Kangana Ranaut: ଦୁଇ ବର୍ଷ ପୂର୍ବେ, ନିଜର ମୃତ୍ୟୁକୁ ଦେଖି ସାରିଥିଲେ ଶ୍ରଦ୍ଧା
Advertisement
Article Detail0/zeeodisha/odisha1455869

Kangana Ranaut: ଦୁଇ ବର୍ଷ ପୂର୍ବେ, ନିଜର ମୃତ୍ୟୁକୁ ଦେଖି ସାରିଥିଲେ ଶ୍ରଦ୍ଧା

Kangana Ranaut: ଶ୍ରଦ୍ଧା ୱାକର ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଯିଏ ଏହି ଘଟଣା ବିଷୟରେ ଶୁଣୁଛି ସେ ଅଭିଯୁକ୍ତକୁ କଠୋର ଦଣ୍ତ ଦେବା ପାଇଁ କହୁଛି । ଏହି ଲୋମହର୍ଷଣକାରୀ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି। ଏବଂ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି।

ସୌଜନ୍ୟ : ସୋସିଆଲ ମିଡିଆ

Kangana Ranaut: ଶ୍ରଦ୍ଧା ୱାକର ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଯିଏ ଏହି ଘଟଣା ବିଷୟରେ ଶୁଣୁଛି ସେ ଅଭିଯୁକ୍ତକୁ କଠୋର ଦଣ୍ତ ଦେବା ପାଇଁ କହୁଛି । ଏହି ଲୋମହର୍ଷଣକାରୀ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି। ଏବଂ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହି ଘଟଣା ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରାଣାଓ୍ବତ୍ । ଶ୍ରଦ୍ଧାଙ୍କ ଚିଠି ଦେଖି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଶ୍ରଦ୍ଧାଙ୍କ ଚିଠିକୁ ପଢିବା ପରେ ଅଭିନେତ୍ରୀ ଏକ ହୃଦୟ ବିଦାରକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, 'ଏହା ହେଉଛି ଶ୍ରଦ୍ଧାଙ୍କ ସେହି ଚିଠି, ଯାହା ୨୦୨୦ ମସିହାରେ ପୋଲିସ ନିକଟକୁ ସାହାର୍ଯ୍ୟ ମାଗିବା ପାଇଁ ଲେଖି ଯାଇଥିଲା। ସେ କହିଛନ୍ତି ଯେ ଅଫତାବ ତାଙ୍କୁ ସବୁବେଳେ ଡରୁଥିଲେ। କେବଳ ଏତିକି ନୁହେଁ ସେ ତାଙ୍କୁ ଖଣ୍ଡ ଖଣ୍ଡ କରିଦେବ ବୋଲି ଧମକ ଦେଉଥିଲେ। ସେ ତାଙ୍କୁ ବ୍ଲାକମେଲ କରୁଥିଲେ। ଏସବୁ ସତ୍ତ୍ବେ ସେ କିପରି ଶ୍ରଦ୍ଧାଙ୍କ ମନ ପରିବର୍ତ୍ତନ କରି ତାଙ୍କୁ ଦିଲ୍ଲୀ ଆଣିଲା ତାହା ଜଣା ନାହିଁ। "

କଙ୍ଗନା ଆହୁରି ଲେଖିଛନ୍ତି, 'ଆମେ ସମସ୍ତେ  ଏହା ବି ଜାଣିଛୁ ଯେ, ଅଫତାବ ତାଙ୍କୁ ବିବାହ କରାଇବାର ପ୍ରତୁଶ୍ରୃତି ଦେଇ ଏସବୁ କରାଉଥିଲା।, ସେ ଦୁର୍ବଳ ନଥିଲେ। ସେ ଏପରି ଏକ ଝିଅ ଯିଏ ଦୁନିଆରେ ବଞ୍ଚିବା ପାଇଁ ଜନ୍ମ ହୋଇଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତ ,ତାଙ୍କ ଭିତରେ ଜଣେ ମହିଳାଙ୍କ ହୃଦୟ ଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଅଫତାବଙ୍କ ଭଳି ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା । ଜଣେ ମହିଳା, ଆମ ପୃଥିବୀ ପରି, ଯାହା ଠାରେ ପରଆପଣାର ଭେଦଭାବ ନାହିଁ, ଯିଏ ସମସ୍ତଙ୍କୁ ନିଜର ଭାବି ଛାତିରେ ଲଗାଏ ।ଶ୍ରଦ୍ଧା ଏପରି ଏକ ଝିଅ ଥିଲା ବୋଲି କହିଛନ୍ତି କଙ୍ଗନା । '

