Emergency: କଙ୍ଗନା ରଣାୱତଙ୍କ ଫିଲ୍ମ କେବେ ହେବ ରିଲିଜ୍? ସେନ୍ସର ବୋର୍ଡକୁ HC ଦେଲେ ବଡ଼ ଆଦେଶ
Advertisement
Article Detail0/zeeodisha/odisha2414736

Emergency: କଙ୍ଗନା ରଣାୱତଙ୍କ ଫିଲ୍ମ କେବେ ହେବ ରିଲିଜ୍? ସେନ୍ସର ବୋର୍ଡକୁ HC ଦେଲେ ବଡ଼ ଆଦେଶ

Emergency Film: ବମ୍ବେ ହାଇକୋର୍ଟ ବୁଧବାର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର ବୋର୍ଡ) କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଏମରଜେନ୍ସି ସହ ଜଡିତ ସମସ୍ତ ଆବେଦନ ଉପରେ ନିଷ୍ପତି ନିଅନ୍ତୁ ଏବଂ ଫିଲ୍ମକୁ ୧୫ ସେପ୍ଟେମ୍ବର ସୁଦ୍ଧା ପ୍ରମାଣପତ୍ର ପ୍ରଦାନ କରନ୍ତୁ।

 

Emergency Film

Emergency: କଙ୍ଗନା ରଣାୱତଙ୍କ ଏମରଜେନ୍ସି ଫିଲ୍ମ ରିଲିଜ ହେବାର ସମ୍ଭାବନା ବଢ଼ିଛି। ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆକ୍ସନ ନେଇ ବମ୍ବେ ହାଇକୋର୍ଟ ବୁଧବାର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର ବୋର୍ଡ) କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଏମରଜେନ୍ସି ସହ ଜଡିତ ସମସ୍ତ ଆବେଦନ ଉପରେ ନିଷ୍ପତି ନିଅନ୍ତୁ ଏବଂ ଫିଲ୍ମକୁ ୧୫ ସେପ୍ଟେମ୍ବର ସୁଦ୍ଧା ପ୍ରମାଣପତ୍ର ପ୍ରଦାନ କରନ୍ତୁ। କହିରଖୁଛୁ ଯେ ପୂର୍ବରୁ ଫିଲ୍ମଟି ଶୁକ୍ରବାର ଦିନ ଅର୍ଥାତ୍ ୬ ସେପ୍ଟେମ୍ବରରେ ରିଲିଜ୍ ହେବାର ଥିଲା।

ଏହି ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡିଛି କାରଣ ଶିରୋମଣି ଅକାଳୀ ଦଳ ସମେତ ଶିଖ ସଂଗଠନ ଅଭିଯୋଗ କରିଛନ୍ତି ଯେ ଏଥିରେ ଶିଖ ସମ୍ପ୍ରଦାୟ ଏବଂ ଐତିହାସିକ ତଥ୍ୟ ଭୁଲ ଭାବରେ ଉପସ୍ଥାପିତ ହୋଇଛି।

ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଦର୍ଶାଯାଇଛି ଯେ ସିବିଏଫସି ପ୍ରମାଣପତ୍ରକୁ “ବେଆଇନ ଏବଂ ମନମୁଖୀ” ଭାବରେ ଅଟକାଇଛି। ଜଣେ ଓକିଲଙ୍କ କହିବାନୁସାରେ, ସେନସର ବୋର୍ଡ ସାର୍ଟିଫିକେଟ୍ ଦେଉନାହିଁ ବୋଲି ପିଟିସନ ଦାବି କରାଯାଇଛି।

ଜରୁରୀ ଶୁଣାଣି ପାଇଁ ଜଷ୍ଟିସ୍ ବି ପି କୋଲାବାୱାଲା ଏବଂ ଫିର୍ଡସ୍ ପୁନିୱାଲାଙ୍କ ଏକ ଡିଭିଜନ୍ ବେଞ୍ଚ ସମ୍ମୁଖରେ ଏହି ଆବେଦନ କରାଯାଇଥିଲା। ବୁଧବାର ଦିନ ଏହି ଶୁଣାଣି ପାଇଁ ବେଞ୍ଚ ରାଜି ହୋଇଥିଲା। ଆଜି ଏହି କଥା ଶୁଣାଗଲା ଏବଂ ଜି ଏଣ୍ଟରଟେନମେଣ୍ଟ ପାଇଁ ଏକ ରିଲିଫ୍ ଖବର ଆସିଥିଲା।

ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। କଙ୍ଗନାଙ୍କ ଫିଲ୍ମ 'ଏମରଜେନ୍ସି' ସିବିଏଫସିରୁ ସାର୍ଟିଫିକେଟ୍ ନ ପାଇବା ସହ ସେପ୍ଟେମ୍ବର ୬ ରେ ଏହାର ରିଲିଜ୍ ହେବାରୁ ଝୁଲି ରହିଥିବାରୁ ସୋମବାର ଦିନ ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ନିରାଶାଜନକ ଏବଂ ଅନ୍ୟାୟ ଯେ ସେନ୍ସର କେବଳ ତାଙ୍କ ଫିଲ୍ମ ପାଇଁ ଏପରି କରିଛନ୍ତି।

Also Read: Bigg Boss 18 ରେ ନଜର ଆସିବେ ଏହି ୧୬ ପ୍ରତିଯୋଗୀ! ପ୍ରକାଶ ପାଇଲା ତାଲିକା