Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍ ଉପସ୍ଥାପନ କରିଛନ୍ତି। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍ ଉପସ୍ଥାପନ କରାଯାଇଥିଲା। ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ଦହି ଏବଂ ମିଠା ଖୁଆଇଥିଲେ ।
Headlines 02- ଘୋଷଣା ହୋଇଥିବା ନୂଆ ଆୟକର ଅନୁଶାସନ ଅନୁସାରେ ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ। କିନ୍ତୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ପ୍ରସ୍ତାବରେ ୮ ରୁ ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ୧୦ ପ୍ରତିଶତ ଟିକସ ସ୍ଲାବ ଘୋଷଣା କରାଯାଇଛି।
Headlines 03- ଚଳିତ ବଜେଟରେ ଯୁବପିଢୀ, ଗରିବ, ମଧ୍ୟବିତ୍ତ ବର୍ଗ ଏବଂ କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦିଆଯାଇଛି। ବଜେଟରେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରାଯାଇଛି । ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି । ଯାହା ଫଳରେ କିଛି ଜିନିଷର ମୂଲ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ବିଶେଷକରି ଇଲେକ୍ଟ୍ରୋନିକ୍ସ, ଔଷଧ ଏବଂ ଇଲେକ୍ଟ୍ରିକ୍ ଯାନ ସହିତ ଜଡିତ ଜିନିଷ ଗୁଡ଼ିକ ବର୍ତ୍ତମାନ ଶସ୍ତା ହେବାକୁ ଯାଉଛି।
Headlines 04- ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଭାରତର ପ୍ରତିରକ୍ଷା ବଜେଟକୁ ଏତେ ବୃଦ୍ଧି କରିଛନ୍ତି ଯେ ଏହା ଚୀନ୍ ଏବଂ ପାକିସ୍ତାନ ପାଇଁ ରେଡ ଆଲର୍ଟ। ଏଥର ଭାରତ ସରକାର ପ୍ରତିରକ୍ଷା ବଜେଟରେ ୩୬ ହଜାର ୯୫୯ କୋଟି ଟଙ୍କା ବୃଦ୍ଧି କରିଛନ୍ତି ଏବଂ ୪ ଲକ୍ଷ ୯୧ ହଜାର ୭୩୨ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ଭାରତ ସରକାର ୨୦୨୪-୨୫ ପାଇଁ ୪ ଲକ୍ଷ ୫୪ ହଜାର ୭୭୩ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ଏଥର ୩୬ ହଜାର ୯୫୯ କୋଟି ଟଙ୍କା ବୃଦ୍ଧି କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଛି। ଭାରତ ପ୍ରତିରକ୍ଷା କ୍ଷେତ୍ରକୁ ସର୍ବାଧିକ ବଜେଟ୍ ଆବଣ୍ଟନ କରିଛି। ୨୦୨୫ ମସିହାର କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୬.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି।
Headlines 05- ବଜେଟ ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ଅନ୍ୟ ପକ୍ଷରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ ଏବଂ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ପାଇଁ ଉପହାରର ବର୍ଷା କରିଛନ୍ତି। ଆଗକୁ ଏସବୁ ରାଜ୍ୟରେ ନିର୍ବାଚନ ଆଖିରେ ରଖି ସରକାର ବଜେଟକୁ ପ୍ରେରିତ କରିଥିବା ଆଲୋଚନା ହେଉଛି। କେନ୍ଦ୍ରୀୟ ବଜେଟରେ ସବୁଠାରୁ ଅଧିକ ଲାଭାନ୍ୱିତ ହୋଇଛି ବିହାର। ମଖାନା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମଖାନା ବୋର୍ଡ ସହ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ, ଆଇଆଇଟି ପାଟନାର କ୍ଷମତା ବୃଦ୍ଧି ସହ ବିହାରରେ ଏକ ଗ୍ରୀନଫିଲ୍ଡ ବିମାନ ବନ୍ଦର ପାଇଁ ବଜେଟରେ ଘୋଷଣା କରାଯାଇଛି।
Headlines 06- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଘୋଷଣା କରିଛନ୍ତି ଯେ, କିଷାନ କ୍ରେଡିଟ୍ କାର୍ଡ (କେସିସି) ପାଇଁ ସୁଧ ସବସିଡି ସ୍କିମ୍ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରି ସୀତାରମଣ କହିଛନ୍ତି ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଋଣ ଉପଲବ୍ଧତା ରେ ଉନ୍ନତି ଆଣିବା ପାଇଁ ସରକାର ଋଣ ଗ୍ୟାରେଣ୍ଟି କଭର ବୃଦ୍ଧି କରିବେ। ଏହାବ୍ୟତୀତ ସରକାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ୫ ଲକ୍ଷ ଟଙ୍କା ସୀମା ବିଶିଷ୍ଟ 'କଷ୍ଟମାଇଜ୍ଡ୍' କ୍ରେଡିଟ୍ କାର୍ଡ ପ୍ରଚଳନ କରିବେ। କିଷାନ କ୍ରେଡିଟ୍ କାର୍ଡ ରେ ୭୭ ନିୟୁତ କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
Headlines 07- ଚଳିତ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟ ଦେଶର ବିକାଶ ସୁନିଶ୍ଚିତ କରିବ । ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ । ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ବିକାଶ କରିବ ଏ ବଜେଟ । ସମସ୍ତ ଆୟ ବର୍ଗର ଲୋକଙ୍କୁ ବଜେଟ ଫାଇଦା ଦେବ । ବିଶେଷକରି ମଧ୍ୟବିତ୍ତ, କର୍ମଜୀବୀ, ଚାକିରିଆଙ୍କୁ ଲାଭ ମିଳିବ ।
Headlines 08- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ଏକ୍ସ ଯୋଗେ କୃତଜ୍ଞତା ଜଣାଇଛନ୍ତି । ଏଥର ବଜେଟ୍ ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ହାସଟ୍ୟାଗ୍ ଦେଇ ବିକଶିତ ଭାରତ ବଜେଟ୍-୨୦୨୫ ଲେଖିଛନ୍ତି ।
Headlines 09- କଳାହାଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଲୁଟେରାଙ୍କ ଠାରୁ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ କରିବାରେ ସଫଳ ହୋଇଛି ପୋଲିସ । ଧର୍ମଗଡ଼ରୁ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି । ଗିରଫ ୮ ଅଭିଯୁକ୍ତ ଝାଡ଼ଖଣ୍ଡର ହୋଇଥିବା ସୂଚନା ମିଳିଛି ।
Headlines 10- ରାସ୍ତା ମଝିରେ ଜଳିଗଲା ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍ । ଉତ୍ତର ପ୍ରଦେଶ ଗାଜିଆବାଦ ଭୋପୁରା ଛକ ଲୋନୀ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏକାଧିକ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିବା ଫଳରେ ୩ଟି ଘର, କାଠ ଗୋଦାମ ଓ ହୋଟେଲ କ୍ଷତିଗ୍ରସ୍ତ ହୋଇଛି ।