CM Majhi Grievance cell: ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଏହି ଶୁଣାଣି ହେବ। ଏଥିଲାଗି ଆଗ୍ରହୀମାନେ ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକା ଠାରୁ ପଞ୍ଜିକରଣ କରିପାରିବେ। ସର୍ବାଧିକ ୧୦୦୦ ଜଣ ଅନ୍ଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଛି।
Trending Photos
ଭୁବନେଶ୍ୱର: ଆସନ୍ତା ସୋମବାର ଫେବୃୟାରୀ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ୧୦୦୦ ଜଣଙ୍କ ଅଭିଯୋଗ ଓ ଦୁଃଖକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଧିକାରୀମାନେ ଶୁଣି ସିଧାସଳଖ ସମାଧାନ ଲାଗି ଚେଷ୍ଟା କରିବେ। କ୍ଷମତାକୁ ଆସିବା ପରେ ଜୁଲାଇ ୧ ରୁ ପ୍ରତି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କର ଏହା ହେବ ସପ୍ତମ ଅଭିଯୋଗ ଶୁଣାଣୀ।
ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଏହି ଶୁଣାଣି ହେବ। ଏଥିଲାଗି ଆଗ୍ରହୀମାନେ ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକା ଠାରୁ ପଞ୍ଜିକରଣ କରିପାରିବେ। ସର୍ବାଧିକ ୧୦୦୦ ଜଣ ଅନ୍ଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଛି। ଜନଶୁଣାଣି ପୋର୍ଟାଲ- https://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ବୋଲି ସୂଚନା ଓଇ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।