Sidharth Shukla: ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି ଶେହେନାଜ, କହିଲେ ମୁଁ ତୁମକୁ...
Advertisement
Article Detail0/zeeodisha/odisha1482409

Sidharth Shukla: ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି ଶେହେନାଜ, କହିଲେ ମୁଁ ତୁମକୁ...

Sidharth Shukla: ପ୍ରସିଦ୍ଧ ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଜି ଆମ ମଧ୍ୟରେ ନାହାଁନ୍ତି କିନ୍ତୁ ପ୍ରଶଂସକଙ୍କ ହୃଦୟରେ ତାଙ୍କର ସ୍ମୃତି ଆଜିବି ଜୀବନ୍ତ ହୋଇ ରହିଛି। ସିଦ୍ଧାର୍ଥଙ୍କ ଦେହାନ୍ତ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି, ତଥାପି ଆଜି ମଧ୍ୟ ଏହି କଥାକୁ ବିଶ୍ୱାସ କରି ହେଉନି ।

ସୌଜନ୍ୟ : ସୋସିଆଲ ମିଡିଆ

Sidharth Shukla: ପ୍ରସିଦ୍ଧ ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଜି ଆମ ମଧ୍ୟରେ ନାହାଁନ୍ତି କିନ୍ତୁ ପ୍ରଶଂସକଙ୍କ ହୃଦୟରେ ତାଙ୍କର ସ୍ମୃତି ଆଜିବି ଜୀବନ୍ତ ହୋଇ ରହିଛି। ସିଦ୍ଧାର୍ଥଙ୍କ ଦେହାନ୍ତ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି, ତଥାପି ଆଜି ମଧ୍ୟ ଏହି କଥାକୁ ବିଶ୍ୱାସ କରି ହେଉନି । ତାଙ୍କ ମୃତ୍ୟୁ ଖବର ପ୍ରଶଂସକମାନେ ଜାଣିବା କ୍ଷଣି ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କଳା ଜଗତରେ ଘୋଟି ଆସିଥିଲା କଳା ବାଦଲ । ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କ ପ୍ରେମିକା ଶେହେନାଜ ଗିଲ୍ ମଧ୍ୟ ତାଙ୍କୁ ଏକ ମନେ ପକାଇ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । 

ଶେହେନାଜ ଗିଲ ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନ ପାଳନ କରନ୍ତି :
ଶେହେନାଜ ପୁଣି ଥରେ ସ୍ୱର୍ଗତ ଅଭିନେତା  ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଇ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଠିକ୍ ରାତି ୧୨ ଟା ସମୟରେ ସେୟାର କରିଥିଲେ । ଏବଂ ଫଟୋରେ କ୍ୟାପସନରେ ଲେଖିଥିଲେ ଯେ, ' i will see you again'  ଏହାସହ ଏକ ଲଭ ଇମୋଜି ମଧ୍ୟ ଦେଇଥିଲେ । ଶେହେନାଜଙ୍କ ଏଭଳି ଭାବ ବିହ୍ବଳ ପୋଷ୍ଟ ଦେଖିବା ପରେ ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆଜିବି ସିଦ୍ଧାର୍ଥଙ୍କୁ ଭୁଲି ପାରି ନାହାଁନ୍ତି ଅଭିନେତ୍ରୀ ।  ଏହି ଅଭିନେତ୍ରୀ ସିଦ୍ଧାର୍ଥଙ୍କୁ ମନେ ପକାଇ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି । ଏହି କାରଣରୁ ସେ ସୋସିଆଲ ମିଡିଆରେ ନିଜର ଏବଂ ସିଦ୍ଧାର୍ଥଙ୍କ ଜନ୍ମଦିନର କିଛି ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଦୁଇଟି ହାତ ଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୋଟିଏ ଶେହେନାଜଙ୍କର ଏବଂ ଅନ୍ୟଟି ସିଦ୍ଧାର୍ଥ ଶୁକ୍ଲାଙ୍କର ହାତ ବୋଲି  କୁହାଯାଉଛି । ଅନ୍ୟପକ୍ଷରେ, ଦ୍ୱିତୀୟ ଫଟୋରେ ଶେହେନାଜ ଏବଂ ସିଦ୍ଧାର୍ଥଙ୍କ କିଛି ଭଲ ଫଟୋ ମଧ୍ୟ ସେ ସେୟାର କରିଥିବା ଦେଖିବାକୁ ମିଳିଛି । ଏବଂ ଅନ୍ୟ ଗୋଟିଏ ଫଟୋରେ କେକ୍ ଫଟୋ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ମଧ୍ୟ କାଫି କମେଣ୍ଟ କରିଛନ୍ତି । 

fallback

ବିଗବସ ସିଜିନ ୧୩ ରୁ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହେନାଜ ଗିଲଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ପରେ ପରପ୍ପର ମଧ୍ୟରେ ଭଲ ବନ୍ଧୁତା ଥିଲା।  ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହି ଲବବାର୍ଡଙ୍କୁ ପ୍ରଶଂସକମାନେ ସିଦ୍ଧନାଜ ନାମରେ ଡାକିବା ଆରମ୍ଭ କରିଥିଲେ । ଖବର ଅନୁଯାୟୀ, ଉଭୟ ଶୀଘ୍ର ବିବାହ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ।  ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଲୋକପ୍ରିୟ ଟେଲି ଅଭିନେତା ଥିଲେ ସିଦ୍ଧାର୍ଥ । ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ । ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସେ ଟିଭିରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେ ନା ଟିଭି ସିରିୟଲରେ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ବାଳିକା ବଧୁ ସିରିୟଲ ସିଦ୍ଧାର୍ଥଙ୍କୁ ନୂଆ ପରିଚୟ ଦେଇଥିଲା । ହେଲେ ୨୦୨୧ ମସିହା ୨ ସେପ୍ଟେମ୍ବରରେ ହୃଦଘାତରେ ମାତ୍ର ୪୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। । ମୁମ୍ବାଇର କୁପର ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଥିଲେ ସିଦ୍ଧାର୍ଥ । ବିଗବସ୍ ସିଜନ ୧୩ର ବିଜେତା ହୋଇଥିଲେ ସିଦ୍ଧାର୍ଥ ।