Santilata Barik: ଆରପାରିରେ ଶାନ୍ତିଲତା ବାରିକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
Advertisement
Article Detail0/zeeodisha/odisha2184983

Santilata Barik: ଆରପାରିରେ ଶାନ୍ତିଲତା ବାରିକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

Santilata Barik: ଆଉ ନାହାଁନ୍ତି ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଶାନ୍ତିଲତା ସ୍ବାମୀ ବସନ୍ତ କୁମାର ଛୋଟରାୟ ।ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି ।

ସୌଜନ୍ୟ-ସୋସିଆଲ୍ ମିଡିଆ

Santilata Barik: ଆଉ ନାହାଁନ୍ତି ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଶାନ୍ତିଲତା ସ୍ବାମୀ ବସନ୍ତ କୁମାର ଛୋଟରାୟ ।ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ଶାନ୍ତିଲତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ALSO READ: Petrol Diesel Price Today: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱରରେ ଖସିଲା ପେଟ୍ରୋଲ ଓ ଡିଜେଲ ଦାମ୍‌

ସୂଚନା ଅନୁସାରେ, ଶାନ୍ତିଲତା ୨୦୧୧ ମସିହାରେ କ୍ୟାନସର ରୋଗରେ ପୀଡିତ ଥିଲେ। ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ।  ଏବଂ ଆରୋଗ୍ୟ ପାଇଁ ନିୟମିତ ଔଷଧ ସେବନ ମଧ୍ୟ କରୁଥିଲେ। କିନ୍ତୁ ୨୦୨୨ ରେ ତାଙ୍କ ଅବସ୍ଥା ଅଧିକ ଜଟିଳ ହୋଇପଡିଥିଲା। କିନ୍ତୁ ଗତକାଲି ରାତିରେ ସେ ପ୍ରାଣ ହରାଇଛନ୍ତି। ଓଡ଼ିଶାର ଭଜନପ୍ରେମୀଙ୍କ ପାଇଁ ଶାନ୍ତିଲତା ଅତ୍ୟନ୍ତ ପରିଚିତ ନାଁ । ଭକ୍ତିର ସହିତ ସେ ଗାଇଥିବା ଅନେକ ଭଜନକୁ ପସନ୍ଦ କରନ୍ତି ସଙ୍ଗୀତପ୍ରେମୀ । ତାଙ୍କ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ଭାବ ଭକ୍ତି ଯୋଡି ହୋଇ ରହିଛି । ସେ ଗାଇଥିବା ଭଜନ ମଧ୍ୟରେ, ହେ ଚକାନୟନ, ଏକା ମୋ ଜଗା ସବୁରି ମୂଳ,  ମୁଁ ଯେ ଦେଉଳ ବେଢ଼ା ଦୀପ ଇତ୍ୟାଦି ରହିଛି ।

ସେପଟେ ,କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,'' ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ  ସେ ସୁପରିଚିତ ଥିଲେ।  ତାଙ୍କ ଭଜନ ଥିଲା ଭକ୍ତି ଓ  ସମର୍ପଣର  ସଂଗୀତମୟ ନିବେଦନ । ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।'' ଏବଂମୁଖ୍ୟମନ୍ତ୍ରୀ  ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସ୍ୱର୍ଗତ ଶାନ୍ତିଲତା ବାରିକ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।