୍ୱିତୀୟ ଦିନ ୫୩.୨୩, ତୃତୀୟ ଦିନ ୭୭.୮୩ କୋଟି, ଚତୁର୍ଥ ଦିନ ୮୦.୦୧ କୋଟି ଟଙ୍କା ରୋଜଗାର କରିଥିବା ବେଳେ ପଞ୍ଚମ ଦିନ ପରଠାରୁ ହଠାତ୍ ଫିଲ୍ମର ରୋଜଗାର ହ୍ରାସ ପାଇଛି । ଫିଲ୍ମଟି ୫ମ ଦିନ କେବଳ ୩୨.୯୨ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଷଷ୍ଠ ଦିନ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍  ୨୬.୫୦ କୋଟିକୁ​ ଖସିଛି ।