Singer Jubin Nautiyal Accident News: ଗୁରୁବାର ସକାଳ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଗୀତିକାର ଜୁବିନ ନୋଟିୟାଲ। ତାଙ୍କ ମୁଣ୍ଡ ଓ କହୁଣିରେ ଆଘାତ ଲାଗିଥିବା ବେଳେ ପଞ୍ଜରା ହାଡ ଭାଙ୍ଗିଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଜୁବିନ୍ ଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଆଜି ଏୟାରପୋର୍ଟରେ ସ୍ପଷ୍ଟ କରାଯାଇଥିଲା।
Trending Photos
Singer Jubin Nautiyal Accident: ପପୁଲାର ବଲିଉଡ ସିଙ୍ଗର ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହି ସିଙ୍ଗର ହେଉଛନ୍ତି ଜୁବିନ୍ ନୋଟିୟାଲ। ଗୁରୁବାର ସକାଳ ସମୟରେ ସେ ଏକ ବିଲ୍ଡିଂର ସିଡିରେ ଚାଲିକି ଆସୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଯାହାଫଳରେ ସେ ସିଡିରୁ ତଳକୁ ଖସିପଡିଥିଲେ। ଏହାଫଳରେ ତାଙ୍କ ମୁଣ୍ଡ, କହୁଣି କାନ୍ଧ ସହ ପଞ୍ଜରାରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଓ କହୁଣିରେ ଆଘାତ ଲାଗିଥିବା ବେଳେ ପଞ୍ଜରା ହାଡ ଭାଙ୍ଗିଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଜୁବିନ୍ ଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ସୂଚନା ମୁତାବକ ତାଙ୍କ ଡାହାଣ ହାତରେ ଅଧିକ ଆଘାତ ଲାଗିଥିବାରୁ ଅପରେସନ ନେଇ ମଧ୍ୟ ସୂଚନା ମିଳିଛି । ଏବଂ ଡାକ୍ତରୀ ଟିମ୍ ଡାହାଣ ହାତରେ କୌଣସି ବି କାର୍ଯ୍ୟ କରିବାକୁ ବାରଣ କରିଛନ୍ତି। ଆଜି ସକାଳ ସମୟରେ ଜୁବିନ୍ ଙ୍କୁ ଆହତ ଅବସ୍ଥାରେ ଏୟାରପୋର୍ଟରେ ସ୍ପଟ କରାଯାଇଛି। ଗତ ସପ୍ତାହରେ ସିଙ୍ଗର ଜୁବିନ ଦୁବାଇର ଏକ ଲାଇଭ କନସର୍ଟରେ (Dubai Live Concert) ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଏତେ ଗହଳି ଓ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଲାଇଭ କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟ କଥା ବୋଲି ସେ କହିଥିଲେ ।
Also Read: Urvashi Rautela: ଉର୍ବଶୀଙ୍କୁ ଏପରି ବେଶ କରିବା ପାଇଁ ଋଷଭ ପନ୍ଥ ହିଁ ଦାୟୀ !
ସିଙ୍ଗର ଜୁବିନ ନୋଟିୟାଲ (Jubin Nautiyal)ଦୁବାଇର ଏହି କନସର୍ଟରେ କହିଥିଲେ ଯେ, ଏତେ ଲୋକଙ୍କ ଗହଳିରେ ଆମ ମାନଙ୍କୁ ବହୁତ ଭଲପାଇବା ମିଳେ। ସେଥିପାଇଁ ଆମ ମାନଙ୍କୁ ଅଧିକ ଜୋଶ ମିଳିଥାଏ । ଏତେ ଗହଳିରେ ଏତେ ସୁନ୍ଦର ମ୍ୟୁଜିକରେ ଜଣେ ସିଙ୍ଗର ନିଜେ ନିଜକୁ ହଜାଇଦିଏ । ତେବେ ଗତକାଲିର ଦୁର୍ଘଟଣା ପରେ ସିଙ୍ଗର ଜୁବିନଙ୍କ ଫ୍ୟାନ୍ସ ମାନେ ଟିକେ ଉଦାସ ହୋଇଛନ୍ତି । ହେଲେ ହସ୍ପିଟାଲରେ ଚିକିତ୍ସା ପରେ ଏୟାରପୋର୍ଟ ରେ ଜୁବିନଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି ।
Also Read: Jharana Das Death: ଶୋଇବାକୁ ଯାଇ ଚିର ନିଦ୍ରାରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ
ଗୀତିକାର ଜୁବିନ ବଲିଉଡରେ ଖୁବ ପରିଚିତ ଚେହେରା । ତାଙ୍କ କଣ୍ଠରୁ ରାତେ ଲମ୍ବିୟାଁ, ଲୁଟ୍ ଗୟେ, ହମ ନୱା ମେରେ, ତୁଝେ କିତନା ଚାହେନେ ଲଗୈ ହମ, ତୁମ ହି ଆନା, ବେୱଫା ତେରା ମାସୁମ ଚେହେରା ପରି ଅନେକ ହିଟ ଗୀତ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି ।