Ollywood News: ଟୁଟୁ ନାୟକଙ୍କ ନିର୍ଦ୍ଦଶନାରେ ତାଙ୍କ ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ୨ ରିଲିଜ ପରେ ଉଭୟ ମୁହାଁମୁହିଁ ହୋଇଥିଲେ । ନିର୍ଦ୍ଦେଶକ ଟୁଟୁ ନାୟକ ଓ ଅଭିନେତା ଅନୁଭବ ମହାନ୍ତି ଫିଲ୍ମ ଆଳରେ ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିବାର ଦେଖିବାକୁ ମିଳିଥିଲା।
Trending Photos
Ollywood News: ଓଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତି ଓ ନିର୍ଦ୍ଦେଶକ ଟୁଟୁ ନାୟକ ଶେଷରେ ମୁହାଁମୁହିଁ ହୋଇଛନ୍ତି। ଏକ କାର୍ଯ୍ୟକ୍ରମରେ ଉଭୟ ଭେଟ ହୋଇଥିଲେ। ଟୁଟୁ ନାୟକଙ୍କୁ ସାମ୍ନାରେ ଦେଖି ଅନୁଭବ ନମସ୍କାର କରି କଥା ହୋଇଥିଲେ। ଦୁହେଁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ନିକଟରେ ଟୁଟୁ ନାୟକଙ୍କର ଏକ ମନ୍ତବ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥଲା। ଏମିତିକି ଯେଉଁ ଅନୁଭବ ପ୍ରତିବର୍ଷ ବସନ୍ତ ନାୟକଙ୍କ ବାର୍ଷିକୀରେ ସମସ୍ତ କାର୍ଯ୍ୟ ନିଜେ ହାତକୁ ନେଇଥାନ୍ତି, ତାଙ୍କୁ ଚଳିତ ବର୍ଷ ଦେଖିବାକୁ ମିଳିନଥିଲା। ଚର୍ଚ୍ଚା ହୋଇଥିଲା କି ଉଭୟଙ୍କ ଭିତରେ ମତାନ୍ତର ପାଇଁ ଅନୁଭବ ଆସିନଥିଲେ। ଏବେ ଉଭୟଙ୍କୁ ଦେଖାଯିବା ପରେ ସମ୍ପର୍କରେ ଟିକେ ସୁଧାର ଆସୁଥିବା ଜଣା ପଡ଼ୁଛି।
ଟୁଟୁ ନାୟକଙ୍କ ନିର୍ଦ୍ଦଶନାରେ ତାଙ୍କ ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ୨ ରିଲିଜ ପରେ ଉଭୟ ମୁହାଁମୁହିଁ ହୋଇଥିଲେ । ନିର୍ଦ୍ଦେଶକ ଟୁଟୁ ନାୟକ ଓ ଅଭିନେତା ଅନୁଭବ ମହାନ୍ତି ଫିଲ୍ମ ଆଳରେ ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିବାର ଦେଖିବାକୁ ମିଳିଥିଲା। ୨୦୦୪ରେ ତାଙ୍କ ବାପା ବସନ୍ତ ନାୟକଙ୍କ ଦ୍ବାରା ନିର୍ମିତ ଆଇ ଲଭ ୟୁ ଫିଲ୍ମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ଅନୁଭବ । ଆଉ ଏହାର ସିକ୍ବେଲ ରିଲିଜ ବେଳେ ସଞ୍ଜୟଙ୍କୁ ଟାର୍ଗେଟ କରିଥିଲେ ଅଭିନେତା ମନୋଜ ମିଶ୍ର। ଅନୁଭବ ମହାନ୍ତିଙ୍କୁ ଇସାରା କରି ସଞ୍ଜୟ କହିଥିଲେ, ସେ କୁଆଡେ ନୂଆ ଅଭିନେତାଙ୍କୁ ସୁଯୋଗ ଦେବାକୁ ଚାହାଁନ୍ତି ନାହିଁ ।
