Sameera Reddy: ‘Breast Surgery ପାଇଁ ମୋତେ ବାଧ୍ୟ କରାଯାଇଥିଲା’
Advertisement
Article Detail0/zeeodisha/odisha1551780

Sameera Reddy: ‘Breast Surgery ପାଇଁ ମୋତେ ବାଧ୍ୟ କରାଯାଇଥିଲା’

Sameera Reddy: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ବିଭିନ୍ନ ସମୟରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ହେଡଲାଇନରେ ରୁହନ୍ତି । ସେ ସୋସିଆଲ ମିଡିଆରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ମଧ୍ୟ ଦିଅନ୍ତି । ନିକଟରେ ଅଭିନେତ୍ରୀ ଜଣକ ଏକ ବୟାନ ଦେଇଥିଲା । ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସମୀରା କହିଥିଲେ ଯେ, ଯେତେବେଳେ ସେ ଫିଲ୍ମରେ କାମ କରୁଥିଲେ ସେତେବେଳେ ତାଙ୍କୁ କିପରି ସ୍ତନ ଅସ୍ତ୍ରୋପଚାର (Breast Surgery) କରିବାକୁ ବାଧ୍ୟ କରାଯାଇଥିଲା ।

ସୌଜନ୍ୟ- ସୋସିଆଲ ମିଡିଆ

Sameera Reddy: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ।  ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ବିଭିନ୍ନ ସମୟରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ହେଡଲାଇନରେ ରୁହନ୍ତି । ସେ ସୋସିଆଲ ମିଡିଆରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ମଧ୍ୟ ଦିଅନ୍ତି ।  ନିକଟରେ ଅଭିନେତ୍ରୀ ଜଣକ ଏକ ବୟାନ ଦେଇଥିଲା । ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସମୀରା କହିଥିଲେ ଯେ, ଯେତେବେଳେ ସେ ଫିଲ୍ମରେ କାମ କରୁଥିଲେ ସେତେବେଳେ ତାଙ୍କୁ କିପରି ସ୍ତନ ଅସ୍ତ୍ରୋପଚାର (Breast Surgery) କରିବାକୁ ବାଧ୍ୟ କରାଯାଇଥିଲା । ନିଜର ପତଳା ଶରୀର ପାଇଁ ତାଙ୍କୁ ଅପମାନୀତ ମଧ୍ୟ ହେବାକୁ ପଡିଥିଲେ। ଏପରିକି ଖାସ୍ କରି ସ୍ତନ ପାଇଁ ତାଙ୍କୁ ଥଟ୍ଟାର ଶୀକାର ମଧ୍ୟ ହେବାକୁ ପଡିଥିଲା । ଯାହାକୁ ନେଇ ସେ ଚିନ୍ତିତ ଥିଲେ। ଏବଂ ପ୍ୟାଡେଡ୍ ବ୍ରା(Padded Bra) ପିନ୍ଧିବାକୁ ବାଧ୍ୟ ହେଉଥିଲେ। 

ସ୍ତନ ଅସ୍ତ୍ରୋପଚାର ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା : ସମୀରା ରେଡ୍ଡୀ କହିଛନ୍ତି ଯେ ଅଭିନେତ୍ରୀମାନଙ୍କୁ ପ୍ରାୟତ ଚଳଚ୍ଚିତ୍ରରେ କସମେଟିକ୍ ସର୍ଜରୀ ପାଇଁ ପରାମର୍ଶ ଦିଆଯାଏ । ସେ ଆହୁରୀ କହିଛନ୍ତି ଯେ, ୧୦ ବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ସମୟ ଥିଲା, ଯେତେବେଳେ ଅଧିକାଂଶ ଅଭିନେତ୍ରୀ ପ୍ଲାଷ୍ଟିକ୍ ସର୍ଜରୀ କରୁଥିଲେ। ଖାସ୍ କରି ସ୍ତନ ସର୍ଜରୀ, ନାକ ସର୍ଜରୀ କରୁଥିଲେ ଏବଂ ଏହା ସହିତ ସେମାନେ ହାଡର ଗଠନକୁ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରୁଥିଲେ । ସ୍ତନ ଅସ୍ତ୍ରୋପଚାର ପାଇଁ ତାଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଥିବା ସମୀର କହିଛନ୍ତି।

Also Read: Deepika Padukone: ଏମିତି କ'ଣ ହେଲା ଯେ, Pathaan Eventରେ କାନ୍ଦି ପକାଇଲେ ଦୀପିକା

ସାକ୍ଷାତକାର ସମୟରେ ସମୀରା  ଏହା ମଧ୍ୟ କହିଛନ୍ତି ଯେ,  ‘ମୋତେ ଅନେକ ସମୟରେ ମୋ ସ୍ତନ ଉପରେ ପ୍ୟାଡ୍ ଲଗାଇବାକୁ ପଡୁଥିଲା। ମୋତେ ଅସ୍ତ୍ରୋପଚାର କରିବାକୁ କୁହାଯାଇଥିଲା, ଏପରି କାର୍ଯ୍ୟ ଖୋଲାଖୋଲି ଭାବରେ କରାଯାଇଥିଲା .. ମୁଁ ଅନେକ ଥର ଅସ୍ତ୍ରୋପଚାର କରିବାକୁ ଚିନ୍ତା କରୁଥିଲି? ମୁଁ ଭାବିଲି ଏହା ସ୍ୱାଭାବିକ କି? ତଥାପି, ମୁଁ କେବେବି ଅସ୍ତ୍ରୋପଚାର କରି ନ ଥିଲି ଏବଂ ମୁଁ ଖୁସି ଯେ ମୁଁ କରି ନ ଥିଲି କାରଣ ଆଜି ମୁଁ ନିଜକୁ ସେପରି ଦେଖିବାକୁ ଚାହେଁ ମୁଁ ସେପରି ଅଛି।  ସମୀରା ଏହା ମଧ୍ୟ କହିଛନ୍ତି ଯେ , ଯେଉଁମାନେ ନିଜ ଖୁସିରେ ଅସ୍ତ୍ରୋପଚାର କରିଛନ୍ତି ସେମାନଙ୍କୁ  ଜଜ କରୁନି କି କମେଣ୍ଟ କରୁନି, ମୁଁ  ସବୁବେଳେ ଦୁଇଟି ଜୀନିଷରେ ଜୀବନରେ ବିଶ୍ବାସ ରଖେ, ଖୁସି ଓ ସବୁବେଳେ ସମସ୍ତ  ଖୁସିରେ ଜୀବନରେ ରୁହନ୍ତୁ । ’ ତେବେ, ଆମେ ଏଠାରେ କହି ରଖୁଛୁ ଯେ, ସମୀରା ରେଡ୍ଡୀ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରେଇ ଅଛନ୍ତି ।  ଏବଂ ବର୍ତ୍ତମାନ ସେ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲଏନସର (Social Media Influencer)।