Kangana Ranaut:ଦିଲ୍ଲୀରେ ଶେଷ ହେଲା Emergencyର ସୁଟିଂ,ଏମିତି କିଛି କହିଲେ କଙ୍ଗନା
Advertisement
Article Detail0/zeeodisha/odisha1357983

Kangana Ranaut:ଦିଲ୍ଲୀରେ ଶେଷ ହେଲା Emergencyର ସୁଟିଂ,ଏମିତି କିଛି କହିଲେ କଙ୍ଗନା

Kangana Ranaut : କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ନିଜର ବିବାଦୀୟ ମନ୍ତବ୍ୟ ଓ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ କୁଇନ୍ ।  ଖୁବଶିଘ୍ର ପରଦାକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନସି’ । 

ସୌଜନ୍ୟ : ସୋସିଆଲ ମିଡିଆ

Kangana Ranaut : କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ନିଜର ବିବାଦୀୟ ମନ୍ତବ୍ୟ ଓ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ କୁଇନ୍ ।  ଖୁବଶିଘ୍ର ପରଦାକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନସି’ । ଦିଲ୍ଲୀରେ ଫିଲ୍ମ ଏମର୍ଜେନସିର ସୁଟିଂ ଶେଷ ହୋଇଛି। ଏନେଇ ଧକଡ୍ (Dhaakad) ଅଭିନେତ୍ରୀ କଙ୍ଗନା ଫିଲ୍ମ ସୁଟିଂ ସମୟର କିଛି ଭିଡିଓ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ‘‘କଙ୍ଗନାଙ୍କ ଟିମରେ ଜଣେ ମେମ୍ବର କହୁଛନ୍ତି ଯେ, ଦିଲ୍ଲୀର ସୁଟିଂ ଶେଷ ହୋଇଛି । ଏବେ ଚାଲ ’’। ଏ ଭିଡିଓରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି।  

ଉଲ୍ଲେଖନୀୟ ଯେ, କଙ୍ଗନା ରଣାୱତ ଏହି ଚଳଚ୍ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଶ୍ରେୟସ୍ ତଲପଡେ ଅଟଲ ବିହାରୀ ବାଜପେୟୀ, ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ୍ ସାମ୍‌ ମାନେକ୍ସା ଭୂମିକାରେ, ଲେଖିକା ପୁପୁଲ ଜୟାକର ଭୂମିକାରେ ମହିମା ଚୌଧୁରୀ ଏବଂ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଭୂମିକାରେ ଅଭିନେତା ଅନୁପମ ଖେର ଅଭିନୟ କରୁଛନ୍ତି । ଫିଲ୍ମ କେବେ ରିଲିଜ ହେବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ କଙ୍ଗନା ରାଣାଓ୍ବତ ମଧ୍ୟ ରହିଛନ୍ତି। ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। 

କଙ୍ଗନା କହିଛନ୍ତି, “ମୋର ଶେଷ ନିର୍ଦ୍ଦେଶନା ଫିଲ୍ମ ଥିଲା ମଣି କର୍ଣ୍ଣିକା :  ଦ କୁଇନ ଅଫ ଝାନସି (Manikarnika: The Queen of Jhansi) । ଏ ଫିଲ୍ମ ପାଇଁ ମୁଁ ଦର୍ଶକଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇଥିଲି ।  କାରଣ ଏହା ଏକ ବ୍ଲକବଷ୍ଟର ଥିଲା । ମୁଁ ଅନ୍ୟ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ପ୍ରଲୋଭିତ ହେଇଥିଲି । କିନ୍ତୁ ମୋର ଅନେକ ଅଭିନୟ କାର୍ଯ୍ୟ ସମାପ୍ତ କରିବାକୁ ଥିଲା। ମୁଁ ବିଶ୍ୱାସ କରେ ଯେ, ଦର୍ଶକମାନେ ଏପରି କିଛି ଖୋଜୁଛନ୍ତି ଯାହା କେବଳ ସେମାନଙ୍କର ସମ୍ବେଦନଶୀଳ ଦିଗକୁ ନୁହେଁ ବରଂ ସେମାନଙ୍କର ବୌଦ୍ଧିକ ଦିଗକୁ ଉତ୍ସାହିତ କରିବ” । ୨୦୧୯ ଜାନୁଆରୀ ୨୫ରେ ରିଲିଜ ହୋଇଥିଲା କଙ୍ଗନାଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା । ଯେଉଁଥିରେ ସେ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିଥିଲେ। ଏହା ଏକ ପୌରାଣିକ ଡ୍ରାମା ଆଧାରିତ ଫିଲ୍ମ ଥିଲା।  ଫିଲ୍ମରେ କଙ୍ଗନାଙ୍କ ବ୍ୟତିତ ମହମ୍ମଦ ଜିସାନ୍ ,ଆୟୁବ ଓ ଅଙ୍କିତା ଲୋଖାଣ୍ତେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।  ଯାହା ବକ୍ସ ଅଫିସରେ ହିଟ ହୋଇଥିଲା। 

 

 

fallback

୨୦୨୧ରେ ହିଟ୍‌ ଫିଲ୍ମ ‘ଥଲାଇବି’  (Thalaivi) ମଧ୍ୟ ଭଲ ରୋଜଗାର କରିଥିଲା।  ଏ ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଜୀବନ ଉପରେ ଆଧାରିତ ଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ କଙ୍ଗନା । କଙ୍ଗନା ଏ ଫିଲ୍ମର  ଜୟଲଳିତାଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ ଦର୍ଶକଙ୍କ କାଫି ଭଲ ରେସପନ୍ସ ମିଳିଥିଲା । ମୁଭିଟି ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିଥିଲା। ୨୦୨୨ରେ ଏକ ଶୋ ‘ଲକ୍ଅପ୍‌’ର ହୋଷ୍ଟ ଥିଲେ କଙ୍ଗନା।