Sushant Singh Rajput: ମୃତ୍ୟୁ ପୂର୍ବ ଦିନର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ରିୟାଙ୍କ ପାଇଁ...
Advertisement
Article Detail0/zeeodisha/odisha1507378

Sushant Singh Rajput: ମୃତ୍ୟୁ ପୂର୍ବ ଦିନର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ରିୟାଙ୍କ ପାଇଁ...

Sushant Singh Rajput: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢେଇ ବର୍ଷ ବିତିଛି । ହେଲେ ଅଭିନେତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।  କିନ୍ତୁ ତାଙ୍କ ମୃତ୍ୟୁ ସହ ଜଡିତ ଆଶ୍ଚର୍ଯ୍ୟଜନକ ତଥ୍ୟ ପୁଣି ଥରେ ସାମ୍ନାକୁ ଆସୁଛି ।  ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି। 

Sushant Singh Rajput: ମୃତ୍ୟୁ ପୂର୍ବ ଦିନର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ରିୟାଙ୍କ ପାଇଁ...

Sushant Singh Rajput: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢେଇ ବର୍ଷ ବିତିଛି । ହେଲେ ଅଭିନେତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।  କିନ୍ତୁ ତାଙ୍କ ମୃତ୍ୟୁ ସହ ଜଡିତ ଆଶ୍ଚର୍ଯ୍ୟଜନକ ତଥ୍ୟ ପୁଣି ଥରେ ସାମ୍ନାକୁ ଆସୁଛି ।  ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି।  କିନ୍ତୁ ନିକଟରେ କପୁର୍ ହସ୍ପିଟାଲର ଜଣେ କର୍ମଚାରୀ ଦାବି କରିଛନ୍ତି ଯେ, ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ତାଙ୍କୁ ହତ୍ୟା କରାଯାଇଛି। ଏସବୁ ମଧ୍ୟରେ ଅଭିନେତାଙ୍କର ଆଉ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ଆତ୍ମହତ୍ୟାର କିଛି ଦିନ ପୂର୍ବର ବୋଲି କୁହାଯାଉଛି। 

ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବହୁତ ଅସୁସ୍ଥ ଏବଂ ଅସହାୟ ଦେଖାଯାଉଛନ୍ତି। ଏହି ଭିଡିଓ ଦେଖି ପ୍ରଶଂସକମାନେ ଦାବି କରିଛନ୍ତି ଯେ, ରିୟା ହୁଏତ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇ ଏପରି କରାଥାଇପାରନ୍ତି ।   କାରଣ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ,ସୁଶାନ୍ତ ଅଜବ ପ୍ରକାରରେ କଥା ହେଉଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୁଶାନ୍ତଙ୍କ ଫ୍ୟାନ୍ ଆକାଉଣ୍ଟ ଲେଖିଛନ୍ତି, ରିୟା ଏହା କାହିଁକି କଲେ? ଏହା କରିବା ଉଚିକ କି? ଲାଗୁଛି ମଣିଷ ବଞ୍ଚିଛି, କିନ୍ତୁ ତା ଭିତରେ ମଣିଷ ପଣିଆ ନାହିଁ। 

 

ସୁଶାନ୍ତଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, 'ମୁଁ ଭାବୁଛି ଯେ ଏପରି ଭଲ ମଣିଷଙ୍କୁ ହତ୍ୟା କରିବା ବିଷୟରେ କେହି କିପରି ଭାବି ପାରିବେ ଏବଂ ଯିଏ ଏହା କରିଛି ସେ ମରିବା ପୂର୍ବରୁ ୧୦୦ ଥର ମରିବାକୁ ପଡିବ କାରଣ ଦିନେ ସତ୍ୟ ପଦାକୁ ଆସିବ .... ଆଜିବି ସୁଶାନ୍ତ ମୋ ପାଇଁ ଜଣେ ସୁପରଷ୍ଟାର । 'ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ରିୟାଙ୍କୁ ଜେଲରେ ରଖ । ଅନ୍ୟ ଜଣେ ଲେଖିଛନ୍ତି, 'ଏହା ଦର୍ଶାଏ ଯେ ଏହି ମୂର୍ଖ ମହିଳା ସବୁକିଛି ଯୋଜନା କରିଥିଲା ଅନ୍ୟଥା ତୁମେ କାହିଁକି ଏପରି ଅବସ୍ଥାରେ କାହାକୁ ଧରିବ? ସେ ଆସିବା ପୂର୍ବରୁ ଭଲ ଥିଲେ ତାପରେ କାହିଁକି ସବୁ ଘଟିଲା।'

ଏହବି ପଢନ୍ତୁ : Kangana Ranaut Emotional Post: କାହିଁକି ଭାବ ବିହ୍ବଳ ହେଲେ କଣ୍ଟ୍ରୋଭର୍ସି କୁଇନ୍ ? ସେୟାର କଲେ ଏଭଳି ପୋଷ୍ଟ

୧୪ ଜୁନ୍ ୨୦୨୦ ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହୋଇଥିଲେ ରିୟା ଚକ୍ରବର୍ତ୍ତୀ । ତାଙ୍କୁ କଡ଼ା ସମାଲୋଚନା କରାଯାଇ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା। ରିୟାଙ୍କ ସହ ତାଙ୍କ ଭାଇଙ୍କ ସମେତ ଅନ୍ୟ ଛଅ ଜଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏହି ଘଟଣାର ଅନୁସନ୍ଧାନ କରୁଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ସିବିଆଇ ହାତରେ ଲାଗିପାରି ନାହିଁ ।