ଏହି କଥା ଅନୁଭବଙ୍କ କାନରେ ପଡ଼ିବା ପରେ ସେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅନୁଭବ କହିଥିଲେ କି ମୋତେ ଗୋଟିଏ କଥା ବହୁତ ଖରାପ ଲାଗିଛି ଏବଂ ଲୋକମାନେ ମୋତେ ଅନେକ ଥର ସେହି ବିଷୟରେ ପଚାରିଲେଣି । କାହାକୁ ଭଲ ଲାଗେନି ମିଛ କଥାକୁ ମୁଣ୍ଡରେ ନେବା । ସେଥିପାଇଁ ମୁଁ ଏହି ଭିଡିଓ ମାଧ୍ୟମରେ ତାହାର ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି । ମୋତେ ଆପଣ ଏହି ସିନେମାରେ ନେବାର ଥିଲା କିମ୍ୱା ନଥିଲା କିମ୍ୱା ଆପଣ ମୋତେ ଆପ୍ରୋଚ କରିଥିଲେ ନା ନାହିଁ । ତାହା କେବଳ ମୁଁ ଏବଂ ଆପଣ ଜାଣନ୍ତି । କିନ୍ତୁ କେତେବେଳେ ଆପଣ କହୁଛନ୍ତି ମୁଁ ଆପଣଙ୍କୁ ଡେଟ୍ ଦେଲିନାହିଁ । କେତେବେଳେ କହୁଛନ୍ତି ମୁଁ ଫିଲ୍ମ କରିବାକୁ ମନା କଲି । ଏମିତି ଅନେକ କଥା ସାମ୍ନାକୁ ଆସିଛି । କାହାକୁ ଆପଣଙ୍କ କଥା ଭଲ ଲାଗୁନି । ଯାହାକୁ ନେଇ ମୁଁ କହିବାକୁ ଚାହୁଁଛି ଯେ, ଦୟାକରି ଏଭଳି ମିଛ କଥା କୁହନ୍ତୁ ନାହିଁ । ଆପଣଙ୍କ ଠାରୁ ଏହା ଆଶା କରାଯାଏ ନାହିଁ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । ଏଣୁ ଦୟାକରି ମିଥ୍ୟା କଥା କୁହନ୍ତୁ ନାହିଁ ।'' 'ମିଛ କଥା କହି ନିଜକୁ ମୋ ଆଗରେ ଛୋଟ କରନ୍ତୁ ନାହିଁ' ।
ସେହି ସମୟରେ ଟୁଟୁ ନାୟକ ଫିଲ୍ମର ଷ୍ଟାର କାଷ୍ଟ ବଦଳାଇଥିବା ବେଳେ ଅନୁଭବଙ୍କୁ ପୁଣି କାଷ୍ଟ କାହିଁକି କରିନଥିଲେ ସେନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ଅନୁଭବ ନିଜ ଫାଇଦା ପାଇଁ ମୋ ଫିଲ୍ମ କଲାନି । ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ ଅରିନ୍ଦମ, ବାବୁସାନ, ଅନୁଭବଙ୍କୁ ମୁଁ ଷ୍ଟାର କରାଇଛି । ଫିଲ୍ମରେ କାମ କରିବାକୁ ମୁଁ ଅଫର ଦେଇଥିଲି । ମୁଁ ସେମାନଙ୍କୁ ଷ୍ଟାର ବନାଇଛି । ଆଉ ତାଙ୍କର ଏହି ବୟାନ ନିଜ ଉପରେ ହିଁ ଭାରି ପଡ଼ିଥିଲା । ଅଭିନେତା ମାନେ ସାମ୍ନାକୁ ଆସି ପ୍ରତିକ୍ରିୟା ଦେବା ସହ ଟୁଟୁଙ୍କ ଉପରେ ବର୍ଷିଥିଲେ ।
Also Read- ୧୦୦ଟି କମ ଫସଲ ଉତ୍ପାଦକତା ଥିବା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ ହେବ
Also Read- Saptahik Rashifal: ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କଠାରୁ ଜାଣନ୍ତୁ କିପରି ବିତିବ ନୂଆ ସପ୍ତାହ