କଙ୍ଗନା ଆହୁରୀ ଲେଖିଛନ୍ତି, ଯେ, 'ସେ ଏପରି ଝିଅ ଯିଏ କି କାହାଣୀରେ ବିଶ୍ୱାସ କରୁଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଦୁନିଆ ତାଙ୍କ ପ୍ରେମ ଆବଶ୍ୟକ କରେ। ସେ ଦେବୀ ଥିଲେ ଯାହାର କ୍ଷତ ଭଲ କରିବାର ଶକ୍ତି ଥିଲା । ସେ ଆଦୈ ଦୁର୍ବଳ ନଥିଲେ, ସେ ନିଜ ସ୍ୱପ୍ନର କାହାଣୀରେ ନିଜ ହିରୋ ଭିତରେ ଥିବା ରାକ୍ଷାସ ସହିତ ଲଢିବାକୁ ଚେଷ୍ଟା କରୁଥିଲେ । ଆମେ ସମସ୍ତେ ଜାଣୁ ଯେ ପ୍ରେମ ଆମ ମଧ୍ୟରେ ପରିବର୍ତ୍ତନ ଆଣେ । ସେ ରାକ୍ଷାସ ମାନଙ୍କୁ ମାରିବା ପାଇଁ ବହୁ ପରିଶ୍ରମ କରିଥିଲେ, କିନ୍ତୁ ହିରୋ ଚାହୁଁଥିଲେ ରାକ୍ଷାସମାନେ ଜିତନ୍ତୁ ଏବଂ ତାହା ହିଁ ଘଟିଲା। '

 

 

fallbackଏହାବି ପଢନ୍ତୁ : Jacqueline Fernandes: ଯଦି ଏମିତି ହୁଏ, ଫିଲ୍ମ ଲାଇନ୍ ଛାଡିଦେବେ ଜ୍ୟାକଲିନ୍ !

ସମ୍ପ୍ରତି ଏହା ସାମ୍ନାକୁ ଆସିଛି ଯେ, ଶ୍ରଦ୍ଧା ୱାକର ୨୦୨୦ ରେ ପୋଲିସକୁ ଏକ ଚିଠି ଲେଖିଥିଲେ ଏବଂ ଏହି ଚିଠିରେ ଶ୍ରଦ୍ଧା ଲେଖିଥିଲେ ଯେ ତାଙ୍କ ଲାଇଫ-ପାର୍ଟନର ଆଫତାବ ପୁନାୱାଲା ତାଙ୍କୁ ପ୍ରତିଦିନ ମାଡ ମାରୁଥିଲେ। କେବଳ ଏତିକି ନୁହେଁ, ପୋଲିସର ସାହାଯ୍ୟ ଲୋଡିଥିବା ବେଳେ ଶ୍ରଦ୍ଧା ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଥିଲେ। ଏବଂ ସ୍ପଷ୍ଟ ଭାବରେ ଲେଖିଥିଲେ ଯେ ତାଙ୍କ ପ୍ରେମିକା ତାଙ୍କୁ ଖଣ୍ଡ ଖଣ୍ଡ କରି ଦେବେ। ୨୦୨୦ରେ ଲେଖାଯାଇଥିବା ଏହି ଚିଠିକୁ ବର୍ତ୍ତମାନ ପଢିବାକୁ ଭୟ ଲାଗୁଛୁ , କାରଣ ଶ୍ରଦ୍ଧା ତାଙ୍କ ଚିଠିରେ ଯାହା ଲେଖିଥିଲେ, ଠିକ୍ ସେଭଳି କାମ ମଧ୍ୟ ଅଫତାଭ କରିଛି ।