Kiara & Sidharth Wedding: ଆସନ୍ତାବର୍ଷ ପଡିପାରେ ହାତଗଣ୍ଠି, ବିବାହରେ କାହାକୁ ଡାକିବେନି ଏ ଯୋଡି !
Advertisement
Article Detail0/zeeodisha/odisha1391468

Kiara & Sidharth Wedding: ଆସନ୍ତାବର୍ଷ ପଡିପାରେ ହାତଗଣ୍ଠି, ବିବାହରେ କାହାକୁ ଡାକିବେନି ଏ ଯୋଡି !

Kiara & Sidharth Wedding: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀ( Kiara Advani)। ଉଭୟଙ୍କ ନାଁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ରିଲ ଲାଇଫରେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରନ୍ତି ଦର୍ଶକ ।

Kiara & Sidharth Wedding: ଆସନ୍ତାବର୍ଷ ପଡିପାରେ ହାତଗଣ୍ଠି, ବିବାହରେ କାହାକୁ ଡାକିବେନି ଏ ଯୋଡି !

Kiara & Sidharth Wedding: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀ( Kiara Advani)। ଉଭୟଙ୍କ ନାଁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ରିଲ ଲାଇଫରେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଏ ଲବବାର୍ଡ କୁଆଡେ ଆସନ୍ତା ବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଯାହାକୁ ନେଇ ଫୁଣି ଥରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଉଭୟ ପରପ୍ପରକୁ ବହୁ ବର୍ଷ ଧରି ଡେଟ ମଧ୍ୟ କରି ଆସୁଛନ୍ତି ।  

ଏକ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ପରସ୍ପରକୁ ବହୁତ ଭଲ ପାଆନ୍ତି। ସେମାନେ ସେମାନଙ୍କର ସମ୍ପର୍କକୁ ନେଇ ବହୁତ ସିରିୟସ ମଧ୍ୟ ଅଛନ୍ତି , ଏବଂ ବିବାହ କରିବାକୁ ଚାହୁଁଛନ୍ତି । ଆସନ୍ତା ବର୍ଷ ଏପ୍ରିଲରେ ଏହି କପୁଲ ବିବାହ କରିପାରନ୍ତି । ବାସ୍ତବରେ, ବିବାହରେ ବଲିଉଡରୁ କୌଣସି ସେଲିବ୍ରେଟିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।  କାରଣ ବିବାହ ଦିଲ୍ଲୀରେ ଆୟୋଜିତ ହେବ । ଏଥିରେ ସିଦ୍ଧାର୍ଥଙ୍କ ପରିବାର ଲୋକେ ଓ ବନ୍ଧୁ ବାନ୍ଧବ ସାମିଲ ହେବେ। ସେହିପରି କିଆରାଙ୍କ ପରିବାରଲ ଲୋକେ ଏବଂ ଅତି ନିକଟ ସମ୍ପର୍କୀୟ ଏହି ବିବାହ ଉତ୍ସବରେ ସାମିଲ ହେବେ । ପ୍ରଥମେ ଉଭୟ ନିଜ ବିବାହକୁ ରେଜିଷ୍ଟ୍ରି କରିବେ ଏବଂ ଏହା ପରେ ଏହା ଏକ ଗ୍ରାଣ୍ଡ ସେଲିବ୍ରେସନ କରାଯିବ।  କକଟେଲ ପାର୍ଟି ଠାରୁ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ସମ୍ପର୍କ ବିଷୟରେ ଅନେକ ଖବର ଚର୍ଚ୍ଚାକୁ ଆସିଛି। ଫିଲ୍ମ ‘ଶେରଶାହ’ରେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା ​। କୁହାଯାଏ ଯେ ଏହି ଚଳଚ୍ଚିତ୍ରରୁ ଉଭୟ ପରସ୍ପରର ନିକଟତର ହୋଇଥିଲେ। କହିବାକୁ ଗଲେ, କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବିଚ୍ଛେଦ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା।  କୁହାଯାଉଥିଲା କି ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ହେଲେ ଏକ ଇଭେଣ୍ଟରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଜଣାପଡୁଥିଲା କି ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଅଛି । ଏଥି ସହିତ, ସେମାନଙ୍କ ବିବାହର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। କିନ୍ତୁ ଦୁହେଁ ଏହାକୁ ନିଶ୍ଚିତ କରି ନାହାନ୍ତି। କିନ୍ତୁ ପ୍ରଶଂସକମାନେ ଏହି ଖବରକୁ ନେଇ ବହୁତ ଖୁସି ଅଛନ୍ତି। 

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବାକୁ ଗଲେ, ଉଭୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ (Satyaprem Ki Katha) ସତ୍ୟ ପ୍ରେମ କି କଥା  ଆସନ୍ତା ବର୍ଷ ପରଦାକୁ ଆସିବ । ଏଥିରେ ଲିଡ ରୋଲରେ ନଜର ଆସିବେ କିଆରା ଓ କାର୍ତ୍ତିକ । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ସେହିପରି, ମିଶନ ମଞ୍ଜୁ, ଥ୍ୟାଙ୍କଗଡ ଓ ଯୋଦ୍ଧାରେ ମଧ୍ୟ ଲିଡ ରୋଲରେ ନଜର ଆସିବେ ସିଦ୍ଧାର୍ଥ । ଚଳିତ ମାସ ୨୫ ତାରିଖରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଥ୍ୟାଙ୍କ୍ ଗଡ ରିଲିଜ୍ ହେବେ। ଯେଉଁଥିରେ ସେ ଅଜୟ ଦେବଗନଙ୍କ ସହ ସେ ନଜର ଆସିବେ।